Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି, ଜାଣନ୍ତୁ ପ୍ଲେଇଂ-୧୧ ଏବଂ ପାଣିପାଗ ସ୍ଥିତି
ଅନ୍ତରାଷ୍ଟ୍ରୀୟ

ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି, ଜାଣନ୍ତୁ ପ୍ଲେଇଂ-୧୧ ଏବଂ ପାଣିପାଗ ସ୍ଥିତି

November 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ହାମିଲଟନର ସିଡନ୍ ପାର୍କରେ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଏହା ଭାରତୀୟ ଦଳ ପାଇଁ ଏକ ‘କର ବା ମର’ ମ୍ୟାଚ୍ ହେବ।

ଗତ ମ୍ୟାଚ୍‌ରେ ବ୍ୟାଟିଂରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ​​କିନ୍ତୁ ବୋଲିଂ ଏକ ସମ୍ପୂର୍ଣ୍ଣ ଫ୍ଲପ୍ ଥିଲା। ଉମ୍ରାନ ମଲିକଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ବାକି ବୋଲରମାନେ ପ୍ରବାହହିନ ଦେଖାଯାଉଥିଲେ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ସେମାନଙ୍କ ବୋଲିଂ ଏବଂ ରଣନୀତି ଉପରେ ବିଶେଷ କାର୍ଯ୍ୟ କରିବାକୁ ପଡ଼ିବ।

ହାମିଲଟନରେ ଭାରତର ଖରାପ ରେକର୍ଡ:

ଏହି ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ରେକର୍ଡ ଭଲ ନାହିଁ। ଏଠାରେ ଭାରତୀୟ ଦଳ ୧୧ ଟି ଦିନିକିଆ ଖେଳିଛି, ଯେଉଁଥିରେ ୩ ଟିରେ ଜିତିଥିବା ବେଳେ ୮ ଟି ମ୍ୟାଚ ହାରିଛି। ଅପରପକ୍ଷେ, ନ୍ୟୁଜିଲ୍ୟାଣ୍ଡ ଏହି ଗ୍ରାଉଣ୍ଡରେ ୩୨ ଟି ଦିନିକିଆ ମଧ୍ୟରୁ ୨୩ ଟି ମ୍ୟାଚ ଜିତିଛି। ଉଲ୍ଲେଖଥାଉ କି, ମୋଟ ଦିନିକିଆ ରେକର୍ଡରେ ଭାରତୀୟ ଦଳ ଆଗୁଆ ରହିଛି। ଉଭୟଙ୍କ ମଧ୍ୟରେ ୧୧୧ ମ୍ୟାଚରେ ଭାରତ ୫୫ ଏବଂ ନ୍ୟୁଜିଲ୍ୟାଣ୍ଡ ୫୦ ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଛି ଏବଂ ୫ ଟି ମ୍ୟାଚ୍ ଅମୀମାଂସିତ ରହିଛି।

ପିଚ୍ ରିପୋର୍ଟ: ଏହି ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ମଧ୍ୟ ୩୬୩ ରନ୍ ସଂଗ୍ରହ କରିଛି ଏବଂ ୯୨ ରନ୍ ରେ ମଧ୍ୟ ଆଉଟ୍ ହୋଇଛି। ଉଲ୍ଲେଖଥାଉ କି, ଏଠାରେ ଶେଷ ତିନୋଟି ମ୍ୟାଚରେ ପ୍ରତ୍ୟେକ ଥର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩୦୦+ ରନ୍ ସ୍କୋର କରିଛି। ଏଠାରେ ୩୦୦+ ରନ୍ ର ଟାର୍ଗେଟ୍ ପୂରଣ କରିବା ମଧ୍ୟ କଷ୍ଟସାଧ୍ୟ ନୁହେଁ। ଫେବୃଆରୀ ୨୦୨୦ ରେ, ନ୍ୟୁଜିଲାଣ୍ଡ ଏଠାରେ ୩୪୮ ରନର ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।

ପାଣିପାଗ ସ୍ଥିତି: ରବିବାର ଦିନ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି। ଅର୍ଥାତ୍ ବର୍ଷା ଦ୍ୱାରା ମ୍ୟାଚ୍ ବାଧାପ୍ରାପ୍ତ ହେବାର ସମସ୍ତ ସମ୍ଭାବନା ଅଛି।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି ଏକାଦଶ: ଶିଖର ଧାୱନ (ଅଧିନାୟକ), ଶୁଭମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭ ପନ୍ତ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଉମରନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲ୍ୟାଣ୍ଡର ସମ୍ଭାବ୍ୟ ଖେଳାଳି ଏକାଦଶ: ଫିନ୍ ଆଲେନ୍, ଡିଭାନ୍ କନୱେ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟମ୍ ଲାଥାମ୍, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର୍, ଟିମ୍ ସାଉଦି, ମ୍ୟାଟ ହେନେରୀ, ଲକି ଫର୍ଗୁସନ୍।

କର ବା ମର ପରିସ୍ଥିତି ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ପାଣିପାଗ ସ୍ଥିତି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026
Latest News

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.