Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ: ସେମିଫାଇନାଲ ସ୍ଥିତି ମଜବୁତ କରିବାକୁ ଓହ୍ଳାଇବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆଜି ଟି-୨୦ ବିଶ୍ୱକପ୍ ୨୦୨୨ର ତୃତୀୟ ମ୍ୟାଚ୍ ଖେଳିବ। ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଆଜି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୋଧରେ ଲଢେଇ କରିବ। ଏଠାରେ ବିଶେଷ କଥା ହେଉଛି ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତେ, ତେବେ ଦଳ ଗ୍ରୁପ୍-୨ ର ଶୀର୍ଷରେ ପହଞ୍ଚିବ। ଏହା ସହ ସେ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାକୁ ଅଗ୍ରଭାଗରେ ରହିବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୨୩ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୧୩ ଟି ମ୍ୟାଚ୍ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୯ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଅମୀମାଂଶିତ ରହିଛି। ଟି-୨୦ ବିଶ୍ୱକପରେ ଉଭୟ ଦଳ ଏପର୍ଯ୍ୟନ୍ତ ୫ ଥର ଭେଟିଛନ୍ତି। ସେଥିରେ ଭାରତ ଚାରିଥର ଜିତିଛି। ଦକ୍ଷିଣ ଆଫ୍ରିକା କେବଳ ଥରେ ଜିତିଛି।

ପିଚ୍ ରିପୋର୍ଟ: ପର୍ଥ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦଳ ମୁହାଁମୁହିଁ ହେବେ। ଏଠାରେ ୱିକେଟ୍ ଦ୍ରୁତ ଏବଂ ବାଉନ୍ସ ଅଟେ। ଏଭଳି ପରିସ୍ଥିତିରେ ଦ୍ରୁତ ବୋଲରମାନେ ଏଠାରେ ଭଲ ସାହାଯ୍ୟ ପାଇବେ ବୋଲି ଆଶା କରାଯାଉଛି। ଟି-୨୦ ମ୍ୟାଚ୍‌ରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୪୩ ରହିଛି। କିନ୍ତୁ ନିକଟରେ ୨୦୦ ରନ୍ ମଧ୍ୟ ସ୍କୋର କରାଯାଇଛି।

ପାଣିପାଗ ରିପୋର୍ଟ: ଆଜି ସକାଳେ ଏବଂ ଅପରାହ୍ନରେ ପର୍ଥରେ ବର୍ଷା ହେବାର ସମ୍ଭାବନା ଅଛି । ତେବେ ରାତି ସମୟରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ବର୍ଷା ଏହି ମ୍ୟାଚକୁ ବିଚଳିତ କରିବ ନାହିଁ। ରାତିରେ ବର୍ଷା ହେବାର ସମ୍ଭାବନା ମାତ୍ର ୪ ପ୍ରତିଶତ ରହିଛି।

ଉଭୟ ଦଳର ସମ୍ଭାବ୍ୟ ଏକାଦଶ କିପରି ହେବ?:

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଆର ଅଶ୍ୱିନ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର ଏବଂ ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକା: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ରେଲି ରୋସୋ, ଏଡନ ମାର୍କ୍ରାମ, ଡେଭିଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ୱେନ ପାର୍ନେଲ, କେଶବ ମହାରାଜ, ଏନ୍ରିକ୍ ନୋର୍କିଆ, ଲୁଙ୍ଗି ନିଗିଡି, କାଗିସୋ ରାବାଡା।

Categories
ଆଜିର ଖବର ଖେଳ ଜାତୀୟ ଖବର

ବାତିଲ ହେବ କି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ?, ଜାଣନ୍ତୁ ପାଣିପାଗ ଅପଡେଟ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ। ତେବେ ଦିଲ୍ଲୀର ପାଗକୁ ଦେଖି ବର୍ଷା ହେତୁ ଏହି ମ୍ୟାଚ୍ ରଦ୍ଦ ହୋଇପାରେ ବୋଲି କୁହାଯାଉଛି। ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ରେ ବରାବର ରହିଛି। ଏଭଳି ପରିସ୍ଥିତିରେ, ଯେଉଁ ଦଳ ତୃତୀୟ ଦିନିକିଆ ଜିତିବ, ସେ ସିରିଜ୍ ଜିତିବ। ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଆଶାକୁ ନଷ୍ଟ କରିବାକୁ ପାଣିପାଗ ପ୍ରସ୍ତୁତ ଅଛି।

