Categories
ଆଜିର ଖବର ଖେଳ ଜାତୀୟ ଖବର

ଲକ୍ଷ୍ନୌରେ ଖେଳାଯିବ ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟି-୨୦, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ପାଇଁ ଏହା ଏକ ‘କର ବା ମର’ ମ୍ୟାଚ୍ ହେବ। ବାସ୍ତବରେ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ୨୧ ରନରେ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ସିରିଜ ବଞ୍ଚାଇବାକୁ ହେଲେ ଲକ୍ଷ୍ନୌରେ ଭାରତୀୟ ଦଳକୁ ଜିତିବା ପାଇଁ ପଡିବ।

ଲକ୍ଷ୍ନୌ ପିଚ୍ କେମିତି ଅଛି?:

ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଠାରେ ପ୍ରତ୍ୟେକ ଥର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଜିତିଛି। ଏହି ସମସ୍ତ ବିଜୟ କିଛି ମାତ୍ରାରେ ଏକପାଖିଆ ହୋଇଛି। ଏଭଳି ପରିସ୍ଥିତିରେ ସ୍ପଷ୍ଟ ହୋଇଛି ଯେ, ଏହି ୱିକେଟରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ସହାୟତା ପାଇଛନ୍ତି। ତେବେ ରାତିରେ ଦ୍ୱିତୀୟ ଇନିଂସରେ ବୋଲରମାନଙ୍କୁ କାକର ଅସୁବିଧାରେ ପକାଇପାରେ। ତେଣୁ ଅଧିନାୟକ ଟସ୍ ଜିତିବା ପରେ କୌଣସି ନିଷ୍ପତ୍ତି ନେବା ସହଜ ହେବ ନାହିଁ।

ଲକ୍ଷ୍ନୌର ପାଗ କେମିତି ଅଛି?:

ଲକ୍ଷ୍ନୌରେ ମ୍ୟାଚ୍ ସମୟରେ ତାପମାତ୍ରା ୧୩ ରୁ ୧୫ ଡିଗ୍ରୀ ମଧ୍ୟରେ ରହିବ। ମ୍ୟାଚ୍ ଦିନ ବର୍ଷା ହେବାର କୌଣସି ସୁଯୋଗ ନାହିଁ। ଏହାର ଅର୍ଥ କୌଣସି ବାଧା ବିନା ମ୍ୟାଚ୍ ସମାପ୍ତ ହେବ।

ଲକ୍ଷ୍ନୌରେ ଟିମ୍ ଇଣ୍ଡିଆର ରେକର୍ଡ କିପରି ଅଛି?:

ଭାରତୀୟ ଦଳ ଲକ୍ଷ୍ନୌରେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଉଭୟ ଜିତିଛି। ଉଭୟ ଥର ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯୦+ ସ୍କୋର କରିଛି। ଭାରତ ଏଠାରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଥର ପାଇଁ ରାୟପୁରରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୧ ତାରିଖରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ରାୟପୁରରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇଛି। ସିରିଜରେ ରହିବାକୁ ଭ୍ରମଣକାରୀ ଦଳକୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତି ଇଣ୍ଡିଆ ସିରିଜରେ ୧-୦ ରେ ଆଗରେ ଅଛି। ଦ୍ୱିତୀୟ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ବ୍ରିଗେଡ୍‌ ବିଜୟ ପଞ୍ଜିକରଣ କରି ସିରିଜ କବଜା କରିବାକୁ ଚାହୁଁଛି। ମୋଟ ଉପରେ, ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଏକ କର ବା ମର ପରିସ୍ଥିତି। ଆସନ୍ତୁ ମ୍ୟାଚ୍ ପୂର୍ବରୁ ରାୟପୁରର ପାଣିପାଗ ଏବଂ ପିଚ୍ ବିଷୟରେ ଜାଣିବା…..

