Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ପାଣିରେ ନ ବୁଡି କିପରି ଭାସମାନ ଅବସ୍ଥାରେ ରହି ଜୀବନ ରକ୍ଷା କରିହେବ, କୌଶଳ ଶିଖାଇଲେ ଯୋଗଗୁରୁ
ଖେଳ

ପାଣିରେ ନ ବୁଡି କିପରି ଭାସମାନ ଅବସ୍ଥାରେ ରହି ଜୀବନ ରକ୍ଷା କରିହେବ, କୌଶଳ ଶିଖାଇଲେ ଯୋଗଗୁରୁ

July 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏଣିକି ଆଉ କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିବେ ନାହିଁ। ପାଣି ବୁଡ଼ିରୁ ବିଶ୍ଵବାସୀଙ୍କୁ ବଞ୍ଚାଇବ ପାଇଁ ଓଡ଼ିଶା କୌଶଳ ଶିକ୍ଷାଇବ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜନ୍ ର ଆବାହକ ବିଜୟ କୁମାର ପଟ୍ଟନାୟକ କହିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଫେରମର ସଦସ୍ୟ ତଥା ଦେଶର ଜଣାଶୁଣା ଜଳ ଯୋଗଗୁରୁ ଅଶୋକ କୁମାର ବରାଳ ଉଦ୍ଭାବନ କରିଥିବା ନୂତନ ଜ୍ଞାନ କୌଶଳ ଦ୍ଵାରା ଏହା ସମ୍ଭବ ହେବାକୁ ଯାଉଛି । ମଣିଷ ସହିତ ସମସ୍ତ ଜୀବ ମାନଙ୍କ ଶରୀର ପାଣିରେ ଭାସିବା ପାଇଁ ଗଠିତ ବୋଲି ଯୋଗଗୁରୁ ଅଶୋକ ବରାଳ ବିଗତ କିଛି ବର୍ଷ ହେବ ଦାବି କରିଆସିଛନ୍ତି। ଏହା ସତ୍ୟ ଏବଂ ବିଜ୍ଞାନ ସମ୍ମତ ଓ ଅଶୋକ ବରାଳ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡ୍ରାଫ ଜୱାନ ଏବଂ ଅଗ୍ନିଶମ ସେବା ଅଧିକାରୀ ମାନଙ୍କୁ ପାଣିରେ ଭାସିବା ଶିଖାଇ ଆସୁଛନ୍ତି।

ମଞ୍ଚରେ ରାଜ୍ୟ ଅଗ୍ନିଶମ ଡିଜି ଏସ କେ ଉପାଧ୍ୟାୟ,ପୂର୍ବତନ ମୁଖ୍ୟଶାସନ ସବିବ ବିଜୟ କୁମାର ପଟ୍ଟନାୟକ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସିୱାଏସଡି ମୁଖ୍ୟ ଜଗଦାନନ୍ଦ ଓ ଅନ୍ୟମାନେଟ୍ଟ “ଭୁବନେଶ୍ୱରରେ ସ୍କୁଲ ସ୍ତରରେ ଜଳବୁଡି ରକ୍ଷା ଉପରେ ଆମେ ସ୍ମାର୍ଟ ସିଟି ଫୋରମ ସହ ମିଶି କାର‌୍ୟ୍ୟ କରିବୁ ବୋଲି ପୋଲିସ କମିଶନର କହିଛନ୍ତି।

ଆଜି “ବିଶ୍ଵ ଜଳ ବୁଡ଼ି ନିରୋଧ” ଦିବସ ପାଳନ ଅବସରରେ ଶ୍ରୀ ବରାଳ ଅଗ୍ନିଶମ ସେବା ଅଧିକାରୀ ଏବଂ ଓଡ୍ରାଫ ଜୱାନମାନଙ୍କ ସହିତ ପାଣିରେ କିପରି ଶ୍ଵାସ କ୍ରିୟା ନିୟନ୍ତ୍ରଣ ନକରି ଭାସି ହେବ ତାହା ପ୍ରର୍ଦଶନ କରିଥିଲେ। ପାଣିରେ ଭାସିବା ପାଇଁ ପହଁରା ଶିଖିବା ନିତ୍ୟାନ୍ତ ଆବଶ୍ୟକ ନାହିଁ ବୋଲି ଶ୍ରୀ ବରାଳ କହିଛନ୍ତି, ଏଥିପାଇଁ କେବଳ ପାଟି ଓ ନାକକୁ ଜଳ ସ୍ତରର ଉପରକୁ ରଖିବା ଆବଶ୍ୟକ ଯେପରି ପାଟି ଓ ନାକଦେଇ ପାଣି ଶରୀରକୁ ପ୍ରବେଶ ନ କରେ। ବୈଜ୍ଞାନିକ ଆର୍କମେଡିସ ନିୟମ ଅନୁସାରେ ମଣିଷ ଶରୀର ପାଣିରେ ଭାସିବ ଏହା ସହିତ ଯେହେତୁ ମଣିଷ ଶରୀରର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ ତେଣୁ ମଣିଷ ପାଣିରେ ବୁଡିବ ନାହିଁ ବୋଲି ଶ୍ରୀ ବରାଳ କହିଛନ୍ତି।

