ଇତିହାସ ସୃଷ୍ଟି କଲେ ପିଭି ସିନ୍ଧୁ: ପ୍ରଥମ ଥର ପାଇଁ ଜିତିଲେ ସିଙ୍ଗାପୁର ଓପନ୍

Published: Jul 17, 2022, 4:47 pm IST

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଇତିହାସ ସୃଷ୍ଟି କରିଛନ୍ତି। ସେ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିଛନ୍ତି। ଅନ୍ତିମ ମ୍ୟାଚରେ ସେ ଚାଇନାର ୱାଙ୍ଗ ଜୀ ୟୀଙ୍କୁ 21-9, 11-21, 21-15 ରେ ପରାସ୍ତ କରିଛନ୍ତି। ସିନ୍ଧୁ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ୍ ଟାଇଟଲ୍ ଜିତିଛନ୍ତି।

ତୃତୀୟ ସିଡ୍ ପିଭି ସିନ୍ଧୁ ଏହି ମ୍ୟାଚରେ ପ୍ରଥମ ଖେଳକୁ ଏକପାଖିଆ ଢଙ୍ଗରେ ଜିତିଥିଲେ। କିନ୍ତୁ ଦ୍ୱିତୀୟ ସେଟରେ ୱାଙ୍ଗ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ଗେମରେ କଡା ପ୍ରତିଯୋଗିତା ହୋଇଥିଲା, ଯେଉଁଠାରେ ସିନ୍ଧୁ ଶେଷରେ ଜିତିଥିଲେ।

ଏହା ପୂର୍ବରୁ ସେମିଫାଇନାଲ ମ୍ୟାଚରେ ସିନ୍ଧୁ ଜାପାନର ସାଇନା କାୱାକାମୀଙ୍କୁ 21-15, 21-7 ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏଥି ସହିତ ୱାଙ୍ଗ ଜାପାନର ଆୟା ଅହୋରିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ମଧ୍ୟ ଚଳିତ ବର୍ଷ ଏସୀୟ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ସହିତ ସେ ଚଳିତ ବର୍ଷ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ଟାଇଟଲ୍ ମଧ୍ୟ ଜିତିଛନ୍ତି। ବର୍ତ୍ତମାନ ଏହି 27 ବର୍ଷୀୟ ଖେଳାଳି ସିଙ୍ଗାପୁର ଓପନର ସୁପର 500 ଟାଇଟଲ ଜିତିବା ପରେ ଏବେ କମନୱେଲଥ ଗେମ୍ସ ପାଇଁ ନଜର ରଖିଛନ୍ତି।

Related posts