Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇରଫାନ୍ ପଠାନଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କଲା ଇଣ୍ଡିଆ ଲିଜେଣ୍ଡ୍ସ
ଆଜିର ଖବର

ଇରଫାନ୍ ପଠାନଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କଲା ଇଣ୍ଡିଆ ଲିଜେଣ୍ଡ୍ସ

September 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ୨୦୨୨ ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଦିନ ରାୟପୁରରେ ଇଣ୍ଡିଆ ଲିଜେଣ୍ଡ୍ସ ଏବଂ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ ଦଳ ଚାରିଟି ବଲ ପୂର୍ବରୁ ପାଞ୍ଚ ୱିକେଟ୍ ରେ ଜିତିଥିଲା। ଏହି ବିଜୟ ସହିତ ଇଣ୍ଡିଆ ଲିଜେଣ୍ଡ୍ସ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଛି।

ସେମିଫାଇନାଲ ମ୍ୟାଚର ହିରୋ ୱିକେଟ୍ କିପର ଓପନର୍ ନମନ୍ ଓଝା ଥିଲେ। ସେ ୧୪୫.୧୬ ଷ୍ଟ୍ରାଇକ୍ ହାରରେ ୬୨ ବଲରେ ୯୦ ରନର ଅପରାଜିତ ଅର୍ଦ୍ଧଶତକ ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ସାତଟି ଚୌକା ଏବଂ ପାଞ୍ଚଟି ଉତ୍କୃଷ୍ଟ ଛକା ଆସିଥିଲା। ଏହି ଉତ୍ତମ ପ୍ରଦର୍ଶନ ପାଇଁ ଓଝାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବେ ବିବେଚନା କରାଯାଇଥିଲା।

This guy never disappoints us when he’s on strike
Well played @irfanpathan_official 🏏🤩

Keep watching #RoadSafetyWorldSeries, live now only on #ColorsCineplex, @justvoot, @CCSuperhits and @Sports18.#IndiaLegends #AustraliaLegends #RSWS2022 pic.twitter.com/DSFq37KU36

— Colors Cineplex (@Colors_Cineplex) September 29, 2022

ଓଝାଙ୍କ ବ୍ୟତୀତ ଭାରତୀୟ ବିଜୟର କାହାଣୀରେ ସର୍ବାଧିକ ଅବଦାନ ଦେଇଥିବା ଖେଳାଳି ହେଉଛନ୍ତି ଅଲରାଉଣ୍ଡର ଇରଫାନ ପଠାନ। ବାସ୍ତବରେ, ଏକ ସମୟରେ ଏହି ମ୍ୟାଚ୍ ଭାରତୀୟ ଦଳର ହାତରୁ ଯାଉଥିବା ପରି ମନେ ହେଉଥିଲା, କିନ୍ତୁ ନିମ୍ନ କ୍ରମରେ ପଠାନ ବିସ୍ଫୋରକ ବ୍ୟାଟିଂ କରିବା ଯୋଗୁଁ ଭାରତୀୟ ଦଳ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସଚିନ ତେନ୍ଦୁଲକର (୧୦), ସୁରେଶ ରାଇନା (୧୧), ଯୁବରାଜ ସିଂ (୧୮), ଷ୍ଟୁଆର୍ଟ ବିନି (୨) ଏବଂ ୟୁସୁଫ ପଠାନ (୧), ରେ ଆଉଟ ହେବା ପରେ ମୋର୍ଚ୍ଚା ସମ୍ଭାଳି ମାତ୍ର ୧୨ ଟି ବଲ ଖେଳି ୩୦୮.୩୩ ରନ ରେଟ ହାରରେ ଇରଫାନ ପଠାନ ୩୭ ରନର ବିସ୍ପୋରକ ବ୍ୟାଟିଂ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରନ୍ ଯୋଗଦାନ ଦେଇଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ଚାରିଟି ଛକା ଏବଂ ଦୁଇଟି ଚୌକା ଆସିଥିଲା। ପଠାନଙ୍କ ଏହି ଉତ୍କୃଷ୍ଟ ବ୍ୟାଟିଂ ହେତୁ ଇଣ୍ଡିଆ ଲିଜେଣ୍ଡ୍ସ ଦଳ ଚାରିଟି ବଲ ପୂର୍ବରୁ ପାଞ୍ଚ ୱିକେଟ୍ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

ଅଷ୍ଟ୍ରେଲିଆ ଇଣ୍ଡିଆ ଲିଜେଣ୍ଡ୍ସ ଇରଫାନ୍ ପଠାନ ପ୍ରଥମ ସେମିଫାଇନାଲ ରୋଡ଼ ସେଫ୍ଟି ୱାର୍ଲ୍ଡ ସିରିଜ୍
Share. Facebook Twitter LinkedIn Email WhatsApp Copy Link

Related Posts

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

August 2, 2026

ନିଜ ଜିଭ କାଟିଦେଲେ ଯୁବକ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର

August 2, 2026
Latest News

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026

ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଦୌରାତ୍ମା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ବ୍ଲକ ଅଧିକାରୀ

August 2, 2026

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶା; ଭଦ୍ରକ-ଯାଜପୁରରେ ବନ୍ୟା ପରେ ଅସହାୟ ଚିତ୍ର

August 2, 2026

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.