ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଏବଂ ପାଣିପାଗ

Published: Oct 2, 2022, 12:33 pm IST

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସନ୍ଧ୍ୟାରେ ଗୁଆହାଟୀରେ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ହେବ। ଏଠାରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହିଁବ।

ହେଡ୍ ଟୁ ହେଡ୍ ରେକର୍ଡ: ଏପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୧ ଟି-୨୦ ମ୍ୟାଚ୍ ହୋଇଛି। ଏଥିରେ ଭାରତୀୟ ଦଳ ୧୨ ଟି ମ୍ୟାଚ୍ ଏବଂ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହଛି।

ପିଚ୍ ରିପୋର୍ଟ: ଆଜି ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ସଖେଲାଯାଇଛି ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ (ଭାରତ) ମାତ୍ର ୧୧୮ ରନ୍ ରେ ଅଲ ଆଉଟ୍ ହୋଇଛି। ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ (ଅଷ୍ଟ୍ରେଲିଆ) ୧୬ ତମ ଓଭରରେ ଏହି ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ପିଚ୍ ବହୁତ ଭଲ ଦେଖାଯାଉଛି। ଅର୍ଥାତ୍ ଏଠାରେ ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ସମାନ ସହାୟତା ପାଇପାରିବେ।

ପାଣିପାଗ ସ୍ଥିତି: ଗୁଆହାଟୀରେ ଭଲ ଗରମ ଅନୁଭୂତ ହେଉଛି। ଅପରାହ୍ନରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି। ତେବେ ଆଜି ସନ୍ଧ୍ୟାରେ ଏଠାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସମ୍ଭବ ଯେ, କ୍ରିକେଟ୍ ପ୍ରଶଂସକମାନଙ୍କ ପାଇଁ ବହୁତ କମ୍ ଓଭରର ଏକ ମ୍ୟାଚ୍ ଖେଳାଯାଇପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଆର ଅଶ୍ୱିନ, ଦୀପକ ଚହର, ଅର୍ଶଦୀପ ସିଂ।

Related posts