Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ କଂଗ୍ରେସ କମିଙ୍ଗି, ହେଲେ ଓଡିଶାରେ କଂଗ୍ରେସ ଗୋଇଁଙ୍ଗି…

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ ବର୍ତ୍ତମାନ କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ତାହା ହୋଇପାରୁ ନାହିଁ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଫଳାଫଳକୁ ବିଚାରକୁ ନିଆଯାଉ। ସେଠାରେ କଂଗ୍ରେସର ଦୟନୀୟ ଅବସ୍ଥା ହେଲା। ଅମାନତ ହରାଇଲା। ସେତିକି ନୁହେଁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକେ ଯେତିକି ଭୋଟ ଦେଇଥିଲେ ଏଥର ସେତିକି ମଧ୍ୟ  ଦେଲେ ନାହିଁ। ଉଭୟ ବିଜେଡି ଓ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କଂଗ୍ରେସ ଭୋଟ ହରାଇଛି।

ଭୋଟ ଗଣନାରୁ ଜଣାପଡିଛି ଯେ, ଝାରସୁଗୁଡାରେ କଂଗ୍ରେସ ମୋଟ ୪୪୯୬ ଖଣ୍ଡ ଭୋଟ ମିଳିଛି। ହେଲେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮୮୨୩ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ ଏହି ଉପନିର୍ବାଚନରେ କଂଗ୍ରେସ ୧୪ ୩୨୭ ଖଣ୍ଡ ଭୋଟ ହରାଇଛି। ଏକ ବଡ ବ୍ୟବଧାନ ସୃଷ୍ଟି ହୋଇଛି। କଂଗ୍ରେସ ଜଣେ ଯୁବ ତଥା ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲା। ତଥାପି ଏପରି ଦୟନୀୟ ଅବସ୍ଥା ହେବାକୁ ନେଇ କଂଗ୍ରେସ ଚିନ୍ତା କରିବାର ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଦେଖିଲେ ଉଭୟ ବିଜେଡି ଓ ବିଜେପି ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟ ହାତେଇଛନ୍ତି। ଗତଥର ବିଜେଡି ୯୮୬୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ଉପନିର୍ବାଚନରେ ଦୀପାଳି ୧୦୭୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପି ୫୨୯୨୧ ଖଣ୍ଡ ଭୋଟ ହାସଲ କରିଥିବା ବେଳେ ଏଥର ବିଜେପକୁ ମିଳିଛି ୫୮୪୭୭ ଖଣ୍ଡ ଭୋଟ। ଅର୍ଥାତ ଗତ ବିଧାନସଭା ନିର୍ବାଚନରୁ ବିଜେଡି ୮୫୭୮ ଖଣ୍ଡ ଏବଂ ବିଜେପି ୫୫୫୬ ଖଣ୍ଡ ଅଧିକ ଭୋଟ ହାସଲ କରିଛନ୍ତି।

ଏଥର କଂଗ୍ରେସ ନୂଆ ନେତୃତ୍ବ ନୂଆ ପ୍ରାର୍ଥୀଙ୍କୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ନୂଆ ନେତୃତ୍ବ ମଧ୍ୟରେ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସମସ୍ତେ ଆଶା କରିଥିଲେ ବିଜୟ ପଟ୍ଟନାୟକଙ୍କ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ଝାରସୁଗୁଡାରେ କିଛି କରି ଦେଖାଇବେ। ହେଲେ ତାହା ଫସର ଫାଟିଛି। ନା ଶରତ ନା ବିଜୟ କାହାକୁ ହେଲେ ଭୋଟର ପସନ୍ଦ କଲେ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୟ ପଟ୍ଟନାୟକ ହେଲେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ଗଠନ ହେଲା ରାଜନୈତିକ କମିଟି