ବର୍ଷା ବିଷୟରେ ବଡ ଅପଡେଟ:

ଗତ କିଛି ଦିନ ହେବ ଦିଲ୍ଲୀରେ ଲଗାତାର ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି କଳ୍ପନାଜଳ୍ପନା କରାଯାଉଛି ଯେ, ତୃତୀୟ ଦିନିକିଆ ଖେଳ ସମ୍ପୂର୍ଣ୍ଣ ରୂପେ ଖେଳାଯାଇପାରିବ ନାହିଁ। ଆଜି ଦିଲ୍ଲୀରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ, ଦିନସାରା ମେଘୁଆ ରହିବ ଏବଂ ସୂର୍ଯ୍ୟକିରଣର ସମ୍ଭାବନା ବହୁତ କମ୍ ଅଟେ।

ଆଜି ଦିଲ୍ଲୀରେ ୪୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ୱେବସାଇଟ୍ ଆକ୍ୟୁ ୱେଦର ଅନୁଯାୟୀ, ଆଜି ଦିଲ୍ଲୀର ଆକାଶରେ ୬୧ ପ୍ରତିଶତ ମେଘୁଆ ସମ୍ଭାବନା ରହିଛି। ଏହା ସହିତ ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୨୦ କିଲୋମିଟର ରହିବ।

ପିଚ୍ ରିପୋର୍ଟ:

ଅରୁଣ ଜେଟଲୀ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୨୬ ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ କେବଳ ଦୁଇଟିରେ ୩୦୦ ରୁ ଅଧିକ ରନ୍ ସ୍କୋର କରାଯାଇଛି। ଏଭଳି ପରିସ୍ଥିତିରେ ବୋଲରମାନେ ପିଚ୍‌ରେ କିଛି ପ୍ରାଧାନ୍ୟ ଦେଖିପାରିବେ ବୋଲି କୁହାଯାଇପାରେ। ଏଠାରେ ଗତ ତିନୋଟି ମ୍ୟାଚ୍‌ରେ ପ୍ରଥମ ଇନିଂସର ହାରାହାରି ସ୍କୋର ୨୫୯ ହୋଇଛି। ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ ଶେଷ ତିନୋଟି ମ୍ୟାଚ୍ ଜିତିଛି।

ଭାରତର ସମ୍ଭାବ୍ୟ ଏକାଦଶ: ଶିଖର ଧାୱନ (କ୍ୟାପଟେନ), ଶୁବମାନ ଗିଲ, ଇଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ।

ଦକ୍ଷିଣ ଆଫ୍ରିକା ପାଇଁ ସମ୍ଭାବ୍ୟ ଏକାଦଶ: ଟେମ୍ବା ବାଭୁମା (କ୍ୟାପଟେନ), ଜେମାନ ମଲାନ, କ୍ୱିଣ୍ଟନ ଡି କକ, ଆଡେନ ମାର୍କ୍ରାମ, ହେନ୍ରିକ କ୍ଲାସେନ, ଡେଭିଡ ମିଲର, ୱେନ ପାର୍ନେଲ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନଗିଡି, ଏନ୍ରିକ୍ ନର୍ଟେଜେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍: ଜାଣନ୍ତୁ ଖେଳାଳି ଏକାଦଶ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ଖେଳିବ। ଏହି ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ନେତୃତ୍ଵ ଶିଖର ଧାୱନଙ୍କ ହାତରେ। ଭାରତର ପୁରା ସ୍କ୍ବାଡ଼ ଏଠାରେ ପରିବର୍ତ୍ତନ ହୋଇଥିବା ଦେଖାଯିବ। ନିକଟରେ ଶେଷ ହୋଇଥିବା ଟି-୨୦ ସିରିଜର କେବଳ ୨-୩ ଖେଳାଳି ଏହି ଦଳର ଅଂଶ ଅଟନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଖେଳିଥିବା ସମାନ ଦଳ ସହିତ ଦିନିକିଆ ସିରିଜରେ ପ୍ରବେଶ କରିବ।

ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଏହି ସିରିଜରେ ଯୁବ ଖେଳାଳିଙ୍କ ପାଇଁ ଏକ ଭଲ ସୁଯୋଗ ମିଳିବ। ଦୀର୍ଘ ଦିନ ଧରି ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ରାହୁଲ ତ୍ରିପାଠୀ ଏଥର ଆନ୍ତର୍ଜାତୀୟ ଡେବ୍ୟୁ ପାଇଁ ଏକ ସୁଯୋଗ ପାଇପାରନ୍ତି। ଏହା ମଧ୍ୟ ମହମ୍ମଦ ସିରାଜ ଏବଂ ଦୀପକ ଚହରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ହେବ। ଏହି ସିରିଜରେ ଭଲ ପ୍ରଦର୍ଶନ କଲେ ଉଭୟ ଖେଳାଳି ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ ଦଳରେ ବୁମରାଙ୍କ ସ୍ଥାନ ନେବାକୁ ଦାବି କରିପାରିବେ।

ପିଚର ସ୍ଥିତି କେମିତି ଅଛି?:

ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଏକାନା ଷ୍ଟାଡିୟମରେ ଏପର୍ଯ୍ୟନ୍ତ ତିନୋଟି ଦିନିକିଆ ଖେଳାଯାଇଛି। ଏହି ତିନୋଟି ମ୍ୟାଚରେ ଭଲ ରନ୍ ସ୍କୋର ହୋଇପାରି ନାହିଁ। ତେବେ ଏଠାରେ ଚାଲିଥିବା ଟି-୨୦ ମ୍ୟାଚ୍‌ରେ ଭଲ ରନ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ଆଜିର ଦିନିକିଆରେ ଭଲ ରନ୍ ବର୍ଷା ହେବା ସମ୍ଭାବନା ରହିଛି।

ପାଗ କେମିତି ରହିବ?:

ବର୍ତ୍ତମାନ ଲକ୍ଷ୍ନୌରେ ବର୍ଷା ହେଉଛି। ଆଜି ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ନିରାଶ ହୋଇ ଏଠାକୁ ଫେରିବାକୁ ପଡିପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ଶିଖର ଧାୱନ (କ୍ୟାପଟେନ), ଶୁବମାନ ଗିଲ, ଶ୍ରେୟାସ ଆୟର (ଭାଇସ କ୍ୟାପଟେନ), ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରଜତ ପାଟିଦାର/ରାହୁଲ ତ୍ରିପାଠୀ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମହମ୍ମଦ୍ ସିରାଜ, ଦୀପକ ଚହର।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଏବଂ ପାଣିପାଗ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ସନ୍ଧ୍ୟାରେ ଗୁଆହାଟୀରେ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ହେବ। ଏଠାରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହିଁବ।

ହେଡ୍ ଟୁ ହେଡ୍ ରେକର୍ଡ: ଏପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୧ ଟି-୨୦ ମ୍ୟାଚ୍ ହୋଇଛି। ଏଥିରେ ଭାରତୀୟ ଦଳ ୧୨ ଟି ମ୍ୟାଚ୍ ଏବଂ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହଛି।

ପିଚ୍ ରିପୋର୍ଟ: ଆଜି ଗୁଆହାଟିର ବାରସପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଦଳ ମୁହାଁମୁହିଁ ହେବେ। ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ସଖେଲାଯାଇଛି ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ (ଭାରତ) ମାତ୍ର ୧୧୮ ରନ୍ ରେ ଅଲ ଆଉଟ୍ ହୋଇଛି। ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ (ଅଷ୍ଟ୍ରେଲିଆ) ୧୬ ତମ ଓଭରରେ ଏହି ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ପିଚ୍ ବହୁତ ଭଲ ଦେଖାଯାଉଛି। ଅର୍ଥାତ୍ ଏଠାରେ ବୋଲର ଏବଂ ବ୍ୟାଟ୍ସମ୍ୟାନ୍ ସମାନ ସହାୟତା ପାଇପାରିବେ।

ପାଣିପାଗ ସ୍ଥିତି: ଗୁଆହାଟୀରେ ଭଲ ଗରମ ଅନୁଭୂତ ହେଉଛି। ଅପରାହ୍ନରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି। ତେବେ ଆଜି ସନ୍ଧ୍ୟାରେ ଏଠାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସମ୍ଭବ ଯେ, କ୍ରିକେଟ୍ ପ୍ରଶଂସକମାନଙ୍କ ପାଇଁ ବହୁତ କମ୍ ଓଭରର ଏକ ମ୍ୟାଚ୍ ଖେଳାଯାଇପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଆର ଅଶ୍ୱିନ, ଦୀପକ ଚହର, ଅର୍ଶଦୀପ ସିଂ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଭାରତ- ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟି-ଟ୍ୱେଣ୍ଟି: ଏଭଳି ରହିବ ଖେଳାଳି ଏକାଦଶ!, କ’ଣ ରହିଛି ରେକର୍ଡ