ଅଶୋକ ବରାଳ ପ୍ରଶିକ୍ଷଣ ଦେଉଛନ୍ତି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସରେ ଫୋରମ୍ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ “ବିଶ୍ଵ ଜଳ ବୁଡ଼ି ନିରୋଧ ଦିବସ” ପାଳନ କରାଯାଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅଗ୍ନିଶମ ସେବାର ମହାନିର୍ଦେଶକ ଏସ.କେ. ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭୁବନେଶ୍ଵର କଟକର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ନାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଣଝଊର ମୁଖ୍ୟ ଜଗଦାନନ୍ଦ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଆଗାମୀ ଦିନରେ ଫୋରାମ ପ୍ରତି ବ୍ଲକରେ ଲୋକମାନଙ୍କୁ ପାଣିରେ ଭାସିବା କୌଶଳ ପ୍ରଶିକ୍ଷଣ ଦେବେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସଂକଳ୍ପ ଟିଭିର ମୁଖ୍ୟ ଅଶୋକ ଦାସ ଅତିଥି ମାନଙ୍କ ପରିଚୟ ପ୍ରଧାନ କରିଥିଲେ ।

ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟର ସଂଯୋଜକ ତଥା ଦେଶର ପୂର୍ବତନ ବୀମା ଆୟୁକ୍ତ ବିମଳ କୁମାର ସାହୁ ଯୋଗ ଦେଇ କହିଥିଲେ ଯେ ଫୋରମର ଏହି କାର‌୍ୟ୍ୟକୁ ତାଙ୍କ ସଂସ୍ଥା ଦେଶ ବିଦେଶରେ ପହଞ୍ଚାଇବ ପାଇଁ ସହଯୋଗ କରିବ। ଖୁବଶୀଘ୍ର ଜାତୀୟ ବିପର‌୍ୟ୍ୟୟ ପ୍ରତିକ୍ରିୟା ବଳର ଜଓ୍ବାନ ମାନଙ୍କୁ ଏହି କୌଶଳ ପ୍ରଶିକ୍ଷଣ ଦେବା ପାଇଁ ଶ୍ରୀ ବରାଳ ଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଏନ୍ . ଡି. ଆର୍. ଏଫ୍ ର ଓଡ଼ିଶା ମୁଖ୍ୟ ବରିଷ୍ଠ କମାଣ୍ଡାଣ୍ଟ ଜେ. କିସ୍ପୋଟା କରିଥିଲେ। ଏହି ଅବସରରେ ଜଳରେ ଭସିବା ପାଇଁ ପ୍ରଶିକ୍ଷଣ ନେଇଥିବା ଓଡ୍ରାଫ ଜୱାନ ଏବଂ ଅଗ୍ନିଶମ ସେବା ଅଧିକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା ।

ବିଶ୍ଵରେ ପ୍ରତିଦିନ ପ୍ରାୟ ୬୪୬ ଜଣ ଜଳରେ ବୁଡ଼ି ମୃତ୍ୟୁ ବରଣ କରୁଥିବା ବେଳେ। ଭାରତ ରେ ୮୦ ଜଣ ଏବଂ ଓଡ଼ିଶାରେ ପ୍ରତିଦିନ ଜଣେରୁ ଅଧିକ ବ୍ୟକ୍ତି ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି। ମିଳିତ ଜାତିସଂଘର ତଥ୍ୟ ଅନୁସାରେ ପ୍ରତି ବର୍ଷ ୨ ଲକ୍ଷ ୩୬ ହଜାର ଲୋକ ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି। ବିଶ୍ଵ ଆକସ୍ମିକ ମୃତ୍ୟୁ ପରିସଂଖ୍ୟାନରେ ପାଣି ବୁଡ଼ି ଜନିତ ମୃତ୍ୟୁ ତୃତୀୟ ସ୍ଥାନରେ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜୟ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପାଇଁ ରେଳବାଇ ସମ୍ପର୍କରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନ: ଉତ୍ତର ଦେଲେ ରେଳମନ୍ତ୍ରୀ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026
Latest News

ଓଡ଼ିଶା ପାଇଁ ରେଳବାଇ ସମ୍ପର୍କରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରଶ୍ନ: ଉତ୍ତର ଦେଲେ ରେଳମନ୍ତ୍ରୀ

March 27, 2026

ପୁଣି ଥରେ ରୁଷଠାରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କିଣିବ ଭାରତ: ଅନୁମୋଦନ କଲା DAC

March 27, 2026

ତିନି ଦିନ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ବୋମା ଧମକ

March 27, 2026

2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

March 27, 2026

ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.