ରାୟପୁର ପାଣିପାଗ ପୂର୍ବାନୁମାନ:

ପାଣିପାଗ ବିଭାଗ ଅନୁଯାୟୀ, ଜାନୁୟାରୀ ୨୧ ତାରିଖ ଦିନ ମଧ୍ୟାହ୍ନ ପରେ ରାୟପୁରରେ ସାମାନ୍ୟ ଥଣ୍ଡା ରହିବ। ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ବୋଲି ଆକଳନ କରାଯାଇଛି। ରାତି ସମୟରୁ ତାପମାତ୍ରା ହ୍ରାସ ପାଇବ ଏବଂ ଏହା ୧୯ ଡିଗ୍ରୀ ସେଲସିୟସକୁ ଖସିଯିବ। ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଦିନ ରାୟପୁରରେ ବର୍ଷା ହେବାର ସମ୍ଭାବନା ନାହିଁ। ଦ୍ୱିତୀୟ ଦିନିକିଆରେ ପାଣିପାଗ ଦ୍ଵାରା କୌଣସି ପ୍ରତିବନ୍ଧକ ନହେବା ଭଳି ଆଶା କରାଯାଉଛି।

ରାୟପୁରର ପିଚ୍ ରିପୋର୍ଟ:

ରାୟପୁରର ୱିକେଟ୍ ଅନ୍ୟ ଭାରତୀୟ ୱିକେଟ୍ ପରି ବ୍ୟାଟ୍ସମ୍ୟାନ୍ ଙ୍କ ପାଇଁ ସହଯୋଗୀ ଅଟେ। ଏଠାରେ ୱିକେଟ୍ ଟି-୨୦ ମ୍ୟାଚ୍ ସହିତ ସମାନ ହେବ, ଯେଉଁଥିରେ ହାରାହାରି ୧୭୦ ରନ୍ ସ୍କୋର କରାଯାଇଥିଲା। କିନ୍ତୁ ଖେଳ ଅଗ୍ରଗତି କଲାବେଳେ ଏଠାରେ ପିଚ୍ ମନ୍ଥର ହୋଇଯିବ। ଯାହାର ଅର୍ଥ ହେଉଛି ଦ୍ରୁତ ବୋଲରଙ୍କ ଅପେକ୍ଷା ସ୍ପିନରମାନେ ଅଧିକ ପ୍ରଭାବଶାଳୀ ହେବେ। ସ୍ପିନର ବୋଲର ମ୍ୟାଚ୍ ସମୟରେ ଧୀର ଏବଂ କଟର ଭଳି ବଲ୍ ବ୍ୟବହାର କରିପାରିବେ। ରାୟପୁରର ୱିକେଟ୍ ଦେଖିଲେ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। ଅଧିନାୟକଙ୍କ ରଣନୀତି ପ୍ରଥମେ ବ୍ୟାଟିଂ କରିବା ସମୟରେ ଏକ ବଡ଼ ସ୍କୋର କରିବା ପରେ ସ୍ପିନରଙ୍କ ମାଧ୍ୟମରେ ଦଳ ବ୍ୟାଟିଂ ଉପରେ ଚାପ ପକାଇବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି, ଜାଣନ୍ତୁ ପ୍ଲେଇଂ-୧୧ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ହାମିଲଟନର ସିଡନ୍ ପାର୍କରେ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଏହା ଭାରତୀୟ ଦଳ ପାଇଁ ଏକ ‘କର ବା ମର’ ମ୍ୟାଚ୍ ହେବ।

ଗତ ମ୍ୟାଚ୍‌ରେ ବ୍ୟାଟିଂରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ​​କିନ୍ତୁ ବୋଲିଂ ଏକ ସମ୍ପୂର୍ଣ୍ଣ ଫ୍ଲପ୍ ଥିଲା। ଉମ୍ରାନ ମଲିକଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ବାକି ବୋଲରମାନେ ପ୍ରବାହହିନ ଦେଖାଯାଉଥିଲେ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ସେମାନଙ୍କ ବୋଲିଂ ଏବଂ ରଣନୀତି ଉପରେ ବିଶେଷ କାର୍ଯ୍ୟ କରିବାକୁ ପଡ଼ିବ।

ହାମିଲଟନରେ ଭାରତର ଖରାପ ରେକର୍ଡ:

ଏହି ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ରେକର୍ଡ ଭଲ ନାହିଁ। ଏଠାରେ ଭାରତୀୟ ଦଳ ୧୧ ଟି ଦିନିକିଆ ଖେଳିଛି, ଯେଉଁଥିରେ ୩ ଟିରେ ଜିତିଥିବା ବେଳେ ୮ ଟି ମ୍ୟାଚ ହାରିଛି। ଅପରପକ୍ଷେ, ନ୍ୟୁଜିଲ୍ୟାଣ୍ଡ ଏହି ଗ୍ରାଉଣ୍ଡରେ ୩୨ ଟି ଦିନିକିଆ ମଧ୍ୟରୁ ୨୩ ଟି ମ୍ୟାଚ ଜିତିଛି। ଉଲ୍ଲେଖଥାଉ କି, ମୋଟ ଦିନିକିଆ ରେକର୍ଡରେ ଭାରତୀୟ ଦଳ ଆଗୁଆ ରହିଛି। ଉଭୟଙ୍କ ମଧ୍ୟରେ ୧୧୧ ମ୍ୟାଚରେ ଭାରତ ୫୫ ଏବଂ ନ୍ୟୁଜିଲ୍ୟାଣ୍ଡ ୫୦ ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଛି ଏବଂ ୫ ଟି ମ୍ୟାଚ୍ ଅମୀମାଂସିତ ରହିଛି।

ପିଚ୍ ରିପୋର୍ଟ: ଏହି ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ମଧ୍ୟ ୩୬୩ ରନ୍ ସଂଗ୍ରହ କରିଛି ଏବଂ ୯୨ ରନ୍ ରେ ମଧ୍ୟ ଆଉଟ୍ ହୋଇଛି। ଉଲ୍ଲେଖଥାଉ କି, ଏଠାରେ ଶେଷ ତିନୋଟି ମ୍ୟାଚରେ ପ୍ରତ୍ୟେକ ଥର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩୦୦+ ରନ୍ ସ୍କୋର କରିଛି। ଏଠାରେ ୩୦୦+ ରନ୍ ର ଟାର୍ଗେଟ୍ ପୂରଣ କରିବା ମଧ୍ୟ କଷ୍ଟସାଧ୍ୟ ନୁହେଁ। ଫେବୃଆରୀ ୨୦୨୦ ରେ, ନ୍ୟୁଜିଲାଣ୍ଡ ଏଠାରେ ୩୪୮ ରନର ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।

ପାଣିପାଗ ସ୍ଥିତି: ରବିବାର ଦିନ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି। ଅର୍ଥାତ୍ ବର୍ଷା ଦ୍ୱାରା ମ୍ୟାଚ୍ ବାଧାପ୍ରାପ୍ତ ହେବାର ସମସ୍ତ ସମ୍ଭାବନା ଅଛି।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି ଏକାଦଶ: ଶିଖର ଧାୱନ (ଅଧିନାୟକ), ଶୁଭମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭ ପନ୍ତ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଉମରନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲ୍ୟାଣ୍ଡର ସମ୍ଭାବ୍ୟ ଖେଳାଳି ଏକାଦଶ: ଫିନ୍ ଆଲେନ୍, ଡିଭାନ୍ କନୱେ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟମ୍ ଲାଥାମ୍, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର୍, ଟିମ୍ ସାଉଦି, ମ୍ୟାଟ ହେନେରୀ, ଲକି ଫର୍ଗୁସନ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ପାକିସ୍ଥାନ ଲଢେଇ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ, ପିଚ୍ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ମହା ମୁକାବିଲା ଆଜି ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ସମସ୍ତେ ଚାତକ ପରି ଚାହିଁରହିଛନ୍ତି। ଗତ ବର୍ଷର ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ପରାସ୍ତ କରିଛି ଏବଂ ଏଥର ଭାରତୀୟ ଦଳ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଏହି ମ୍ୟାଚରେ, ଉଭୟ ଦଳର ଖେଳାଳି ଏକାଦଶ ଠାରୁ, ପାଗର ସ୍ଥିତି କିପରି ରହିବ, ଆସନ୍ତୁ ଜାଣିବା…

ଉଭୟ ଦଳର ଗୁରୁତ୍ୱପୂର୍ଣ୍ଣ ଖବର:

ମହମ୍ମଦ ଶାମି ଭାରତ ପାଇଁ ଅଭ୍ୟାସ ବେଳେ ଅତ୍ୟଧିକ ଝାଳ ବୁହାଇଛନ୍ତି ଏବଂ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ ପାଇଁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛନ୍ତି। ଶାମିଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଭାରତର ବୋଲିଂକୁ ମଜବୁତ କରିବ। ଶୁକ୍ରବାର ମୁଣ୍ଡରେ ଆଘାତ ଲାଗିବା ପରେ ଶାନ ମାସୁଦ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ବାବର ଆଜାମ ତାଙ୍କ ଉପଲବ୍ଧତାକୁ ନିଶ୍ଚିତ କରିଛନ୍ତି। ତେବେ ଆଣ୍ଠୁ ଆଘାତରୁ ଫଖର ଜମାନ ସୁସ୍ଥ ହୋଇ ନାହାଁନ୍ତି ଏବଂ ଅନ୍ତତଃପକ୍ଷେ ପ୍ରଥମ ଦୁଇଟି ମ୍ୟାଚରୁ ସେ ବଞ୍ଚିତ ହେବେ।

ଇଣ୍ଡୋ-ପାକର ରେକର୍ଡ:

ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ଆଠଟି ଏବଂ ପାକିସ୍ତାନ ତିନୋଟି ଜିତିଛି। ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ୬ ଟି ମ୍ୟାଚ ମଧ୍ୟରୁ ଭାରତ ପାଞ୍ଚଟି ଜିତିଛି।

ଅଷ୍ଟ୍ରେଲିଆରେ ଉଭୟ ଦଳର ପ୍ରଦର୍ଶନ କିପରି?:

ପାକିସ୍ତାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଚାରୋଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛି, କିନ୍ତୁ ଗୋଟିଏ ବି ଜିତି ନାହିଁ। ଗୋଟିଏ ମ୍ୟାଚର ଫଳାଫଳ ବାହାରକୁ ଆସି ନ ଥିବା ବେଳେ ସେମାନେ ତିନୋଟି ମ୍ୟାଚ୍‌ରେ ହାରିଛନ୍ତି। ଅଷ୍ଟ୍ରେଲିଆରେ ଭାରତର ପ୍ରଦର୍ଶନ ବହୁତ ଭଲ ଅଛି। ଦଳ ଏଠାରେ ଖେଳାଯାଇଥିବା ୧୨ ଟି ମ୍ୟାଚ ମଧ୍ୟରୁ ସାତୋଟି ଜିତିଥିବାବେଳେ ଚାରିଟିରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୋଟିଏ ମ୍ୟାଚ୍ ର ଫଳାଫଳ ମିଳିପାରି ନାହିଁ।

ପାଣିପାଗ ଅପଡେଟ:

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ଉପରେ ବର୍ଷା ହେବାର ଆଶଙ୍କା ଦେଖାଦେଇଛି। ତେବେ ମ୍ୟାଚ୍ ଯେତିକି ପାଖେଇ ଆସୁଛି ଏହି ବିପଦ କମିଯାଉଛି। ଯେଉଁଠାରେ ଦୁଇ ଦିନ ପୂର୍ବେ ବର୍ଷା ହେବାର ସମ୍ଭାବନା ୮୦ ପ୍ରତିଶତ ଥିଲା, ବର୍ତ୍ତମାନ ଏହା ୨୦ ପ୍ରତିଶତକୁ ଖସି ଆସିଛି।

ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ କ’ଣ ହୋଇପାରେ?

ଭାରତ- ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହିଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ଏବଂ ଭୁବନେଶ୍ବର କୁମାର।

