ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ଵାରା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପର ଲୋଗୋ ଉନ୍ମୋଚିତ

Published: Sep 10, 2022, 1:34 pm IST

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ବର୍ଷରୁ କମ ମହିଳା ବିଶ୍ୱକପର ଲୋଗୋ ଉନ୍ମୋଚନ କରିଛନ୍ତି। ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋ ଉନ୍ମୋଚନ କରିଛନ୍ତି। ଲୋଗୋ ସହ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଟ୍ରଫିକୁ ମଧ୍ୟ ଉନ୍ମୋଚନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କିକ୍ ଅଫ୍ ଦ ଡ୍ରିମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର ୧୧ ତାରିଖରୁ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆରମ୍ଭ ହେବ। ଆଉ ଚଳିତ ବିଶ୍ୱକପର ୩ଟି ପୁଲ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୧୧, ୧୪ ଓ ୧୭ରେ ଏହି ପୁଲ୍ ମ୍ୟାଚ୍ ଖେଳାଯିବ। ତେବେ ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଛି। ଫୁଟବଲ ପରେ ପରେ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜିତ ହେବ। ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜକ ଭାବେ ଗୁରୁଦାୟିତ୍ୱ ପାଇଛି ଓଡ଼ିଶା।

Related posts