ଲକ୍ଷ୍ନୌରେ ଖେଳାଯିବ ଭାରତ-ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟି-୨୦, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ପାଣିପାଗ ସ୍ଥିତି

Published: Jan 28, 2023, 5:28 pm IST

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ପାଇଁ ଏହା ଏକ ‘କର ବା ମର’ ମ୍ୟାଚ୍ ହେବ। ବାସ୍ତବରେ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ୨୧ ରନରେ ପରାସ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ସିରିଜ ବଞ୍ଚାଇବାକୁ ହେଲେ ଲକ୍ଷ୍ନୌରେ ଭାରତୀୟ ଦଳକୁ ଜିତିବା ପାଇଁ ପଡିବ।

ଲକ୍ଷ୍ନୌ ପିଚ୍ କେମିତି ଅଛି?:

ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୫ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଠାରେ ପ୍ରତ୍ୟେକ ଥର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଜିତିଛି। ଏହି ସମସ୍ତ ବିଜୟ କିଛି ମାତ୍ରାରେ ଏକପାଖିଆ ହୋଇଛି। ଏଭଳି ପରିସ୍ଥିତିରେ ସ୍ପଷ୍ଟ ହୋଇଛି ଯେ, ଏହି ୱିକେଟରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଅଧିକ ସହାୟତା ପାଇଛନ୍ତି। ତେବେ ରାତିରେ ଦ୍ୱିତୀୟ ଇନିଂସରେ ବୋଲରମାନଙ୍କୁ କାକର ଅସୁବିଧାରେ ପକାଇପାରେ। ତେଣୁ ଅଧିନାୟକ ଟସ୍ ଜିତିବା ପରେ କୌଣସି ନିଷ୍ପତ୍ତି ନେବା ସହଜ ହେବ ନାହିଁ।

ଲକ୍ଷ୍ନୌର ପାଗ କେମିତି ଅଛି?:

ଲକ୍ଷ୍ନୌରେ ମ୍ୟାଚ୍ ସମୟରେ ତାପମାତ୍ରା ୧୩ ରୁ ୧୫ ଡିଗ୍ରୀ ମଧ୍ୟରେ ରହିବ। ମ୍ୟାଚ୍ ଦିନ ବର୍ଷା ହେବାର କୌଣସି ସୁଯୋଗ ନାହିଁ। ଏହାର ଅର୍ଥ କୌଣସି ବାଧା ବିନା ମ୍ୟାଚ୍ ସମାପ୍ତ ହେବ।

ଲକ୍ଷ୍ନୌରେ ଟିମ୍ ଇଣ୍ଡିଆର ରେକର୍ଡ କିପରି ଅଛି?:

ଭାରତୀୟ ଦଳ ଲକ୍ଷ୍ନୌରେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ଉଭୟ ଜିତିଛି। ଉଭୟ ଥର ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯୦+ ସ୍କୋର କରିଛି। ଭାରତ ଏଠାରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।

Related posts