ପାକିସ୍ତାନ- ବାବର ଆଜମ, ମହମ୍ମଦ ରିଜୱାନ, ଶାନ ମାସୁଦ, ହାଇଦର ଅଲି, ଇଫ୍ଟିଖର ଅହମ୍ମଦ, ଆସିଫ ଅଲି, ଶାଦବ ଖାନ, ମହମ୍ମଦ ନୱାଜ, ନସିମ ଶାହା, ହରିସ ରାଉଫ ଏବଂ ଶାହିନ ଆଫ୍ରିଦି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍: ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ଵ ଶିଖର ଧାୱନଙ୍କ ହାତରେ। ଭାରତର ପୁରା ସ୍କ୍ବାଡ଼ ଏଠାରେ ପରିବର୍ତ୍ତନ ହୋଇଥିବା ଦେଖାଯିବ। ନିକଟରେ ଶେଷ ହୋଇଥିବା ଟି-୨୦ ସିରିଜର କେବଳ ୨-୩ ଖେଳାଳି ଏହି ଦଳର ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିଥିବା ସମାନ ଦଳ ସହିତ ଦିନିକିଆ ସିରିଜରେ ପ୍ରବେଶ କରିବ।

ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜରେ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନ ଧରି ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ରାହୁଲ ତ୍ରିପାଠୀ ଏଥର ଆନ୍ତର୍ଜାତୀୟ ଡେବ୍ୟୁ ପାଇଁ ଏକ ସୁଯୋଗ ପାଇପାରନ୍ତି। ଏହା ମଧ୍ୟ ମହମ୍ମଦ ସିରାଜ ଏବଂ ଦୀପକ ଚହରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ହେବ। ଏହି ସିରିଜରେ ଭଲ ପ୍ରଦର୍ଶନ କଲେ ଉଭୟ ଖେଳାଳି ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ଦଳରେ ବୁମରାଙ୍କ ସ୍ଥାନ ନେବାକୁ ଦାବି କରିପାରିବେ।

ପିଚର ସ୍ଥିତି କେମିତି ଅଛି?:

ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଏକାନା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ତିନୋଟି ଦିନିକିଆ ଖେଳାଯାଇଛି। ଏହି ତିନୋଟି ମ୍ୟାଚରେ ଭଲ ରନ୍ ସ୍କୋର ହୋଇପାରି ନାହିଁ। ତେବେ ଏଠାରେ ଚାଲିଥିବା ଟି-୨୦ ମ୍ୟାଚ୍‌ରେ ଭଲ ରନ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ଆଜିର ଦିନିକିଆରେ ଭଲ ରନ୍ ବର୍ଷା ହେବା ସମ୍ଭାବନା ରହିଛି।

ପାଗ କେମିତି ରହିବ?:

ବର୍ତ୍ତମାନ ଲକ୍ଷ୍ନୌରେ ବର୍ଷା ହେଉଛି। ଆଜି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ନିରାଶ ହୋଇ ଏଠାକୁ ଫେରିବାକୁ ପଡିପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ଶିଖର ଧାୱନ (କ୍ୟାପଟେନ), ଶୁବମାନ ଗିଲ, ଶ୍ରେୟାସ ଆୟର (ଭାଇସ କ୍ୟାପଟେନ), ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରଜତ ପାଟିଦାର/ରାହୁଲ ତ୍ରିପାଠୀ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମହମ୍ମଦ୍ ସିରାଜ, ଦୀପକ ଚହର।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଏବଂ ପାଣିପାଗ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସନ୍ଧ୍ୟାରେ ଗୁଆହାଟୀରେ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ହେବ। ଏଠାରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହିଁବ।

ହେଡ୍ ଟୁ ହେଡ୍ ରେକର୍ଡ: ଏପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୧ ଟି-୨୦ ମ୍ୟାଚ୍ ହୋଇଛି। ଏଥିରେ ଭାରତୀୟ ଦଳ ୧୨ ଟି ମ୍ୟାଚ୍ ଏବଂ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହଛି।

ପିଚ୍ ରିପୋର୍ଟ: ଆଜି ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ସଖେଲାଯାଇଛି ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ (ଭାରତ) ମାତ୍ର ୧୧୮ ରନ୍ ରେ ଅଲ ଆଉଟ୍ ହୋଇଛି। ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ (ଅଷ୍ଟ୍ରେଲିଆ) ୧୬ ତମ ଓଭରରେ ଏହି ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ପିଚ୍ ବହୁତ ଭଲ ଦେଖାଯାଉଛି। ଅର୍ଥାତ୍ ଏଠାରେ ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ସମାନ ସହାୟତା ପାଇପାରିବେ।

