Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଫାଇନାଲ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ଟି-୨୦, ଜାଣନ୍ତୁ ପ୍ଲେଇଂ ଏକାଦଶ
ଆଜିର ଖବର

ଆଜି ଫାଇନାଲ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଅନ୍ତିମ ଟି-୨୦, ଜାଣନ୍ତୁ ପ୍ଲେଇଂ ଏକାଦଶ

September 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ: ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଏହି ଶେଷ ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ। ଏହି ସିରିଜରେ ଉଭୟ ଦଳ ବର୍ତ୍ତମାନ ୧-୧ ରେ ବରାବର ଅଛନ୍ତି। ତେଣୁ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚର ଫଳାଫଳ ଦ୍ୱାରା ସିରିଜର ବିଜେତା ଘୋଷିତ ହେବ।

ଏହି ସିରିଜର ପ୍ରଥମ ମ୍ୟାଚ୍ ଭାରତୀୟ ଦଳ ହରାଇଥିଲା। ମୋହାଲିରେ ଭାରତୀୟ ଦଳ ୨୦୮ ରନ୍ ର ବିରାଟ ସ୍କୋରକୁ ମଧ୍ୟ ରକ୍ଷା ପାରିନଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ସିରିଜକୁ ୧-୧ରେ ସମାନ କରିଥିଲା। ସିରିଜର ଏହି ଦ୍ୱିତୀୟ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା ଯେଉଁଥିରେ କେବଳ ୮-୮ ଓଭର ଖେଳାଯାଇଥିଲା। ଶେଷ ଓଭରରେ ୬ ୱିକେଟ୍ ରେ ଭାରତ ଜିତିଥିଲା।

ହେଡ୍ ଟୁ ହେଡ୍: ଏପର୍ଯ୍ୟନ୍ତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୫ ଟି -୨୦ ଆନ୍ତର୍ଜାତୀୟ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ଅଧିକ ଜିତିଛି। ଭାରତ ୧୪ ଟି ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୦ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି।

ପିଚ୍ ତାପମାତ୍ରା: ଗତ ତିନିବର୍ଷ ଧରି ହାଇଦ୍ରାବାଦରେ କୌଣସି ଆନ୍ତର୍ଜାତୀୟ ତି-୨୦ ମ୍ୟାଚ୍ ହୋଇନାହିଁ। ତେବେ ଏହା ପୂର୍ବରୁ ଟି -୨୦ ମ୍ୟାଚ୍‌ରେ ଭଲ ରନ୍ ସ୍କୋର କରାଯାଇଛି। ଏଥର ମଧ୍ୟ ଏଠାରେ ବଡ ସ୍କୋର ହେବା ସମ୍ଭାବନା ଅଛି। ପିଚରେ ଘାସ ନାହିଁ, ତେଣୁ ବୋଲରମାନଙ୍କୁ ଏଠାରେ ରନ୍ ରୋକିବା କଷ୍ଟକର ହୋଇପାରେ।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଖେଳାଳି: ଆରୋନ ଫିଞ୍ଚ (କ୍ୟାପଟେନ୍), ଜୋସ୍ ଇଂଲିସ୍, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ, ମାଥ୍ୟୁ ୱେଡ୍, ଟିମ୍ ଡେଭିଡ, କ୍ୟାମେରନ୍ ଗ୍ରୀନ୍, ଆଡାମ ଜାମ୍ପା, ପ୍ୟାଟ୍ କମିନ୍ସ, ଜୋସ୍ ହାଜଲେଉଡ୍, ନାଥାନ୍ ଏଲିସ୍।

ଅନ୍ତିମ ଟି-୨୦ ଅଷ୍ଟ୍ରେଲିଆ ପ୍ଲେଇଂ ଏକାଦଶ ଭାରତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ହାଇଦ୍ରାବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
Latest News

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.