ଭୁବନେଶ୍ବର: ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ହୋଇଛନ୍ତି କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ। ଏ ନେଇ ଆଜି ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜୟ ପଟ୍ଟନାୟକଙ୍କୁ ତୁରନ୍ତ ପ୍ରଦେଶ କଂଗ୍ରେସ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଗଲା। କେ ସି ଭେନୁଗୋପାଳଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଚାଲିଥିବାରୁ ବିଜୟଙ୍କ ଉପରେ ଦଳ ଗୁରୁ ଦାୟିତ୍ବ ପ୍ରଦାନ କରିଛି। ପ୍ରଥମ ଥର ପାଇଁ ବିଜୟ ଏହି ନିର୍ବାଚନର ପ୍ରଚାର ଦାୟିତ୍ବ ସମ୍ଭାଳିବେ। ବିଜୟ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବାର ଦୀର୍ଘ ବର୍ଷ ପରେ କଂଗ୍ରେସରେ ସାମିଲ ହୋଇଥିଲେ। ସେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରାଇଥିଲେ। ଦଳ ତାଙ୍କୁ ନିଶ୍ଚିତ ଭାବେ ଏକ ଭଲ ପଦବୀ ଦେବ ବୋଲି ପୂର୍ବରୁ ଆଶା କରାଯାଉଥିଲା।

ସେହିପରି ପ୍ରଦେଶ କଂଗ୍ରେସ କମିଟର ରାଜନୈତିକ ବ୍ୟାପାର କମିଟ ମଧ୍ୟ ଗଠନ କରାଯାଇଛି। ଏଥିରେ ଛବିଶ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଏହି କିମିଟିରେ ଏ. ଚେଲ୍ଲା କୁମାର ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତଚରଣ ଦାସ, ଡ. ଆର.ସି ଖୁଣ୍ଟିଆ, ତାରାପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁଶିଲା ତିରିଆ, କିଶୋର ଚନ୍ଦ୍ର ପଟେଲ, ସପ୍ତଗିରି ଉଲାକା, ଜଗନ୍ନାଥ ପଟ୍ଟନାୟକ, ଶରତ କୁମାର ରାଉତ, ଜଜେ୍ଞଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଂଚାନନ କାନୁନଗୋ, ସନ୍ତୋଷ ସିଂ ସାଲୁଜା, ସସ୍ମିତା ବେହେରା, ଜିଆଉଲ ହକ୍, ଶରତ ପ୍ରଧାନ, ଅମୀୟ ପଟ୍ଟନାୟକ।

ସେହିପରି ବିସ୍ମୟ ମହାପାତ୍ରଙ୍କୁ ଦଳ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଓଡିଶା ଦାୟିତ୍ୱରେ ଥିବା ଏଆଇସିସିର ସମସ୍ତ ସଂପାଦକ, ପ୍ରଦେଶ ମହିଳା କଂଗ୍ରେସ ସଭାପତି, ରାଜ୍ୟ ସେବାଦଳ ମୁଖ୍ୟ, ଯୁବକଂଗ୍ରେସ ସଭାପତି ଓ ଛାତ୍ରକଂଗ୍ରେସ ସଭାପତିଙ୍କୁ ରଖାଯାଇଛି ।

 

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜୟ ପଟ୍ଟନାୟକ ସରକାରଙ୍କୁ ଫୋପାଡିଲେ ୧୦ଟି ପ୍ରଶ୍ନ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର “ନାମ ବଡ଼଼ା-ଦର୍ଶନ ଥୋଡା” ଧାରାରେ ଚାଲିଛନ୍ତି ।

ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାର ଆନୁପାତିକ ଫଳ ପାଉ ନାହାନ୍ତି। ଓଡ଼ିଶାରେ ଓଡ଼ିଆ ଉଦ୍ଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ମେକ୍‌-ଇନ-ଓଡ଼ିଶା ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଅଧିକାର ଆଇନ ତଥ୍ୟ ଉପରେ ଆଧାରିତ କେତେକ ପ୍ରଶ୍ନ ପଚାରି ପଚାରିଛନ୍ତି। ତାହା ହେଲା

୧-ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ୍‌, ଦୁବାଇରେ ବୈଠକ କରିଆସୁଛନ୍ତି । ତେବେ ଏ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡିଶାକୁ ଆସିଛନ୍ତି?

