Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
ବିଶେଷ ଖବର

କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବର୍ତ୍ତମାନ ଏହା ସତ ହେବାକୁ ଯାଉଛି। ତାହା ହେଲା ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି।

ଏଥିପାଇଁ ଓଡିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତାକାଲି ଏହି ମିଶ୍ରଣ ପର୍ବ ହେବ ବୋଲି ଏଆଇସିସି ତରଫରୁ କଂଗ୍ରେସ ସଦସ୍ୟଙ୍କୁ ଅବଗତ କରାଯାଇଛି। ଏହାଦ୍ବାରା ଓଡିଶାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଦଳ ଆଶା କରିଛି।

ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ସେଠାରୁ ସେ ଇସ୍ତଫା ଦେଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ଯୋଗଦେଇଥିଲେ। ସେଠାରୁ ମଧ୍ୟ ପରବର୍ତ୍ତି ସମୟରେ ଇସ୍ତଫା ଦେଇଥିଲେ। ସେ ମୁଖ୍ୟ ଶାସନ ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିଲେ।

ବିଜୟ ପଟ୍ଟନାୟକ ପୂର୍ବରୁ କଂଗ୍ରେସରେ ଯୋଗଦେବେ ବୋଲି ପ୍ରସ୍ତୁତି ସରିଥିଲା। ସେତେବେଳେ ଶରତ ପଟ୍ଟନାୟକ ସଭାପତି ହୋଇ ନ ଥିଲେ। ହେଲେ ସେ ସଭାପତି ହେବା ପରେ ବିଜୟଙ୍କ ମିଶ୍ରଣ ସ୍ଥଗିତ ରହିଥିଲା। ତାଙ୍କୁ ଦଳରେ ସାମିଲ କରିବା ପାଇଁ ଦିଲ୍ଲୀ ସ୍ତରୀୟ ନେତାମାନେ ପ୍ରଚେଷ୍ଠା କରିଥିଲେ। ଏ ନେଇ ଭୁବନେଶ୍ବରରେ ବିଜୟଙ୍କ ସହିତ ଏକାଧିକବାର ବୈଠକ ହୋଇସାରିଛି।

କଂଗ୍ରେସ ବିଜୟ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026

କେବେ ହେବ ଖରାଛୁଟି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Latest News

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

April 17, 2026

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 17, 2026

ବଦଳୁଛି ପଶ୍ଚିମ ଏସିଆର ପରିସ୍ଥିତି: ଖଣି ଓ ଶିଳ୍ପ ଆବଶ୍ୟକତା ପୁରଣ କରିବାକୁ ଗୁରୁତ୍ୱ

April 17, 2026

ଆଜି ଏପ୍ରିଲ ୧୭ ତାରିଖ ଶୁକ୍ରବାର ଦିନ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜ୍ଵଳ

April 17, 2026

କେବେ ହେବ ଖରାଛୁଟି ?

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.