
ନୂଆଦିଲ୍ଲୀ: କରାଚିରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦୦ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଦଳକୁ ବିଜୟ ଦେବା ପାଇଁ ଇନିଂସ ଆରମ୍ବ କରିଥିଲେ। ବାବର ୬୬ ଟି ବଲରେ ୧୧୦ ରନ ସଂଗ୍ରହ କରି ଅପରାଜିତ ରହିଥିବା ବେଳେ ରିଜୱାନ୍ ଅପରାଜିତ ୮୮ ରନ୍ କରିଥିଲେ।