ସୁପର-୪ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ରବୀନ୍ଦ୍ର ଜାଡେଜା ଆଉଟ, ଅକ୍ସର ପଟେଲ ଇନ୍

Published: Sep 2, 2022, 6:13 pm IST

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ସୁପର-୪ ପୂର୍ବରୁ ଭାରତ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜା ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଅକ୍ସର ପଟେଲ ଦଳରେ ସ୍ଥାନ ପାଇଛନ୍ତି। ପାକିସ୍ତାନ ବିରୋଧରେ ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଭାଗିଦାରୀରେ ଭାରତକୁ ବିଜୟରେ ପହଞ୍ଚାଇଥିଲେ। ଆହତ କାରଣରୁ ଜାଡେଜା ଆଗାମୀ ମ୍ୟାଚରେ ଖେଳି ପାରିବେ ନାହିଁ।

ସେପ୍ଟେମ୍ବର ୪ ତାରିଖରେ ଭାରତୀୟ ଦଳ ସୁପର-୪ ର ପ୍ରଥମ ମ୍ୟାଚ୍ ଖେଳିବ। ଏହାପୂର୍ବରୁ ଜାଡେଜାଙ୍କ ଆଘାତ ଦଳ ପାଇଁ ଏକ ବଡ ପ୍ରତିବନ୍ଧକ। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛିନ୍ତି। ଜାଡେଜା ବର୍ତ୍ତମାନ ବିସିସିଆଇ ମେଡିକାଲ ଦଳର ତତ୍ତ୍ବାବଧାନରେ ଅଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୨ ଟି ଚୌକା ଓ ୨ ଟି ଛକା ସହାୟତାରେ ୨୯ବଲରେ ୩୫ ରନ ସ୍କୋର କରିଥିଲେ। ଜାଡେଜା ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଅର୍ଦ୍ଧ ଶତକର ସହଭାଗିତା ଥିଲା। ଏହି କାରଣରୁ ଟିମ୍ ଇଣ୍ଡିଆକୁ ଜିତିବା ସହଜ ହୋଇଥିଲା।

ଅକ୍ଶରଙ୍କୁ ଭାରତର ଭଲ ଖେଳାଳି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସେ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ସେ ବୋଲିଂ କରିବା ସହିତ ବ୍ୟାଟିଂ କରିବାରେ ମଧ୍ୟ ଦକ୍ଷ ଅଟନ୍ତି।

Related posts