Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମୃତସରର ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍‌ମାନଙ୍କୁ ସମ୍ମାନିତ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଅମୃତସରର ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍‌ମାନଙ୍କୁ ସମ୍ମାନିତ କଲେ କେନ୍ଦ୍ର ମନ୍ତ୍ରୀ

September 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍‌ମାନଙ୍କ (ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ, ଅଖିଳ ଭାରତ ଆନ୍ତଃ- ବିଶ୍ୱବିଦ୍ୟାଳୟ ଚାମ୍ପିଅନସିପ୍ ଏବଂ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସ୍ଥାନ ପ୍ରାପ୍ତ କରିଥିବା ଖେଳାଳୀମାନଙ୍କ ସମେତ ୨୫ଜଣ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବିତ୍‌)ଙ୍କୁ ସମ୍ମାନିତ କରିଛନ୍ତି। ଅମୃତସରସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ୫୨ତମ ବାର୍ଷିକ ଖେଳ ପୁରସ୍କାର ବିତରଣ ସମାରୋହ ଅବସରରେ ଅନ୍ତରାଷ୍ଟ୍ରୀୟ, ଖେଲୋ ଇଣ୍ଡିଆ ଏବଂ ଅଖିଳ ଭାରତୀୟ ଆନ୍ତଃ- ବିଶ୍ୱବିଦ୍ୟାଳୟ ସ୍ତରରେ ବିଭିନ୍ନ କ୍ରୀଡ଼ା ସ୍ପର୍ଦ୍ଧାରେ ବିଶ୍ୱବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିଥିବା ତଥା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଲେଜଗୁଡ଼ିକୁ ୨.୦୦ କୋଟି ଟଙ୍କାରୁ ଅଧିକ ନଗଦ ରାଶି ପୁରସ୍କାର ଏବଂ ଟ୍ରଫି ବିତରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଲେ ଯେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା, ସ୍ୱୟଂ ବିଶ୍ୱବିଦ୍ୟାଳୟ ଠାରୁ ମଧ୍ୟ ପୂର୍ବରୁ ହୋଇଥିଲା ଏବଂ ଏହା ଦେଶର ପ୍ରମୁଖ ବିଶ୍ୱବିଦ୍ୟଳୟଗୁଡ଼ିକ ମଧ୍ୟରୁ ଅନ୍ୟତମ। ଯେତେବେଳେ ଆମେ ଏକ ଖେଳ ସଂସ୍କୃତିର ବିକାଶ କରିବା କଥା ଆଲୋଚନା କରୁ, ସେତେବେଳେ ଏହା ସେହିସବୁ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହା ଏଭଳି ଲକ୍ଷ୍ୟ ସାକାର କରିବା ନିମନ୍ତେ ଆଧାର ପ୍ରସ୍ତୁତ କରିଥାଏ। ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସ୍ୱୟଂ ସୂଚୀତ କରିଥାଏ, କାରଣ ଏହା ରେକର୍ଡ ୨୩ଥର ପ୍ରତିଷ୍ଠିତ ମୌଲାନା ଅବୁଲ କାଲାମ ଆଜାଦ (ଏମଏକେଏ) ଟ୍ରଫି ବିଜୟୀ ହୋଇଛି। କେବଳ ଅବୁଲ କାଲାମ ଆଜାଦ ଟ୍ରଫିମାନ ନୁହେଁ, ବରଂ ୩୪ଟି ଅର୍ଜୁନ, ୨ଟି ଦ୍ରୋଣାଚାର୍ଯ୍ୟ ଏବଂ ୬ଟି ପଦ୍ମଶ୍ରୀ ପୁରସ୍କାର ବିଜେତା ମଧ୍ୟ ଏହି ବିଶ୍ୱବିଦ୍ୟାଳୟରୁ ସୃଷ୍ଟି ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ ମହିଳା କ୍ରୀଡ଼ାବିତ୍‌ମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବ ନିମନ୍ତେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ନଅଗୋଟି ବିଭାଗ – ହକି, ତୀରନ୍ଦାଜ, ଭାରୋତ୍ତୋଳନ, ସାଇକେଲ ଚାଳନା, ମୁଷ୍ଟିଯୁଦ୍ଧ, ଅସିଚାଳନା, କୁସ୍ତି, ଭଲିବଲ୍ ଏବଂ ଜୁଡ଼ୋରେ ଖେଲୋ ଇଣ୍ଡିଆ ଲିଗ୍‌ର ଆୟୋଜନ କରାଯାଉଛି। ଏହିସବୁ ପ୍ରତିଯୋଗିତାରେ ୨୩,୦୦୦ରୁ ଅଧିକ ମହିଳା କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ।