ପାଣିପାଗ ସ୍ଥିତି: ଗୁଆହାଟୀରେ ଭଲ ଗରମ ଅନୁଭୂତ ହେଉଛି। ଅପରାହ୍ନରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି। ତେବେ ଆଜି ସନ୍ଧ୍ୟାରେ ଏଠାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସମ୍ଭବ ଯେ, କ୍ରିକେଟ୍ ପ୍ରଶଂସକମାନଙ୍କ ପାଇଁ ବହୁତ କମ୍ ଓଭରର ଏକ ମ୍ୟାଚ୍ ଖେଳାଯାଇପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଆର ଅଶ୍ୱିନ, ଦୀପକ ଚହର, ଅର୍ଶଦୀପ ସିଂ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ପିଚ୍ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଆଜି ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ୍ ଜିତିବା ପରେ ହିଁ ଭାରତୀୟ ଦଳର ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଆଫଗାନିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍ ଜିତିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବା ଦିଗରେ ଶ୍ରୀଲଙ୍କାର ଉଦ୍ୟମ ହେବ।

ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କାର ଏହି ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ସମୟରେ ଏହି ପିଚ ଉପରେ କାକର ଅଧିକ ପ୍ରଭାବ ପକାଇବ ନାହିଁ। ଏହା ସତ୍ତ୍ୱେ ଦ୍ଵିତୀୟରେ ବ୍ୟାଟିଂ କରୁଥିବା ଦଳ ଲଗାତର ଜିତୁଛି। ଏଠାରେ ଅନୁଷ୍ଠିତ ଗତ ୧୯ ଟି ମ୍ୟାଚ ମଧ୍ୟରୁ ୧୭ ଟିରେ ପଛରେ ବ୍ୟାଟିଂ କରୁଥିବା ଦଳ ଜିତିଛି। ଗତ ଦୁଇଟି ମ୍ୟାଚ୍‌ରେ ମଧ୍ୟ ୧୮୦+ ସ୍କୋର ଟାର୍ଗେଟକୁ ମଧ୍ୟ ହାସଲ କରାଯାଇଛି। ଏଭଳି ପରିସ୍ଥିତିରେ ଆଜି ମଧ୍ୟ ଟସ୍ ନିର୍ଣ୍ଣାୟକ ଭୂମିକାରେ ରହିବ। ପାଣିପାଗ ବିଷୟରେ କହିବାକୁ ଗଲେ, ଦୁବାଇରେ ଏହି ସମୟରେ ବହୁତ ଗରମ ଅନୁଭୂତ ହେବ। ମ୍ୟାଚ୍ ସମୟରେ ମଧ୍ୟ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ରହିବ।

ସମ୍ଭାବ୍ୟ ଏକାଦଶ ଖେଳାଳି: ଋଷଭ ପନ୍ତ, ରବି ବିଷ୍ନୋଇ ଏବଂ ଦୀପକ ହୁଡା ଗତ ଥର ଭାରତୀୟ ଦଳରେ ସୁଯୋଗ ପାଇଥିଲେ। ଏଥର ଖେଳାଳି ଏକାଦଶକୁ ପୁନର୍ବାର ପରିବର୍ତ୍ତନ କରିବା ସମ୍ଭାବନା ରହିଛି। କାର୍ତ୍ତିକଙ୍କୁ ପନ୍ତଙ୍କ ସ୍ଥାନରେ ଖେଲାଯାଇପାରେ। ଏଥି ସହିତ ଆବେଶ ଖାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ସମ୍ଭାବନା ଦେଖାଯାଉନାହିଁ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ଆବେଶ ଖାନ।

ଶ୍ରୀଲଙ୍କା: କୁସଲ ମେଣ୍ଡିସ୍, ପାଥୁମ୍ ନିଶଙ୍କା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ଧନୁସ୍କା ଗୁନାଥିଲାକା, ଦାସୁନ୍ ଶାନାକା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାତ୍ନେ, ମହିଷ ତୀକ୍ଷଣା, ମଥୀଶା ପାଥିରାନା, ଦିଲଶାନ ମାଦୁଶଙ୍କା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। ସାଉଥମ୍ପଟନ୍‌ର ଦ ରୋଜ୍ ବାଉଲରେ ରାତି ୧୦.୩୦ ରେ ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଟି-୨୦ ସିରିଜରେ ଅଧିନାୟକ ନଜର ଆସିବେ। ଆସନ୍ତୁ ଜାଣିବା ପିଚ୍ ର ମନୋବଳ କିପରି ରହିବ ଏବଂ ମ୍ୟାଚ୍ ସମୟରେ ପାଗ କିପରି ହେବ…

