Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତୀୟ ଦଳର ଅଧିନାୟକ ହେବେ କେଏଲ ରାହୁଲ, ଧାୱନ ସମ୍ଭାଳିବେ ଏହି ଦାୟିତ୍ଵ
ଅନ୍ତରାଷ୍ଟ୍ରୀୟ

ଭାରତୀୟ ଦଳର ଅଧିନାୟକ ହେବେ କେଏଲ ରାହୁଲ, ଧାୱନ ସମ୍ଭାଳିବେ ଏହି ଦାୟିତ୍ଵ

August 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ଦଳର ଜିମ୍ବାୱେ ଗସ୍ତ ପାଇଁ କେ.ଏଲ୍ ରାହୁଲ ଅଧିନାୟକ ହେବେ। ବାସ୍ତବରେ, ଆହତ କାରଣରୁ କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆରୁ ବାଦ ପଡିଥିଲେ, ଯେଉଁଥିପାଇଁ ରାହୁଲ ଅଧିନାୟକ ହେବେ କି ନାହିଁ ତାହା ସ୍ଥିର ହୋଇନଥିଲା। କିନ୍ତୁ ବର୍ତ୍ତମାନ ବିସିସିଆଇ ସ୍ପଷ୍ଟ କରିଛି ଯେ, କେ.ଏଲ୍ ରାହୁଲ ଭାରତୀୟ ଦଳର ଜିମ୍ବାୱେ ଗସ୍ତରେ ଅଧିନାୟକ ଭୂମିକାରେ ରହିବେ। ଆୟୋଜକ ଦଳ ସହ ଭାରତୀୟ ଦଳ ୩ ଟି ଦିନିକିଆ ଖେଳିବ। ଏହି ଗସ୍ତରେ କେଏଲ ରାହୁଲ ଭାରତୀୟ ଦଳର ଅଧିନାୟକ ଥିବାବେଳେ ଶିଖର ଧାୱନ ଉପ-ଅଧିନାୟକ ଭୂମିକାରେ ରହିବେ।

ପ୍ରଥମ ଦିନିକିଆ ଅଗଷ୍ଟ ୧୮ ରେ ଖେଳାଯିବ:

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଅଗଷ୍ଟ ୧୮ ତାରିଖରେ ଖେଳାଯିବ। ଏଥି ସହିତ, ଦ୍ୱିତୀୟ ଦିନିକିଆ ଅଗଷ୍ଟ ୨୦ ତାରିଖରେ ଖେଳାଯିବ ଏବଂ ଶେଷ ଦିନିକିଆ ଅଗଷ୍ଟ ୨୨ ତାରିଖରେ ଖେଳାଯିବ। ଏହି ସିରିଜର ସମସ୍ତ ମ୍ୟାଚ୍ ହାରାରେ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତ ଏବଂ ଜିମ୍ବାୱେ ସିରିଜର ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧୨.୪୫ ରେ ଆରମ୍ଭ ହେବ।

ଏଥି ସହିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ଭଳି ନିୟମିତ ଖେଳାଳି ଜିମ୍ବାୱେ ଗସ୍ତରେ ଭାରତୀୟ ଦଳର ଅଂଶ ହେବେ ନାହିଁ।

ଜିମ୍ବାୱେ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ:

କେ.ଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପ-ଅଧିନାୟକ), ରିତୁରାଜ ଗାଇକ୍ବାଡ, ଶୁବମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱି.କି), ସଞ୍ଜୁ ସାମସନ (ୱି.କି), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଅକ୍ସର ପଟେଲ, ଆବେଶ ଖାନ, ପ୍ରଶିଦ୍ଦ କୃଷ୍ଣ, ମହମ୍ମଦ ସିରାଜ, ଦୀପକ ଚହର

କେଏଲ ରାହୁଲ ଜିମ୍ବାୱେ ଗସ୍ତ ଟିମ୍ ଇଣ୍ଡିଆ ଭାରତୀୟ ଦଳ ଶିଖର ଧାୱନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026
Latest News

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.