ଇଂଲଣ୍ଡ ଲିଜେଣ୍ଡ୍ସ କୁ ୪୦ ରନରେ ହରାଇଲା ଇଣ୍ଡିଆ ଲିଜେଣ୍ଡ୍ସ: ସଚିନ, ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ

Published: Sep 23, 2022, 12:32 am IST

ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ୧୪ ତମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ବିଜୟୀ ହୋଇଛି। ଇଂଲଣ୍ଡ ଲିଜେଣ୍ଡ୍ସ ବିରୋଧରେ ଇଣ୍ଡିଆ ଲିଜେଣ୍ଡ୍ସ ୪୦ ରନ ବ୍ୟବଧାନରେ ବିଜୟୀ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ଅଧିନାୟକ ସଚିନ ତେନ୍ଦୁଲକର ଏବଂ ୱିକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝା ବ୍ୟାଟିଂ ଆରମ୍ଭ କରିଥିଲେ। ନମନ ଓଝା ୧୭ଟି ବଲରେ ୨୦ ରନ ସଂଗ୍ରହ କରିଥିବା ବେଳେ ସଚିନ ତେନ୍ଦୁଲକର ମାତ୍ର ୨୦ ଟି ବଲରେ ୩ ଟି ଚୌକା ଓ ୩ ଟି ଛକା ସହାୟତାରେ ୪୦ ରନ ସଂଗ୍ରହ କରିଥିଲେ।  ସେହିଭଳି ସୁରେଶ ରାଇନା ୮ ଟି ବଲରେ ୧୨ ରନ, ୟୁସୁଫ ପଠାନ ୧୧ ଟି ବଲରେ ୧ ଟି ଚୌକା ଓ ୩ ଟି ଛକା ସହାୟତାରେ ୨୭ ରନ, ଯୁବରାଜ ସିଂହ ୧୫ ଟି ବଲରେ ୧ ଟି ଚୌକା ଓ ୩ ଟି ଛକା ସହୟତାରେ ୩୧ ରନ, ଷ୍ଟୁଆର୍ଟ ବିନ୍ନି ୧୮ ଟି ବଲରେ ୧୮ ରନ ଏବଂ ଇର୍ଫାନ ପଠାନ ୯ ଟି ବଲରେ ୧୧ ରନ ସଂଗ୍ରହ କରିଥିଲେ।

 

ଜବାବରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ ହରାଇ ୧୩୦ ରନ କରିପାରିଥିଲେ। ଇଂଲଣ୍ଡ ଲିଜେଣ୍ଡ୍ସ ପକ୍ଷରୁ ଫିଲ ମୁଷ୍ଟାର୍ଡ ସର୍ବାଧିକ ୨୯ ରନ କରିଥିବା ବେଳେ କ୍ରିସ ଟ୍ରେମଲେଟ ୨୪ ରନ ସଂଗ୍ରହ କରିଥିଲେ। ତେବେ ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ଆଜି ସୁଯୋଗ ପାଇଥିବା ରାଜେଶ ପାୱାର ସର୍ବାଧିକ ୩ ଟି ୱିକେଟ ନେଇଥିଲେ। ସେ ୩ ଓଭର ବୋଲିଂ କରି ୧୨ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଧୂଆଁଧାର ଖେଳ ପ୍ରଦର୍ଶନ କରିଥିବା ଇଣ୍ଡିଆ ଲିଜେଣ୍ଡ୍ସର ଅଧିନାୟକ ସଚିନ ତେନ୍ଦୁଲକରଙ୍କୁ ଆଜିର ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

Related posts