୨-ଆରଟିଆଇ ତଥ୍ୟ ଅନୁସାରେ ୨୦୧୬ ମସିହା ଠାରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି। ଯାହାର ମୁଲ୍ୟ ୧୩୬୮.୫୪ କୋଟି ଟଙ୍କା। ତେବେ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି?

୩-୨୦୧୬ ମସିହାରେ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ୨୦୧୮ ମସିହାରେ ରାଜ୍ୟ ସରକାର ୩୪.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୨୨ମସିହାରେ ଆୟୋଜିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ କେତେଜ ଣ ଓଡ଼ିଆ ସଭା ମଂଚରେ ଉପରେ ବସିଥିଲେ?

୪- ସରକାରଙ୍କ କହିବା ଅନୁସାରେ ରାଜ୍ୟରେ ମେକ୍‌-ଇନ୍‌-ଓଡ଼ିଶା ୨୦୧୬ରେ ୮୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦୦୩୮ ଜଣଙ୍କୁ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସେହିପରି ମେକ୍‌-ଇନ୍‌-ଓଡ଼ିଶା ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪.୨୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨୪୧୫୧୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସରକାରଙ୍କ ଦ୍ୱାରା ଏହାର ସମୀକ୍ଷା  କରାଯାଇଛି କି? ଯଦି ପ୍ରଶ୍ନର ଉତର ହଁ, ତେବେ ସରକାର ଏହି ଦାୟୀତ୍ୱ କାହାଉପରେ ନ୍ୟସ୍ତ କରିଥିଲେ ଓ ନିଯୁକ୍ତି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାରୁ କେତେ ଜଣ?

୫- କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନାହିଁ। ଓଡ଼ିଶାର କ’ଣ କୌଣସି ନିବେଶକ ନାହାଁନ୍ତି କି?

୬-ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ୍ ୱଣ୍ଡୋ ସୁବିଧା ଅଛି, ହେଲେ ଯେଉଁମାନେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କ’ଣ ବ୍ୟବସ୍ଥା ଅଛି? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେ ଏହି ବାର୍ତା ବିସ୍ତାର ହେବ ଏବଂ ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ।

୭-ଓଡ଼ିଶାରେ ଏମ୍‌.ଏସ୍‌.ଏମ୍‌.ଇ କୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି?

୮-ଓଡ଼ିଶାରେ ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ସେଗୁଡିକ ମଧ୍ୟରୁ କେତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି?

୯-ଓଡ଼ିଶାରେ କେତୋଟି ଏମ୍‌.ଏସ୍‌.ଏମ୍‌.ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି? ଏହାର ମୂଲ୍ୟ କେତେ? ଏହିସବୁ ଏମ୍‌.ଏସ୍‌.ଏମ୍‌.ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି?

୧୦-ସରକାର ଏମ୍‌.ଏସ୍‌.ଏମ୍‌.ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି? ଯଥା ସେମାନଙ୍କର ଜମି ସମସ୍ୟା, ମାର୍କେଟିଂ ସମସ୍ୟା ଇତ୍ୟାଦି। ଏମ୍‌.ଏସ୍‌.ଏମ୍‌.ଇ ଗୁଡିକ Easy of Doing Business ର ସୁବିଧା ପାଉଛନ୍ତି କି? ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍‌ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି?

ସୁତରାଂ ମେକ୍‌-ଇନ-ଓଡ଼ିଶା ଅଭିଯାନ କେବଳ ପ୍ରଚାରରେ ସୀମିତ ହୋଇଯାଇଛି। ରାଜ୍ୟବାସୀ ସତ୍ୟ କ’ଣ ବୁଝିବେ ଓ ତଦନୁଯାୟୀ ଆଗାମୀ ଦିନରେ ରାୟ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ସଭାପତିତ୍ୱ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ଭବନରେ ବିଜୟ ପଟ୍ଟନାୟକ, ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

ଭୁବନେଶ୍ବର: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସରେ ସାମିଲ ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯାଇଥିଲା।  ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ବିଜୟ ପଟ୍ଟନାୟକ ସମ୍ବୋଧିତ କରିଥିଲେ।

