Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ପିଚ୍ ଏବଂ ପାଣିପାଗ ସ୍ଥିତି
ଅନ୍ତରାଷ୍ଟ୍ରୀୟ

ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ପିଚ୍ ଏବଂ ପାଣିପାଗ ସ୍ଥିତି

September 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ଆଜି ଭାରତୀୟ ଦଳ ସୁପର-୪ ପର୍ଯ୍ୟାୟରେ ଦ୍ୱିତୀୟ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ପାକିସ୍ତାନ ଠାରୁ ହାରିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ୍ ଜିତିବା ପରେ ହିଁ ଭାରତୀୟ ଦଳର ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଆଫଗାନିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍ ଜିତିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବା ଦିଗରେ ଶ୍ରୀଲଙ୍କାର ଉଦ୍ୟମ ହେବ।

ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କାର ଏହି ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ସମୟରେ ଏହି ପିଚ ଉପରେ କାକର ଅଧିକ ପ୍ରଭାବ ପକାଇବ ନାହିଁ। ଏହା ସତ୍ତ୍ୱେ ଦ୍ଵିତୀୟରେ ବ୍ୟାଟିଂ କରୁଥିବା ଦଳ ଲଗାତର ଜିତୁଛି। ଏଠାରେ ଅନୁଷ୍ଠିତ ଗତ ୧୯ ଟି ମ୍ୟାଚ ମଧ୍ୟରୁ ୧୭ ଟିରେ ପଛରେ ବ୍ୟାଟିଂ କରୁଥିବା ଦଳ ଜିତିଛି। ଗତ ଦୁଇଟି ମ୍ୟାଚ୍‌ରେ ମଧ୍ୟ ୧୮୦+ ସ୍କୋର ଟାର୍ଗେଟକୁ ମଧ୍ୟ ହାସଲ କରାଯାଇଛି। ଏଭଳି ପରିସ୍ଥିତିରେ ଆଜି ମଧ୍ୟ ଟସ୍ ନିର୍ଣ୍ଣାୟକ ଭୂମିକାରେ ରହିବ। ପାଣିପାଗ ବିଷୟରେ କହିବାକୁ ଗଲେ, ଦୁବାଇରେ ଏହି ସମୟରେ ବହୁତ ଗରମ ଅନୁଭୂତ ହେବ। ମ୍ୟାଚ୍ ସମୟରେ ମଧ୍ୟ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ରହିବ।

ସମ୍ଭାବ୍ୟ ଏକାଦଶ ଖେଳାଳି: ଋଷଭ ପନ୍ତ, ରବି ବିଷ୍ନୋଇ ଏବଂ ଦୀପକ ହୁଡା ଗତ ଥର ଭାରତୀୟ ଦଳରେ ସୁଯୋଗ ପାଇଥିଲେ। ଏଥର ଖେଳାଳି ଏକାଦଶକୁ ପୁନର୍ବାର ପରିବର୍ତ୍ତନ କରିବା ସମ୍ଭାବନା ରହିଛି। କାର୍ତ୍ତିକଙ୍କୁ ପନ୍ତଙ୍କ ସ୍ଥାନରେ ଖେଲାଯାଇପାରେ। ଏଥି ସହିତ ଆବେଶ ଖାନଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ନିଶ୍ଚିତ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ସମ୍ଭାବନା ଦେଖାଯାଉନାହିଁ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ଆବେଶ ଖାନ।

ଶ୍ରୀଲଙ୍କା: କୁସଲ ମେଣ୍ଡିସ୍, ପାଥୁମ୍ ନିଶଙ୍କା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷ, ଧନୁସ୍କା ଗୁନାଥିଲାକା, ଦାସୁନ୍ ଶାନାକା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାତ୍ନେ, ମହିଷ ତୀକ୍ଷଣା, ମଥୀଶା ପାଥିରାନା, ଦିଲଶାନ ମାଦୁଶଙ୍କା।

ଏସିଆ କପ୍-୨୦୨୨ ଟିମ୍ ଇଣ୍ଡିଆ ପାକିସ୍ତାନ ପାଣିପାଗ ସ୍ଥିତି ଶ୍ରୀଲଙ୍କା ସମ୍ଭାବ୍ୟ ଖେଳାଳି ସୁପର-୪ ପର୍ଯ୍ୟାୟ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026
Latest News

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.