ଟିମ ଇଣ୍ଡିଆର ବିଜୟ ଅଭିଯାନ ଜାରି: ପ୍ରଥମ ଟି-୨୦ରେ ୬୮ ରନରେ ହାରିଲା ୱେଷ୍ଟଇଣ୍ଡିଜ

Published: Jul 30, 2022, 12:09 am IST

ନୂଆଦିଲ୍ଲୀ: ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୬୮ ରନ୍ ରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ୧୯୧ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଆୟୋଜକ ଦଳ ନିର୍ଦ୍ଧାରିତ ଓଭରରେ ଆଠଟି ୱିକେଟ୍ ହରାଇମାତ୍ର ୧୨୨ ରନ୍ ସ୍କୋର କରିପାରିଥିଲା।

ୱେଷ୍ଟଇଣ୍ଡିଜ୍ ର ପାୱାର ହିଟର୍ ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଅସହାୟ ମନେ ହେଉଥିଲେ। ଆର ଅଶ୍ୱିନ ତାଙ୍କ ଚାରି ଓଭରରେ ମାତ୍ର ୨୨ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ଯୁବ ସ୍ପିନର ରବି ବିଷ୍ନୋଇ ତାଙ୍କ କୋଟା ଓଭରରେ ୨୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ପାଇଥିଲେ।

ଭାରତର ୧୯୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛାକରି ଓପନର୍ କାଇଲ୍ ମେୟରସ୍ କାରିବିଆନ୍ ଦଳ ପାଇଁ ଧୂଆଁଧାର ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୬ ଟି ବଲରେ ୧୫ ରନ୍ ସ୍କୋର କରିବା ପରେ ସେ ଆଉଟ ହୋଇଯାଇଥିଲା। ସେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଜେସନ ହୋଲ୍ଡର ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ।

ୱେଷ୍ଟଇଣ୍ଡିଜ୍ ଦଳ ଏହି ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକ୍ତି ପାଇପାରି ନାହିଁ। ଏହା ପରେ ଶ୍ୟାମରାହ ବ୍ରୁକ୍ସ ୧୫ ବଲରୁ 20 ଏବଂ ୧୫ ଟି ବଲରେ ୧୮ ରନ୍ ସ୍କୋର କରିବା ପରେ ଅଧିନାୟକ ନିକୋଲାସ୍ ପୁରାନ୍ ଆଉଟ୍ ହୋଇଥିଲେ। ଏଠାରୁ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ ହୋଇଥିଲା।

ୱେଷ୍ଟଇଣ୍ଡିଜ୍ ର ପାୱାର ହିଟରମାନେ ଭାରତୀୟ ସ୍ପିନରଙ୍କ ସାମ୍ନାରେ ବଡ଼ ସଟ୍ ଖେଳିବାରେ ବିଫଳ ହୋଇଥିଲେ। ଅଶ୍ୱିନଙ୍କ ଦ୍ୱାରା ପୁରନ ଏବଂ ହେଟମିୟରଙ୍କୁ ଆଉଟ କରାଯାଇଥିଲା। ଏଥିସହିତ ରବି ବିଷ୍ନୋଇ ରୋଭମାନ ପାୱେଲ ଏବଂ ଓଡିୟମ ସ୍ମିଥଙ୍କୁ ପାଭିଲିୟମକୁ ପଠାଇଥିଲେ। ଜାଡେଜା ହୋଲ୍ଡରଙ୍କ ୱିକେଟ୍ ନେଇଥିଲେ।

ପାୱେଲ ୧୪, ହେଟମିୟର ୧୪, ଆକିଲ ହୋସେନ ୧୧ ଏବଂ ଓଡେନ ସ୍ମିଥ ଶୂନ୍ୟରେ ଆଉଟ୍ ହୋଇଥିଲେ। ଶେଷରେ, କେମୋ ପାଲ ୨୨ ଟି ବଲରୁ ୧୯ ରେ ଅପରାଜିତ ଏବଂ ଅଲଜାରି ଜୋସେଫ ୧୧ ବଲରେ ପାଞ୍ଚ ରନ୍ କରି ଅପରାଜିତ ଫେରିଥିଲେ।

Related posts