ଭାରତ ଗସ୍ତ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ, ଟେମ୍ବା ବାଭୁମା ନେବେ ନେତୃତ୍ଵ

Published: Sep 6, 2022, 4:34 pm IST

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ-୨୦୨୨ ତଥା ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ସେପ୍ଟେମ୍ବର ୨୮ ତାରିଖରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜ୍ ଖେଳାଯିବ। ଏହା ପରେ ଅକ୍ଟୋବର ୬ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ଟେମ୍ବା ବାଭୁମାଙ୍କୁ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ଵ ମିଳିଛି। ଅଭିଜ୍ଞ ଖେଳାଳି କ୍ୱିଣ୍ଟନ୍ ଡି କକ୍ ଦଳରେ ସ୍ଥାନ ପାଇଛନ୍ତି। ଏଡିନ ମାର୍କ୍ରାମ ଏବଂ କେଶବ ମହାରାଜ ମଧ୍ୟ ଦଳର ସାମିଲ ହୋଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୮ ତାରିଖରେ ଥିରୁବନନ୍ତପୁରମରେ ଖେଳାଯିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ଅକ୍ଟୋବର ୨ ତାରିଖରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ଖେଳାଯିବ। ଦିନିକିଆ ସିରିଜ୍ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଦିନିକିଆ ସିରିଜର ଶେଷ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ଭାରତ ଗସ୍ତ ପରେ ୨୦୨୨ ରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହା ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ। ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ପାକିସ୍ତାନ ସହିତ ଅକ୍ଟୋବର ୨୩ ତାରିଖରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ନଭେମ୍ବର ୧୩ ତାରିଖରେ ଖେଳାଯିବ।

ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି କକ୍, ରିଜା ହେଣ୍ଡ୍ରିକ୍ସ, ହେନ୍ରିକ୍ କ୍ଲାସେନ୍, କେଶବ ମହାରାଜ, ଜନମାନ ମାଲାନ, ଏଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଏନ୍ରିକ୍ ନର୍ଟେଜେ, ୱେନ ପାର୍ନେଲ, ଡୱେନ ପ୍ରିଟୋରିଅସ, କାଗିସୋଓ ରାବାଡା, ତବ୍ରେଜ୍ ଶାମସି। ସଂରକ୍ଷଣ ଖେଳାଳି- ବ୍ୟୋର୍ନ ଫୋର୍ଟୁଇନ, ମାର୍କୋ ଜେଂଶନ ଏବଂ ଏଣ୍ଡିଲେ ଫେଲୁକୱାୟୋ।

Related posts