Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଲଦୀପଙ୍କ ହ୍ୟାଟ୍ରିକ୍ ପରେ ପୃଥ୍ବୀ ଶ’ଙ୍କ ଚୌକା ଓ ଛକା ବର୍ଷା, ସାମସନଙ୍କ ନେତୃତ୍ଵରେ ସିରିଜ୍ ଜିତିଲା ଭାରତ
ଆଜିର ଖବର

କୁଲଦୀପଙ୍କ ହ୍ୟାଟ୍ରିକ୍ ପରେ ପୃଥ୍ବୀ ଶ’ଙ୍କ ଚୌକା ଓ ଛକା ବର୍ଷା, ସାମସନଙ୍କ ନେତୃତ୍ଵରେ ସିରିଜ୍ ଜିତିଲା ଭାରତ

September 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଅଣଆନୁଷ୍ଠାନିକ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ-ଏକୁ ଭାରତ-ଏ ପରାସ୍ତ କରିଛି। ଏହା ସହ ଭାରତ-ଏ ୩ ଟି ଦିନିକିଆ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଇଣ୍ଡିଆ ଏ ପ୍ରଥମ ଦିନିକିଆରେ ୭ ୱିକେଟ୍ ରେ ଜିତିଥିଲା। ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ଚେନ୍ନାଇରେ ମଧ୍ୟ ଖେଳାଯିବ।

ଭାରତ-ଏ ବିଜୟରେ ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯେଉଁଠାରେ କୁଲଦୀପ ଯାଦବ ବଲରେ ପ୍ରାଧାନ୍ୟ ବିସ୍ତାର କରିଥିଲେ, ପୃଥ୍ବୀ ଶ’ ବ୍ୟାଟ୍ ରେ କମାଲ କରିଥିଲେ। କୁଲଦୀପ ହ୍ୟାଟ୍ରିକ୍ ସହ ମ୍ୟାଚ୍‌ରେ ୪ ୱିକେଟ୍ ନେଇଥିଲେ। ଏଥିସହିତ ଶ’ ଇଣ୍ଡିଆ-ଏ ଇନିଂସ ଆରମ୍ଭ କରି ମାତ୍ର ୨୬ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧ ଟି ଚୌକା ଓ ୩ ତି ଛକା ସହାୟତାରେ ୪୮ ବଲରେ ୭୭ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଚଳିତ ବର୍ଷ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିବା ରାଜା ବାୱା ଏହି ମ୍ୟାଚରେ ଡେବ୍ୟୁ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ-ଏ ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚାଡ ବୋଜ ଏବଂ ରଚିନ୍ ରବିନ୍ଦ୍ର ନ୍ୟୁଜିଲ୍ୟାଣ୍ଡ ଏ ପାଇଁ ପାଳି ଆରମ୍ଭ କରିଥିଲେ। କିନ୍ତୁ, ୩୨ ରନ୍ ସ୍କୋରରେ ଚାଡକୁ ଉମ୍ରାନ ମଲିକ ଆଉଟ କରିଥିଲେ। ଏହା ପରେ ଡେନ୍ କ୍ଲିଭର ମଧ୍ୟ ଶୀଘ୍ର ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ, ରବିନ୍ଦ୍ର ଗୋଟିଏ ମୁଣ୍ଡରେ ଜମି ରହିଥିଲେ ଏବଂ ସେ ତାଙ୍କର ଅର୍ଦ୍ଧ ଶତକ ପୂରଣ କରିଥିଲେ। ତେବେ ୬୧ ରନର ବ୍ୟକ୍ତିଗତ ସ୍କୋରରେ ଋଷି ଧାୱନ ତାଙ୍କୁ ଆଉଟ କରିଥିଲେ।

ଯେତେବେଳେ ରାଚିନ୍ ଆଉଟ୍ ହୋଇଥିଲେ, ନ୍ୟୁଜିଲ୍ୟାଣ୍ଡ-ଏ ୩ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ଏହା ପରେ ଜୋ କାର୍ଟର ୮୦ ବଲରେ ୭୨ ରନର ଇନିଂସ ଖେଳିଥିଲେ। ସେ ମଧ୍ୟମ ଏବଂ ନିମ୍ନ କ୍ରମରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଠାରୁ ସମର୍ଥନ ପାଇନଥିଲେ। ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ହ୍ୟାଟ୍ରିକ୍ ନେଇ ନ୍ୟୁଜିଲ୍ୟାଣ୍ଡ ଏ ବ୍ୟାଟିଂକ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ।

ଅନ୍ତିମ ତିନିଟି ବଲରେ ଲୋଗାନ୍ ୱାନ୍ ବିକ, ଜୋ ୱାକର ଅରେର ଏବଂ ଜ୍ୟାକବ ଡଫିଙ୍କୁ ଆଉଟ କରି କୁଲଦୀପ ନ୍ୟୁଜିଲ୍ୟାଣ୍ଡ ଏ ଇନିଂସର ୪୭ ତମ ଓଭରରେ ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ-ଏ ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ପାରି ନଥିଲା ଏବଂ ୪୭ ଓଭରରେ ୨୧୯ ରନ୍ କରି ସମସ୍ତ ୱିକେଟ ହରାଇଥିଲା। ୧୦ ଓଭରରେ ୫୧ ରନ୍ ଦେଇ କୁଲଦୀପ ଯାଦବ ୪ ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ଋଷି ଧାୱନ ମଧ୍ୟ ୨ ଟି ୱିକେଟ୍ ନେଇଥିଲେ।

ଚେନ୍ନାଇ ନ୍ୟୁଜିଲ୍ୟାଣ୍ଡ-ଏ ପୃଥ୍ବୀ ଶ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026
Latest News

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.