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ ଟାରୁ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ଯେଉଁଥିରେ ବୋଲରମାନଙ୍କୁ ସାହାଯ୍ୟ ମିଳିଥିବାର ଦେଖାଯାଇଛି। ଟିମ୍ ଇଣ୍ଡିଆ ଏହାର ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏରେ ଜିତି ଗୋଟିଏ ମ୍ୟାଚରେ ହାରିଛି।

ପିଚ୍ ରିପୋର୍ଟ: ବୋଲରମାନେ ଏହି ପିଚ୍ ରେ ସାହାଯ୍ୟ ପାଇପାରିବେ। ଦ୍ରୁତ ବୋଲରମାନେ ଏଠାରେ ବାଉନ୍ସ ପାଇବେ, ସ୍ପିନରମାନେ ମଧ୍ୟ ଏଠାରେ ସାହାଯ୍ୟ ପାଇବେ। ଏଠାରେ ଭାରତର ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ୟୁଜଭେନ୍ଦ୍ର ଚହଲ ୪ ଟି ୱିକେଟ୍ ନେଇଥିଲେ। ମୋଟ ଉପରେ, ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ପରୀକ୍ଷା ଦେବାକୁ ପଡିବ।

ଟସ୍‌ର ଭୂମିକା: ଏପର୍ଯ୍ୟନ୍ତ କେବଳ ଦୁଇଟି ଟି-ଟ୍ୱେଣ୍ଟି ଖେଳାଯାଇଛି, ଥରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ପଛରେ ବ୍ୟାଟିଂ କରିଥିବା ଦଳ ଜିଟିଛି। ଏଭଳି ପରିସ୍ଥିତିରେ ଟସ୍ ର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣା ଦେଖାଯାଉ ନାହିଁ।

ବାରବାଟିରେ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍ ର ରେକର୍ଡ:

ସର୍ବାଧିକ ସ୍କୋର: ଭାରତ (୧୮୦/୩)
ସର୍ବନିମ୍ନ ସ୍କୋର: ଶ୍ରୀଲଙ୍କା (୮୭/୧୦)
ସର୍ବାଧିକ ରନ୍: କେ.ଏଲ୍ ରାହୁଲ (୬୧)
ସର୍ବାଧିକ ୱିକେଟ୍: ୟୁଜଭେନ୍ଦ୍ର ଚହଲ (୪)
ସର୍ବାଧିକ ଷ୍ଟ୍ରାଇକ୍ ରେଟ: ମନୀଷ ପାଣ୍ଡେ (୧୭୭)
ଶ୍ରେଷ୍ଠ ବୋଲିଂ ହାରାହାରି: ଏଲବି ମର୍କେଲ (୪)
ସର୍ବୋତ୍ତମ ଏକୋନୋମି: ଏଲବି ମର୍କେଲ (୩)

ଉଭୟ ଦଳର ସମ୍ଭାବ୍ୟ ଖେଳିବା ଏକାଦଶ: ଉଭୟ ଦଳର ଖେଳୁଥିବା ଏକାଦଶରେ ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ, ଉଭୟ ଦଳ ସେମାନଙ୍କର ଶେଷ ମ୍ୟାଚର ଖେଳିଥିବା ଖେଳାଳି ସହିତ ପଡ଼ିଆରେ ପ୍ରବେଶ କରିପାରନ୍ତି।

ଟିମ୍ ଇଣ୍ଡିଆ: ଋଷଭ ପନ୍ତ (କ୍ୟାପଟେନ), ଋତୁରାଜ ଗାଏକ୍ଵାଡ, ଇଶାନ କିଶନ, ଶ୍ରେୟାସ ଆୟର, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଅକ୍ସାର ପଟେଲ, ଭୂବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାନ।

ଦକ୍ଷିଣ ଆଫ୍ରିକା: ଡେଭିଡ ମିଲର, ରାସି ଭାନ ଡେର୍ ଡୁସେନ୍, ଟେମ୍ବା ବାଭୁମା (କ୍ୟାପଟେନ), ଟ୍ରାଇଷ୍ଟାନ୍ ଷ୍ଟବ୍ସ୍, ଡୱେନ ପ୍ରିଟୋରିୟସ୍, କ୍ୱିଣ୍ଟନ୍ ଡି କକ୍, ଏନ୍ରିକ୍ ନର୍ସିଆ, କାଗିସୋ ରାବାଡା, କେଶଭ ମହାରାଜ, ତାବାରିଜ ଶାମସି, ୱେନ ପାର୍ନେଲ

