ଜିମ୍ବାୱେ ଅଭିମୁଖେ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ, ବିସିସିଆଇ ସେୟାର କଲା ଫଟୋ

Published: Aug 13, 2022, 10:24 am IST

ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ଟିମ୍ ଇଣ୍ଡିଆ ଏଥିପାଇଁ ଯାତ୍ରା ଆରମ୍ଭ କରିଛି। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ଅଗଷ୍ଟ ୧୮ ତାରିଖରୁ ଖେଳାଯିବ। ଏହି ସିରିଜର ସମସ୍ତ ତିନୋଟି ମ୍ୟାଚ୍ ହାରାରେ ଅନୁଷ୍ଠିତ ହେବ। କେଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତ ଏହି ସିରିଜ୍ ଖେଳିବ।

ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଅନେକ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛି। ଏଥିରେ ରିତୁରାଜ ଗାଇକ୍ଵାଡ, ରାହୁଲ ତ୍ରିପାଠୀ ଏବଂ ଅଲରାଉଣ୍ଡର ଦୀପକ ହୁଡାଙ୍କୁ ସ୍ଥାନ ମିଳିଛି। ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। କିନ୍ତୁ ତାଙ୍କ ଖେଳକୁ ନେଇ ସନ୍ଦେହ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଭିଏସ୍ ଲକ୍ଷ୍ମଣ ଜଣେ ପ୍ରଶିକ୍ଷକ ଭାବରେ ଭାରତୀୟ ଦଳ ସହିତ ଏହି ଯାତ୍ରା କରିଛନ୍ତି।

ଶାର୍ଦ୍ଦୁଳ ଠାକୁର ଏବଂ ଦୀପକ ଚହର ମଧ୍ୟ ଭାରତୀୟ ଦଳର ଅଂଶ। ଅଗଷ୍ଟ ୧୮ ତାରିଖରେ ଟିମ୍ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୦ ଏବଂ ୨୨ ତାରିଖରେ ଖେଳାଯିବ।

ବିସିସିଆଇ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏହି ଯାତ୍ରା ପରେ ଭାରତ ଏସିଆ କପରେ ଭାଗ ନେବ।

Related posts