ପିଚ୍ ରିପୋର୍ଟ:

ସାଉଥମ୍ପଟନ୍‌ର ଦ ରୋଜ୍ ବାଉଲ୍‌ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ମୋଟ ୯ ଟି-୨୦ ମ୍ୟାଚ୍ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୫ ଟି ମ୍ୟାଚ୍ ଏବଂ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୪ ଟି ମ୍ୟାଚ୍ ଜିତିଛି। ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୮ ଏବଂ ଦ୍ୱିତୀୟ ଇନିଂସ ୧୪୩ ରନ୍ ଅଟେ। ଏଠାରେ ଥିବା ପିଚ୍ ବ୍ୟାଟିଂ ପାଇଁ ଉପଯୁକ୍ତ ଅଟେ। ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏଭଳି ପରିସ୍ଥିତିରେ ଏକ ବଡ଼ ସ୍କୋର କରି ବିରୋଧୀ ଦଳ ଉପରେ ଚାପ ସୃଷ୍ଟି କରିପାରନ୍ତି।

ପାଣିପାଗ ସ୍ଥିତି:

ଆଜି ସାଉଥମ୍ପଟନରେ ବର୍ଷା ହେବାର କମ୍ ସମ୍ଭାବନା ଅଛି। ପାଣିପାଗ ୱେବସାଇଟ୍ ଆକ୍ୟୁୱେଦରର ରିପୋର୍ଟ ଅନୁଯାୟୀ, ଜୁଲାଇ ୭ ତାରିଖରେ ଏହା ୪୬ ପ୍ରତିଶତ ମେଘୁଆ ରହିବ। ୩୯ କିଲୋମିଟର ବେଗରେ ପବନ ବହିବ। ସର୍ବାଧିକ ତାପମାତ୍ରା ୨୪° ସେଲସିୟସ ଏବଂ ସର୍ବନିମ୍ନ ୧୨° ସେଲସିୟସ ରହିବ। ଏଥି ସହିତ ସନ୍ଧ୍ୟାରେ ହାଲୁକା ମେଘ ରହିବ।

ଭାରତ: ରୋହିତ ଶର୍ମା (ଅଧିନାୟକ), ରାହୁଲ ତ୍ରିପାଠୀ, ରିତୁରାଜ ଗାଇକ୍ଵାଡ, ସୂର୍ଯ୍ୟକୁମାର ଯାଦବ, ଅକ୍ସର ପଟେଲ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଦୀନେଶ କାର୍ତ୍ତିକ, ଇଶାନ କିଶନ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ଆବେଶ ଖାନ, ଭୁବନେଶ୍ୱର କୁମାର, ହରଶାଳ ପଟେଲ, ରବି ବିଷ୍ନୋଇ, ଉମ୍ରାନ ମଲିକ, ୟୁଜବେନ୍ଦ୍ର ଚହଲ।

ଇଂଲଣ୍ଡ: ଜୋସ୍ ବଟଲର୍ (ଅଧିନାୟକ), ଡେଭିଡ୍ ମାଲାନ୍, ହ୍ୟାରି ବ୍ରୁକ୍, ଜେସନ୍ ରୟ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଏନ୍ ଅଲି, ସାମ୍ କୁରାନ୍, ଫିଲ୍ ସଲ୍ଟ, କ୍ରିସ୍ ଜୋର୍ଡାନ, ଡେଭିଡ ୱିଲି, ମ୍ୟାଟ ପାର୍କିନ୍ସନ୍, ରିସ୍ ଟୋପଲେ, ରିଚାର୍ଡ ଗ୍ଲିସନ୍, ତୟମଲ୍ ମିଲ୍ସ।