Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଂଲଣ୍ଡ ଲିଜେଣ୍ଡ୍ସ କୁ ୪୦ ରନରେ ହରାଇଲା ଇଣ୍ଡିଆ ଲିଜେଣ୍ଡ୍ସ: ସଚିନ, ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ
ଆଜିର ଖବର

ଇଂଲଣ୍ଡ ଲିଜେଣ୍ଡ୍ସ କୁ ୪୦ ରନରେ ହରାଇଲା ଇଣ୍ଡିଆ ଲିଜେଣ୍ଡ୍ସ: ସଚିନ, ଯୁବରାଜଙ୍କ ଧୂଆଁଧାର ବ୍ୟାଟିଂ

September 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ୧୪ ତମ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ବିଜୟୀ ହୋଇଛି। ଇଂଲଣ୍ଡ ଲିଜେଣ୍ଡ୍ସ ବିରୋଧରେ ଇଣ୍ଡିଆ ଲିଜେଣ୍ଡ୍ସ ୪୦ ରନ ବ୍ୟବଧାନରେ ବିଜୟୀ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଣ୍ଡିଆ ଲିଜେଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲା। ଅଧିନାୟକ ସଚିନ ତେନ୍ଦୁଲକର ଏବଂ ୱିକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝା ବ୍ୟାଟିଂ ଆରମ୍ଭ କରିଥିଲେ। ନମନ ଓଝା ୧୭ଟି ବଲରେ ୨୦ ରନ ସଂଗ୍ରହ କରିଥିବା ବେଳେ ସଚିନ ତେନ୍ଦୁଲକର ମାତ୍ର ୨୦ ଟି ବଲରେ ୩ ଟି ଚୌକା ଓ ୩ ଟି ଛକା ସହାୟତାରେ ୪୦ ରନ ସଂଗ୍ରହ କରିଥିଲେ।  ସେହିଭଳି ସୁରେଶ ରାଇନା ୮ ଟି ବଲରେ ୧୨ ରନ, ୟୁସୁଫ ପଠାନ ୧୧ ଟି ବଲରେ ୧ ଟି ଚୌକା ଓ ୩ ଟି ଛକା ସହାୟତାରେ ୨୭ ରନ, ଯୁବରାଜ ସିଂହ ୧୫ ଟି ବଲରେ ୧ ଟି ଚୌକା ଓ ୩ ଟି ଛକା ସହୟତାରେ ୩୧ ରନ, ଷ୍ଟୁଆର୍ଟ ବିନ୍ନି ୧୮ ଟି ବଲରେ ୧୮ ରନ ଏବଂ ଇର୍ଫାନ ପଠାନ ୯ ଟି ବଲରେ ୧୧ ରନ ସଂଗ୍ରହ କରିଥିଲେ।

 

ଜବାବରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ ହରାଇ ୧୩୦ ରନ କରିପାରିଥିଲେ। ଇଂଲଣ୍ଡ ଲିଜେଣ୍ଡ୍ସ ପକ୍ଷରୁ ଫିଲ ମୁଷ୍ଟାର୍ଡ ସର୍ବାଧିକ ୨୯ ରନ କରିଥିବା ବେଳେ କ୍ରିସ ଟ୍ରେମଲେଟ ୨୪ ରନ ସଂଗ୍ରହ କରିଥିଲେ। ତେବେ ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ଆଜି ସୁଯୋଗ ପାଇଥିବା ରାଜେଶ ପାୱାର ସର୍ବାଧିକ ୩ ଟି ୱିକେଟ ନେଇଥିଲେ। ସେ ୩ ଓଭର ବୋଲିଂ କରି ୧୨ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଧୂଆଁଧାର ଖେଳ ପ୍ରଦର୍ଶନ କରିଥିବା ଇଣ୍ଡିଆ ଲିଜେଣ୍ଡ୍ସର ଅଧିନାୟକ ସଚିନ ତେନ୍ଦୁଲକରଙ୍କୁ ଆଜିର ମ୍ୟାଚରେ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

ଇଣ୍ଡିଆ ଲିଜେଣ୍ଡ୍ସ ଇଂଲଣ୍ଡ ଲିଜେଣ୍ଡ୍ସ ଯୁବରାଜ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ୨୦୨୨ ସଚିନ
Share. Facebook Twitter LinkedIn Email WhatsApp Copy Link

Related Posts

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Latest News

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026

ShikshaNext: ରିଲାଏନ୍ସ ଫାଉଣ୍ଡେସନ୍ ନେତୃତ୍ୱରେ ୧୭୦ କୋଟି ଟଙ୍କାର ଶିକ୍ଷାନେକ୍ସଟ ପ୍ରୟାସ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.