ମନ୍ତ୍ରୀ ଶ୍ରୀ ଠାକୁର କ୍ରୀଡ଼ା କ୍ଷେତ୍ରରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଦ୍ୱାରା କରାଯାଉଥିବା କାର୍ଯ୍ୟାବଳୀକୁ ପ୍ରଶଂସା କରି କହିଲେ ଯେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ୧୪ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ ୪୨ଟି ପଦକ ହାସଲ କରି ପ୍ରଶଂସନୀୟ ଚତୁର୍ଥ ସ୍ଥାନ ହାସଲ କରିଛି। ସେ କହିଲେ ଯେ ସରକାରଙ୍କ ଦୃଷ୍ଟିକୋଣ ନାଗରିକ କୈନ୍ଦ୍ରିକ ଏବଂ ଆମେ ସଭିଏଁ ନାଗରିକମାନଙ୍କ ଜୀବନରେ ସୁଗମତା ଆଣିବାକୁ ପ୍ରୟାସୀ। ସେ କହିଲେ ଯେ ଦେଶବ୍ୟାପୀ ଖେଳ ସଂସ୍କୃତିର ବିକାଶ ଘଟାଯିବାର ଆବଶ୍ୟକତା ରହିଛି ଏବଂ ସରକାର ଏହି ପ୍ରୟାସ ନିମନ୍ତେ ପ୍ରତିବଦ୍ଧ। ସେ କହିଲେ ଯେ ଖେଳ ସୁବିଧା ନିମନ୍ତେ ସକଳ ପ୍ରକାର ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବା ନିମନ୍ତେ ସରକାର ଆଶ୍ୱାସନ ପ୍ରଦାନ କରନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର ନାନକ ଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ସେହି ସମୟର ସ୍ମୃତିକୁ ସ୍ମରଣ କରି ସୂଚାଇଥିଲେ ଯେ ଏହା ତାଙ୍କର ଦାୟିତ୍ୱ ଯେ ଖେଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଏହାର ବୃଦ୍ଧି ନିମନ୍ତେ ଆବଶ୍ୟକ ଖେଳ ସୁବିଧା ଏବଂ ପରିଯୋଜନାମା ପ୍ରଦାନ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ। ଏହି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ହୋଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରନ୍ତି ବୋଲି ସୂଚାଇଥିଲେ। ଆଜି ଏହି ବିଶ୍ୱବିଦ୍ୟାଳୟର କ୍ରୀଡ଼ା ବ୍ୟତୀତ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଦେଶ ବିଦେଶରେ ଏହାର ସୁଖ୍ୟାତି ରହିଛି। ସେ କହିଲେ ଯେ ଦେଶରେ ଖେଳ ସଂସ୍କୃତିର ବିକାଶ ଏବଂ ସମୃଦ୍ଧ ହୋଇପାରିବ ଏବଂ ବ୍ୟକ୍ତି, ପରିବାର, ସମାଜ ଓ କର୍ପୋରେଟ୍ ସ୍ତରରେ ସମସ୍ତଙ୍କୁ ଖେଳ ସଂସ୍କୃତି ପ୍ରତି ସକଳ ପ୍ରକାର ସହଯୋଗ ପ୍ରଦାନ କରିବାର ଦାୟିତ୍ୱ ନିହିତ।

ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନଙ୍କୁ ସ୍ୱାଗତ କରି କୁଳପତି ପ୍ରଫେସର ଯଶପାଲ ସିଂହ ସନ୍ଧୁ କହିଲେ ଯେ ଏହି ବିଶ୍ୱବିଦ୍ୟାଳୟକୁ ଖେଳର ଭିତ୍ତିଭୂମି ଢାଂଚାକୁ ମଜଭୁତ କରିବା ନିମନ୍ତେ ଅନେକ ପରିଯୋଜନାର ଆବଶ୍ୟକତା ରହିଛି। ପ୍ରଫେସର ସନ୍ଧୁ ଆହୁରି କହିଲେ ଯେ ବିଶ୍ୱବିଦ୍ୟାଳୟକୁ ଅଷ୍ଟ୍ରୋଟର୍ଫ ପ୍ରତିସ୍ଥାପନା, ସିନ୍ଥେଟିକ୍ ଟ୍ରାକ୍‌ର ସ୍ଥାପନା, ସନ୍ତରଣ ପୁଷ୍କରିଣୀର ବିକାଶ ତଥା ଅନ୍ୟାନ ସୁବିଧା ସଂନର୍କରେ ଅନୁଦାନ ଏବଂ ପରିଯୋଜନାର ଆବଶ୍ୟକତା ରହିଛି।

ଇତି ପୂର୍ବରୁ କୁଳସଚିବ ଡକ୍ଟର କରନଜିତ ସିଂହ କହଲୋଁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ କ୍ରୀଡ଼ା କାର୍ଯ୍ୟାଳୟର ଶାରୀରିକ ଶିକ୍ଷା ବିଭାଗ (ଏ.ଟି.) ନିର୍ଦ୍ଦେଶକ ପ୍ରଭାରୀ ଡକ୍ଟର କମ୍ବର ମନଦୀପ ସିଂହ ଖେଳକୁଦର ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧ ଉପରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଅନୀଶ ଦୁଆ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି ଅବସରରେ ଜିଏନଡିୟୁ ଖେଳ ସମିତି (ପୁରୁଷ), ଜିଏନଡିୟୁ ଖେଳ ସମିତି (ମହିଳା), ବିଶ୍ୱବିଦ୍ୟାଳୟର କୀଡ଼ାରେ ସର୍ବାଧିକ ଯୋଗଦାନ ପ୍ରଦାନ କରିଥିବା ମହାବିଦ୍ୟାଳୟଗୁଡ଼ିକର ଅଧ୍ୟକ୍ଷ ଏବଂ ବିଭାଗାଧ୍ୟକ୍ଷ ତଥା ଅନ୍ୟ ଅଧିକାରୀ ଏବଂ ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ ଯୋଜନା ଅଧୀନରେ ଖେଳ ଛାତ୍ରବାସଗୁଡ଼ିକର ମଧ୍ୟ ଉଦ୍‌ଘାଟନ କରିଥିଲେ ଏବଂ ସେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଖେଳ ସୁବିଧାମାନ ବୁଲି ଦେଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଭାଗୀୟ ମୁଖ୍ୟ, ଶାରୀରିକ ଶିକ୍ଷା ବିଭାଗର ବିଭାଗାଧ୍ୟକ୍ଷ ତଥା ପ୍ରମୁଖ କ୍ରୀଡ଼ାବିତ୍‌/ ପ୍ରଶିକ୍ଷକମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

ଅନୁରାଗ ସିଂହ ଠାକୁର ଅମୃତସର କ୍ରୀଡ଼ାବିତ୍‌ମାନଙ୍କୁ ସମ୍ମାନିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025
Latest News

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025

ଜାରି ରହିବ ରୁଷରୁ ତେଲ କିଣିବା: ଟ୍ରମ୍ଫଙ୍କ ଶୁଳ୍କ ଧମକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିଷ୍ପତ୍ତି

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.