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍: କେବେ ଏବଂ କେଉଁଠାରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହରାଇଥିବା ଭାରତୀୟ ଦଳ ଏବେ ଦିନିକିଆ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଟିମ୍ ଇଣ୍ଡିଆର ୯ ଖେଳାଳି ମଧ୍ୟ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି। ଏହି ଖେଳାଳିମାନେ ଶୀଘ୍ର ସେଠାରେ ଉପସ୍ଥିତ ଥିବା ଟେଷ୍ଟ ଦଳର ଖେଳାଳିମାନଙ୍କ ସହିତ ଯୋଗଦେବେ। ଏହି ସିରିଜରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ। ସେଗୁଡିକ କେବେ ଏବଂ କେଉଁଠାରେ ହେବ ଏବଂ ଆପଣ ଏହି ମ୍ୟାଚଗୁଡ଼ିକର ଲାଇଭ୍ ପ୍ରସାରଣ ଏବଂ ଅନଲାଇନ୍ ଷ୍ଟ୍ରିମିଂ କେଉଁଠାରେ ଦେଖିବେ? ସମସ୍ତ ବିଶେଷ ସୂଚନା ଏଠାରେ ପଢନ୍ତୁ..

୧- ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ କେବେ ଏବଂ କେଉଁଠାରେ ଖେଳାଯିବ?:

ଏହି ସିରିଜରେ ୩ ଟି ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ ଜାନୁଆରୀ ୧୯ ତାରିଖରେ ପାର୍ଲର ବୋଲାଣ୍ଡ ପାର୍କରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୨୧ ତାରିଖରେ ଅନୁଷ୍ଠିତ ହେବ। ଏହା ମଧ୍ୟ ବୋଲାଣ୍ଡ ପାର୍କରେ ମଧ୍ୟ ଖେଳାଯିବ। ତୃତୀୟ ମ୍ୟାଚ୍ ଜାନୁଆରୀ ୨୩ ତାରିଖରେ କେପଟାଉନ୍ ନ୍ୟୁଲାଣ୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।

୨- ମ୍ୟାଚ୍ କେଉଁ ସମୟରେ ଆରମ୍ଭ ହେବ?:

ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ।

୩- କେଉଁ ଚ୍ୟାନେଲରେ ସିରିଜ୍ ସିଧା ପ୍ରସାରଣ ହେବ?:

ସମସ୍ତ ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କର ହିନ୍ଦୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଭାଷା ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହି ମ୍ୟାଚ୍ ଗୁଡିକ ଡିଡି ସ୍ପୋର୍ଟସରେ ମଧ୍ୟ ଦେଖିବାକୁ ମିଳିବ।

୪- ଅନ୍ଲାଇନରେ ଲାଇଭ୍ ମ୍ୟାଚ୍:

ଡିଜନି + ହଟଷ୍ଟାର ଆପରେ ଅନଲାଇନ୍ ଲାଇଭ୍ ମ୍ୟାଚ୍ ଦେଖିବାକୁ ମିଳିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ଏହାର ଆପ୍ ଡାଉନଲୋଡ୍ କରିବାକୁ ପଡିବ।

ଟିମ୍ ଇଣ୍ଡିଆ: କେ.ଏଲ୍ ରାହୁଲ (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଇକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଋଷଭ ପନ୍ତ (ୱିକି), ଇଶାନ କିଶନ (ୱିକି), ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ୍, ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନବଦୀପ ସାଇନି।

ଦକ୍ଷିଣ ଆଫ୍ରିକା: ଟେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ (ଉପ-ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକି), ଜୁବାଇର ହାମଜା, ମାର୍କୋ ଜେନସେନ୍, ଜେମାନ ମଲାନ, ସିସଣ୍ଡା ମାଗାଲା, ଏଡନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ଏନିଗିଡି, ୱେନ ପାର୍ନେଲ, ଆଣ୍ଡିଲ ଫେଲୁକୱାୟୋ, ଡୱେନ ପ୍ରିଟୋରିୟସ୍, କାଗିସୋ ରାବାଡା, ତବ୍ରେଜ୍ ଶାମସି, ରାସି ଭାନ୍ ଡେର୍ ଡୁସେନ୍, କାଇଲ୍ ଭେରେନ୍।