ସେ କହିଥିଲେ ଯେ, ଓଡିଶାର ସରକାର ଲୋକଙ୍କୁ ପାଖକୁ ପହଞ୍ଚିପାରୁ ନାହିଁ। ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନେ ବର୍ତ୍ତମାନ କିଛି କରିପାରୁ ନାହାଁନ୍ତି। ତାଙ୍କ ପାଖକୁ ଗୁହାରୀ କଲେ ସେମାନଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ତେଣୁ ଏପରି କ୍ଷେତ୍ରରେ ରାଜ୍ୟ ସରକାର ଲୋକଙ୍କୁ ଶାସନ ଦେବାରେ ବିଫଳ ହୋଇଛି।

ସେହିପରି ବିଜୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ଓଡିଶା ଲୋକେ ନିର୍ଯ୍ୟାତିତ। ବଡ ବଡ କାମ କଥା ଛାଡନ୍ତୁ ଛୋଟଛୋଟ କାମ ମଧ୍ୟ ଅଣ ଓଡିଆ କଣ୍ଟ୍ରାକ୍ଟର କରୁଛନ୍ତି। ତେବେ ଓଡିଆ କଣ୍ଟ୍ରାଟର ଯିବେ କୁଆଡେ। ବର୍ତ୍ତମାନ ତୃତୀୟ ମହଲାରୁ ସବୁକିଛି ନିୟନ୍ତ୍ରଣ ହେଉଛି ବୋଲି ବିଜୟ ପଟ୍ଟନାୟକ କହିଥିଲେ।

ସେହିପରି ନବ ଦାସ ହତ୍ୟାକାଣ୍ଡ ନେଇ ସେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଗୋପାଳ କରି ନାହିଁ, ଏହା ପଛରେ ଆଉ ଜଣେ କିଏ ଅଛି। ତାହାକୁ କ୍ରାଇମ ବ୍ରାଞ୍ଚ ଖୋଲି ବାହାର କରୁ। ଯଦି ସେ ନ ପାରିପାରୁଛି ତେବେ ଏହାର ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜୟ ଦାବୀ କରିଛନ୍ତି। ତେବେ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶାରେ ସରକାର କରିବ ବୋଲି ଦୃଢତାର ସହ ବିଜୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗଦେବା ପରେ ଆଜି ଭୁବନେଶ୍ବର ଫେରିବେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭୁବନେଶ୍ବର ଫେରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀରେ କଂଗ୍ରେସ ଦଳରେ ଯୋଗଦେବା ପରେ ଭୁବନେଶ୍ବର ଫେରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେ ଆଜି ଦିନ ୧୧ ଟା ୩୦ ରେ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯିବ। ସେଠାରେ ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ବିଜୟ ପଟ୍ଟନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦବୋଧନ ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବର ଫେରିବେ ବିଜୟ ପଟ୍ଟନାୟକ, କଂଗ୍ରେସର ବଡ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଫେରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀରେ କଂଗ୍ରେସ ଦଳରେ ଯୋଗଦେବା ପରେ ଭୁବନେଶ୍ବର ଫେରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେ ଆସନ୍ତାକାଲି ଦିନ ୧୧ ଟା ୩୦ ରେ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯିବ। ସେଠାରେ ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ବିଜୟ ପଟ୍ଟନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦବୋଧନ ଦେବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, କହିଲେ..

ନୂଆଦିଲ୍ଲୀ: ଶେଷରେ କଂଗ୍ରେସରେ ଯୋଗଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଏବଂ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ବିଜୟଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ଖାଡଗେ ଦଳକୁ ସ୍ବାଗତ କରିଥିଲେ।

ସେ କଂଗ୍ରେସରେ ଯୋଗ ଦେବା ପରେ କହିଛନ୍ତି ଯେ, ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛି। ମୋର ରାଜନୀତିରେ ଏହା ହେଉଛି ପ୍ରଥମ ପାଦ। ଓଡିଶାରେ ବର୍ତ୍ତମାନ କୁ ଶାସନ ଚାଲିଛି। ଲୋକଙ୍କ ପାଖରେ ଶାସନ ପହଞ୍ଚି ପାରୁ ନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବି।

ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ବେଶ ସଫଳତା ହାସଲ କରିଛି। ସାରା ଭାରତରେ ଲୋକପ୍ରିୟ ହୋଇପାରିଛି। ମୋର ପ୍ରଶାସନିକ କ୍ଷେତ୍ରରେ ୪୦ ବର୍ଷର ଅଭିଜ୍ଞତା ରହିଛି। ତାହାକୁ ପାଥେୟ କରି ଓଡିଶାର ଲୋକଙ୍କ ସେବା କରିବି। ବର୍ତ୍ତମାନ ପ୍ରଶାସନ ଓଡିଶା ଲୋକଙ୍କଠାରୁ ବେଶ ଦୂରେଇ ଯାଇଛି।

ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ସେଠାରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ସେ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଏ ନେଇ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇଥିଲା। ଯାହା ଆଜି ସଫଳ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବର୍ତ୍ତମାନ ଏହା ସତ ହେବାକୁ ଯାଉଛି। ତାହା ହେଲା ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି।

ଏଥିପାଇଁ ଓଡିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତାକାଲି ଏହି ମିଶ୍ରଣ ପର୍ବ ହେବ ବୋଲି ଏଆଇସିସି ତରଫରୁ କଂଗ୍ରେସ ସଦସ୍ୟଙ୍କୁ ଅବଗତ କରାଯାଇଛି। ଏହାଦ୍ବାରା ଓଡିଶାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଦଳ ଆଶା କରିଛି।

ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ସେଠାରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ସେ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଏ ନେଇ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇସାରିଛି।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୁଚରିତା ନାଥ ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର:  ନାରୀ ଚିତ୍ରଶିଳ୍ପୀ ସୁଚରିତା ନାଥଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇ ଯାଇଛି। ଏହି ପ୍ରଦର୍ଶନୀକୁ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଉଦଘାଟିନ କରିଛନ୍ତି। ସେ ଏହି ଚିତ୍ର କଳାକୁ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି।

ଏହି ପ୍ରଦର୍ଶନୀରେ ବିଧାୟକ ଡ ମୁକେଶ ମହାଲିଙ୍ଗ ଏବଂ ଓଡିଶା ଲଳିତକଳା ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଯୋଗଦେଇ ଚିତ୍ରକଳାକୁ ବେଶ୍ ପ୍ରଶଂସା କରିଥିଲେ। ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା ଓଡିଶା ଲଳିତ କଳା ଏକାଡେମୀର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚାଲିଥିବା ଏହି ପ୍ରଦର୍ଶନୀ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ପାଣିରେ ନ ବୁଡି କିପରି ଭାସମାନ ଅବସ୍ଥାରେ ରହି ଜୀବନ ରକ୍ଷା କରିହେବ, କୌଶଳ ଶିଖାଇଲେ ଯୋଗଗୁରୁ

ଭୁବନେଶ୍ବର: ଏଣିକି ଆଉ କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିବେ ନାହିଁ। ପାଣି ବୁଡ଼ିରୁ ବିଶ୍ଵବାସୀଙ୍କୁ ବଞ୍ଚାଇବ ପାଇଁ ଓଡ଼ିଶା କୌଶଳ ଶିକ୍ଷାଇବ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜନ୍ ର ଆବାହକ ବିଜୟ କୁମାର ପଟ୍ଟନାୟକ କହିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଫେରମର ସଦସ୍ୟ ତଥା ଦେଶର ଜଣାଶୁଣା ଜଳ ଯୋଗଗୁରୁ ଅଶୋକ କୁମାର ବରାଳ ଉଦ୍ଭାବନ କରିଥିବା ନୂତନ ଜ୍ଞାନ କୌଶଳ ଦ୍ଵାରା ଏହା ସମ୍ଭବ ହେବାକୁ ଯାଉଛି । ମଣିଷ ସହିତ ସମସ୍ତ ଜୀବ ମାନଙ୍କ ଶରୀର ପାଣିରେ ଭାସିବା ପାଇଁ ଗଠିତ ବୋଲି ଯୋଗଗୁରୁ ଅଶୋକ ବରାଳ ବିଗତ କିଛି ବର୍ଷ ହେବ ଦାବି କରିଆସିଛନ୍ତି। ଏହା ସତ୍ୟ ଏବଂ ବିଜ୍ଞାନ ସମ୍ମତ ଓ ଅଶୋକ ବରାଳ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଓଡ୍ରାଫ ଜୱାନ ଏବଂ ଅଗ୍ନିଶମ ସେବା ଅଧିକାରୀ ମାନଙ୍କୁ ପାଣିରେ ଭାସିବା ଶିଖାଇ ଆସୁଛନ୍ତି।

