ଭାରତକୁ ମିଳିଲା ଅଷ୍ଟମ ସ୍ଵର୍ଣ୍ଣ: ସାକ୍ଷୀ ମଲିକ୍ ଜିତିଲେ ପଦକ

Published: Aug 5, 2022, 11:16 pm IST

ବର୍ମିଂହାମ୍: କମନୱେଲଥ ଗେମ୍ସ ୨୦୨୨ରେ ଭାରତର ତାରକା କୁସ୍ତି ଖେଳାଳି ସାକ୍ଷୀ ମଲିକ ଭାରତ ପାଇଁ ଅଷ୍ଟମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ଏପର୍ଯ୍ୟନ୍ତ ୮ ଟି ସ୍ୱର୍ଣ୍ଣ, ୮ ଟି ରୌପ୍ୟ ଏବଂ ୭ ଟି ବ୍ରୋଞ୍ଜ ସହିତ ମୋଟ ୨୩ ଟି ପଦକ ଜିତିଛି।

ଖେଳ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୭ ଜଣ ଭାରତୀୟ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅର୍ଥାତ୍ ସେମାନଙ୍କର ପଦକ ନିଶ୍ଚିତ ହୋଇଛି। ସାଗର ଅହଲୱାତ, ଅମିତ ପଙ୍ଘାଲ, ଜସ୍ମିନ୍ ଏବଂ ରୋହିତ ଟୋକସ୍ ଗୁରୁବାର ନିଜ ନିଜ ବର୍ଗରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଭାରତୀୟ ମହିଳା ହକି ଦଳ ମଧ୍ୟ ଆଜି ସେମିଫାଇନାଲରେ ଖେଳିବ। ତାଙ୍କୁ ଅଷ୍ଟ୍ରେଲିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ଯଦି ଦଳ ଏହି ମ୍ୟାଚ୍ ଜିତେ, ତା’ହେଲେ ଏହାର ପଦକ ମଧ୍ୟ ନିଶ୍ଚିତ ହେବ। ଏହା ବ୍ୟତୀତ ଖେଳାଳିମାନେ ଆଥଲେଟିକ୍ସ, ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍, ସ୍କ୍ୱାସ୍ ସହିତ ଅନ୍ୟ କ୍ରୀଡ଼ାରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଚାହିଁବ।

ପଦକ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୧୩୩ ପଦକ ଜିତିଛି। ଏଥିରେ ୫୦ ଟି ସ୍ଵର୍ଣ୍ଣ ଅନ୍ତର୍ଭୁକ୍ତ।

Related posts