Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜୟ ପଟ୍ଟନାୟକ ସରକାରଙ୍କୁ ଫୋପାଡିଲେ ୧୦ଟି ପ୍ରଶ୍ନ
ବିଶେଷ ଖବର

ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜୟ ପଟ୍ଟନାୟକ ସରକାରଙ୍କୁ ଫୋପାଡିଲେ ୧୦ଟି ପ୍ରଶ୍ନ

April 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cong
ନବୀନଙ୍କ ଜାପାନ ଗସ୍ତକୁ ନେଇ ବିଜୟ ପଟ୍ଟନାୟକ ସରକାରଙ୍କୁ ଫୋପାଡିଲେ ୧୦ଟି ପ୍ରଶ୍ନ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର “ନାମ ବଡ଼଼ା-ଦର୍ଶନ ଥୋଡା” ଧାରାରେ ଚାଲିଛନ୍ତି ।

ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାର ଆନୁପାତିକ ଫଳ ପାଉ ନାହାନ୍ତି। ଓଡ଼ିଶାରେ ଓଡ଼ିଆ ଉଦ୍ଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ମେକ୍‌-ଇନ-ଓଡ଼ିଶା ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଅଧିକାର ଆଇନ ତଥ୍ୟ ଉପରେ ଆଧାରିତ କେତେକ ପ୍ରଶ୍ନ ପଚାରି ପଚାରିଛନ୍ତି। ତାହା ହେଲା

୧-ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ୍‌, ଦୁବାଇରେ ବୈଠକ କରିଆସୁଛନ୍ତି । ତେବେ ଏ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡିଶାକୁ ଆସିଛନ୍ତି?

୨-ଆରଟିଆଇ ତଥ୍ୟ ଅନୁସାରେ ୨୦୧୬ ମସିହା ଠାରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି। ଯାହାର ମୁଲ୍ୟ ୧୩୬୮.୫୪ କୋଟି ଟଙ୍କା। ତେବେ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି?

୩-୨୦୧୬ ମସିହାରେ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ୨୦୧୮ ମସିହାରେ ରାଜ୍ୟ ସରକାର ୩୪.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୨୨ମସିହାରେ ଆୟୋଜିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ କେତେଜ ଣ ଓଡ଼ିଆ ସଭା ମଂଚରେ ଉପରେ ବସିଥିଲେ?

୪- ସରକାରଙ୍କ କହିବା ଅନୁସାରେ ରାଜ୍ୟରେ ମେକ୍‌-ଇନ୍‌-ଓଡ଼ିଶା ୨୦୧୬ରେ ୮୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦୦୩୮ ଜଣଙ୍କୁ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସେହିପରି ମେକ୍‌-ଇନ୍‌-ଓଡ଼ିଶା ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪.୨୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨୪୧୫୧୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ସରକାରଙ୍କ ଦ୍ୱାରା ଏହାର ସମୀକ୍ଷା  କରାଯାଇଛି କି? ଯଦି ପ୍ରଶ୍ନର ଉତର ହଁ, ତେବେ ସରକାର ଏହି ଦାୟୀତ୍ୱ କାହାଉପରେ ନ୍ୟସ୍ତ କରିଥିଲେ ଓ ନିଯୁକ୍ତି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାରୁ କେତେ ଜଣ?

୫- କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନାହିଁ। ଓଡ଼ିଶାର କ’ଣ କୌଣସି ନିବେଶକ ନାହାଁନ୍ତି କି?

୬-ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ୍ ୱଣ୍ଡୋ ସୁବିଧା ଅଛି, ହେଲେ ଯେଉଁମାନେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କ’ଣ ବ୍ୟବସ୍ଥା ଅଛି? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେ ଏହି ବାର୍ତା ବିସ୍ତାର ହେବ ଏବଂ ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ।

୭-ଓଡ଼ିଶାରେ ଏମ୍‌.ଏସ୍‌.ଏମ୍‌.ଇ କୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି?

୮-ଓଡ଼ିଶାରେ ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନ୍‌ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ସେଗୁଡିକ ମଧ୍ୟରୁ କେତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି?

୯-ଓଡ଼ିଶାରେ କେତୋଟି ଏମ୍‌.ଏସ୍‌.ଏମ୍‌.ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି? ଏହାର ମୂଲ୍ୟ କେତେ? ଏହିସବୁ ଏମ୍‌.ଏସ୍‌.ଏମ୍‌.ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି?

୧୦-ସରକାର ଏମ୍‌.ଏସ୍‌.ଏମ୍‌.ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି? ଯଥା ସେମାନଙ୍କର ଜମି ସମସ୍ୟା, ମାର୍କେଟିଂ ସମସ୍ୟା ଇତ୍ୟାଦି। ଏମ୍‌.ଏସ୍‌.ଏମ୍‌.ଇ ଗୁଡିକ Easy of Doing Business ର ସୁବିଧା ପାଉଛନ୍ତି କି? ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍‌ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି?

ସୁତରାଂ ମେକ୍‌-ଇନ-ଓଡ଼ିଶା ଅଭିଯାନ କେବଳ ପ୍ରଚାରରେ ସୀମିତ ହୋଇଯାଇଛି। ରାଜ୍ୟବାସୀ ସତ୍ୟ କ’ଣ ବୁଝିବେ ଓ ତଦନୁଯାୟୀ ଆଗାମୀ ଦିନରେ ରାୟ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ସଭାପତିତ୍ୱ କରିଥିଲେ।

ନବୀନଙ୍କ ଜାପାନ ଗସ୍ତ ବିଜୟ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.