ମଞ୍ଚରେ ରାଜ୍ୟ ଅଗ୍ନିଶମ ଡିଜି ଏସ କେ ଉପାଧ୍ୟାୟ,ପୂର୍ବତନ ମୁଖ୍ୟଶାସନ ସବିବ ବିଜୟ କୁମାର ପଟ୍ଟନାୟକ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସିୱାଏସଡି ମୁଖ୍ୟ ଜଗଦାନନ୍ଦ ଓ ଅନ୍ୟମାନେଟ୍ଟ “ଭୁବନେଶ୍ୱରରେ ସ୍କୁଲ ସ୍ତରରେ ଜଳବୁଡି ରକ୍ଷା ଉପରେ ଆମେ ସ୍ମାର୍ଟ ସିଟି ଫୋରମ ସହ ମିଶି କାର‌୍ୟ୍ୟ କରିବୁ ବୋଲି ପୋଲିସ କମିଶନର କହିଛନ୍ତି।

ଆଜି “ବିଶ୍ଵ ଜଳ ବୁଡ଼ି ନିରୋଧ” ଦିବସ ପାଳନ ଅବସରରେ ଶ୍ରୀ ବରାଳ ଅଗ୍ନିଶମ ସେବା ଅଧିକାରୀ ଏବଂ ଓଡ୍ରାଫ ଜୱାନମାନଙ୍କ ସହିତ ପାଣିରେ କିପରି ଶ୍ଵାସ କ୍ରିୟା ନିୟନ୍ତ୍ରଣ ନକରି ଭାସି ହେବ ତାହା ପ୍ରର୍ଦଶନ କରିଥିଲେ। ପାଣିରେ ଭାସିବା ପାଇଁ ପହଁରା ଶିଖିବା ନିତ୍ୟାନ୍ତ ଆବଶ୍ୟକ ନାହିଁ ବୋଲି ଶ୍ରୀ ବରାଳ କହିଛନ୍ତି, ଏଥିପାଇଁ କେବଳ ପାଟି ଓ ନାକକୁ ଜଳ ସ୍ତରର ଉପରକୁ ରଖିବା ଆବଶ୍ୟକ ଯେପରି ପାଟି ଓ ନାକଦେଇ ପାଣି ଶରୀରକୁ ପ୍ରବେଶ ନ କରେ। ବୈଜ୍ଞାନିକ ଆର୍କମେଡିସ ନିୟମ ଅନୁସାରେ ମଣିଷ ଶରୀର ପାଣିରେ ଭାସିବ ଏହା ସହିତ ଯେହେତୁ ମଣିଷ ଶରୀରର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ ତେଣୁ ମଣିଷ ପାଣିରେ ବୁଡିବ ନାହିଁ ବୋଲି ଶ୍ରୀ ବରାଳ କହିଛନ୍ତି।

ଅଶୋକ ବରାଳ ପ୍ରଶିକ୍ଷଣ ଦେଉଛନ୍ତି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସରେ ଫୋରମ୍ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ “ବିଶ୍ଵ ଜଳ ବୁଡ଼ି ନିରୋଧ ଦିବସ” ପାଳନ କରାଯାଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅଗ୍ନିଶମ ସେବାର ମହାନିର୍ଦେଶକ ଏସ.କେ. ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭୁବନେଶ୍ଵର କଟକର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମ୍ନାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଣଝଊର ମୁଖ୍ୟ ଜଗଦାନନ୍ଦ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ଆଗାମୀ ଦିନରେ ଫୋରାମ ପ୍ରତି ବ୍ଲକରେ ଲୋକମାନଙ୍କୁ ପାଣିରେ ଭାସିବା କୌଶଳ ପ୍ରଶିକ୍ଷଣ ଦେବେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସଂକଳ୍ପ ଟିଭିର ମୁଖ୍ୟ ଅଶୋକ ଦାସ ଅତିଥି ମାନଙ୍କ ପରିଚୟ ପ୍ରଧାନ କରିଥିଲେ ।

ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟର ସଂଯୋଜକ ତଥା ଦେଶର ପୂର୍ବତନ ବୀମା ଆୟୁକ୍ତ ବିମଳ କୁମାର ସାହୁ ଯୋଗ ଦେଇ କହିଥିଲେ ଯେ ଫୋରମର ଏହି କାର‌୍ୟ୍ୟକୁ ତାଙ୍କ ସଂସ୍ଥା ଦେଶ ବିଦେଶରେ ପହଞ୍ଚାଇବ ପାଇଁ ସହଯୋଗ କରିବ। ଖୁବଶୀଘ୍ର ଜାତୀୟ ବିପର‌୍ୟ୍ୟୟ ପ୍ରତିକ୍ରିୟା ବଳର ଜଓ୍ବାନ ମାନଙ୍କୁ ଏହି କୌଶଳ ପ୍ରଶିକ୍ଷଣ ଦେବା ପାଇଁ ଶ୍ରୀ ବରାଳ ଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଏନ୍ . ଡି. ଆର୍. ଏଫ୍ ର ଓଡ଼ିଶା ମୁଖ୍ୟ ବରିଷ୍ଠ କମାଣ୍ଡାଣ୍ଟ ଜେ. କିସ୍ପୋଟା କରିଥିଲେ। ଏହି ଅବସରରେ ଜଳରେ ଭସିବା ପାଇଁ ପ୍ରଶିକ୍ଷଣ ନେଇଥିବା ଓଡ୍ରାଫ ଜୱାନ ଏବଂ ଅଗ୍ନିଶମ ସେବା ଅଧିକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା ।

ବିଶ୍ଵରେ ପ୍ରତିଦିନ ପ୍ରାୟ ୬୪୬ ଜଣ ଜଳରେ ବୁଡ଼ି ମୃତ୍ୟୁ ବରଣ କରୁଥିବା ବେଳେ। ଭାରତ ରେ ୮୦ ଜଣ ଏବଂ ଓଡ଼ିଶାରେ ପ୍ରତିଦିନ ଜଣେରୁ ଅଧିକ ବ୍ୟକ୍ତି ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି। ମିଳିତ ଜାତିସଂଘର ତଥ୍ୟ ଅନୁସାରେ ପ୍ରତି ବର୍ଷ ୨ ଲକ୍ଷ ୩୬ ହଜାର ଲୋକ ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି। ବିଶ୍ଵ ଆକସ୍ମିକ ମୃତ୍ୟୁ ପରିସଂଖ୍ୟାନରେ ପାଣି ବୁଡ଼ି ଜନିତ ମୃତ୍ୟୁ ତୃତୀୟ ସ୍ଥାନରେ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ବର: ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଏହି ନିର୍ବାଚନରେ ପ୍ରାର୍ଥୀ ଭାବେ ଲଢୁଥିଲେ। ହେଲେ ଏଥିରେ ଅସିତ ତ୍ରିପାଠୀ ବିଜୟ ହାସଲ କରିଛନ୍ତି। ସେ ବିଜୟଙ୍କୁ  ୨୭୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତେବେ ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ ମିଳିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବତନ ଆଇଏଏସ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ପରେ କ୍ଲବର ସଭାପତି ପଦ ଖାଲି ରହିଥିଲା। ଆଜି ଫଳାଫଳ ପ୍ରକାଶ ହେବା ପରେ ଅସିତ ତ୍ରିପାଠୀଙ୍କୁ ଏହି ମର୍ଯ୍ୟଦାଜନକ କ୍ଲବର ସଭାପତି ଭାବେ ନିର୍ବାଚିତ କରାଯାଇଛି।