Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ର ଫ୍ରାଂଚାଇଜି କିଣିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍
ଅନ୍ତରାଷ୍ଟ୍ରୀୟ

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ର ଫ୍ରାଂଚାଇଜି କିଣିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

July 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ର ଫ୍ରାଂଚାଇଜି କିଣିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ମୁମ୍ବାଇ/ ଭୁବନେଶ୍ୱର: କ୍ରିକେଟ୍‌ରେ ଏହାର ବର୍ଦ୍ଧିତ ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ଼ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଆଗାମୀ ଟି୨୦ ଲିଗ୍‌ର ଏକ ଫ୍ରାଚାଂଇଜି ଟିମ୍ ଅଧିଗ୍ରହଣ କରିବା ନେଇ ଘୋଷଣା କରାଯାଇଛି। ନିକଟରେ କଂପାନି ପକ୍ଷରୁ ଓ ୟୁଏଇ-ଭିତିକ ଆନ୍ତର୍ଜାତିିକ ଲିଗ୍ ଟି୨୦ ଟିମ୍‌କୁ ଅଧିଗ୍ରହଣ ପରେ ପରେ କେପ୍ ଟାଉନ୍ ସ୍ଥିତ ଏହି ନୂତନ ଫ୍ରାଚାଂଇଜି ଅଧିଗ୍ରହଣ ମୁମ୍ବାଇ ଇଣ୍ଡିଆନ୍‌ସ ବ୍ରାଣ୍ଡ୍‌କୁ ଆଗକୁ ବଢ଼ାଇବ।

ଭାରତରେ କ୍ରିକେଟ୍ ଫ୍ରାଂଚାଇଜି, ଫୁଟ୍‌ବଲ୍ ଲିଗ୍‌ର ମାଲିକାନା, କ୍ରୀଡ଼ା ପ୍ରାଯୋଜନା, କନସଲଟାନ୍ସି ଓ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଓ ଏହି କ୍ଷେତ୍ରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ ଆଗକୁ ଆଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରୀଡ଼ା ବ୍ୟବସ୍ଥାର ଅଭ୍ୟୁଦୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥି ସହିତ, ଆର୍‌ଆଇଏଲ୍‌ର ସିଏସ୍‌ଆର୍ ଶାଖା ରିଲାଏନ୍ସ ଫାଉଣ୍ଡେସନ ସ୍ପୋର୍ଟସ୍ ସାରା ଦେଶରେ କ୍ରୀଡ଼ାବିତମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଚାମ୍ପିଅନ୍ ହେବା ଲାଗି ସୁଯୋଗ ପ୍ରଦାନ କରି ଭାରତର ଅଲିମ୍ପିକ ଅଭିଯାନର ନେତୃତ୍ୱ ନେଇଛି ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବାରେ ଭାରତର ନେତୃତ୍ୱ ନେଇଛି।

ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀମତୀ ନୀତା ଅମ୍ବାନିଙ୍କ ନେତୃତ୍ୱରେ ୪୦ ବର୍ଷର ବ୍ୟବଧାନ ପରେ ୨୦୨୩ରେ ମୁମ୍ବାଇରେ ସମ୍ମାନଜନକ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଅଧିବେଶନ ଆୟୋଜନ କରିବା ପାଇଁ ଏକ ସଫଳ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶିକା ନୀତା ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସ ପରିବାରକୁ ଆମର ନୂଆ ଟି୨୦ ଟିମ୍‌କୁ ସ୍ୱାଗତ କରି ଆମେ ଅତ୍ୟନ୍ତ ଉଲ୍ଲସିତ। ମୁମ୍ବାଇ ଇଣ୍ଡିଆନ୍‌ସର ନିର୍ଭିକ ଓ ମନୋରଂଜନଧର୍ମୀ କ୍ରିକେଟ୍‌କୁ ଆମେ ଭାରତ ଭଳି କ୍ରିକେଟ୍‌କୁ ଭଲ ପାଉଥିବା ଏକ ଦେଶ ଦକ୍ଷିଣ ଆଫ୍ରିକା ନେଉଥିବାରୁ ଅତ୍ୟନ୍ତ ଉତ୍ସାହିତ। ଦକ୍ଷିଣ ଆଫ୍ରିକାରେ ଏକ ଦୃଢ଼ କ୍ରୀଡ଼ା ପରିବେଶ ରହିଛି ଏବଂ ଏହି ସହଯୋଗିତାର ଶକ୍ତି ଓ ସମ୍ଭାବନା ସନ୍ଧାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଆମେ ମୁମ୍ବାଇ ଇଣ୍ଡିଆନ୍‌ସର ବିଶ୍ୱସ୍ତରୀୟ ଉପସ୍ଥିତିକୁ ବଢ଼ାଉଥିବା ବେଳେ କ୍ରୀଡ଼ା ଜରିଆରେ ଖୁସି ଓ ଉଲ୍ଲାସର ପ୍ରସାର ଜାରି ରଖିବା ପାଇଁ ପ୍ରତିବଦ୍ଧ ରହିଛୁ।’’

ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଦକ୍ଷିଣ ଆଫ୍ରିକା ଫ୍ରାଚାଂଇଜି ସହିତ ଆମର ଏବେ ତିନିଟି ଦେଶରେ ତିନିଟି ଟି୨୦ ଟିମ୍ ରହିଛି। କ୍ରିକେଟ୍ ପରିବ୍ୟବସ୍ଥାରେ ଆମର ରହିଥିବା ଅଭିଜ୍ଞତା ଓ ଗଭୀର ଜ୍ଞାନ ତଥା ମୁମ୍ବାଇ ଇଣ୍ଡିଆନ୍ସ ବ୍ରାଣ୍ଡ୍‌କୁ ବ୍ୟବହାର କରି ଟିମ୍ ଗଠନ କରିବା ଏବଂ କ୍ରୀଡ଼ା ପ୍ରେମୀମାନଙ୍କୁ କିଛି ଶ୍ରେଷ୍ଠ କ୍ରିକେଟ୍ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।’’

କ୍ରିକେଟ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025
Latest News

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025

ସତରେ କେଡ଼େ ବିଚିତ୍ର!: ଏପଟେ ଜଳୁଛି ସ୍ଵାମୀ ଆଉ ଶାଶୁର ଜୁଇ, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

November 10, 2025

ନୂଆପଡା ଉପନିର୍ବାଚନ ମତଦାନ ପାଇଁ କାହିଁକି ହେଲିକାପ୍ଟରରେ ଗଲେ ପୋଲିଂ ପାର୍ଟି

November 10, 2025

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.