କ’ଣ ପୁଣିଥରେ ଇଣ୍ଡିଆ ଲିଜେଣ୍ଡ୍ସକୁ ଚାମ୍ପିୟନ କରିପାରିବେ ସଚିନ ତେନ୍ଦୁଲକର? ଆଜି ହେବ ଲଢେଇ

Published: Oct 1, 2022, 11:51 am IST

ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ଦ୍ୱିତୀୟ ସଂସ୍କରଣର ଅନ୍ତିମ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ସହିତ ଇଣ୍ଡିଆ ଲିଜେଣ୍ଡ୍ସ ପ୍ରତିଦ୍ୱନ୍ଦ୍ୱିତା କରିବ। ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ଵ ସଚିନ ତେନ୍ଦୁଲକରଙ୍କ ହାତରେ। ସଚିନ୍ ଗତ ସିଜନରେ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସକୁ ଚାମ୍ପିଅନ୍ କରାଇଥିଲେ। ଏଥର ମଧ୍ୟ ସେ ଟାଇଟଲ୍ ସୁରକ୍ଷିତ ରଖିବାକୁ ପ୍ରୟାସ କରିବେ।

ଇଣ୍ଡିଆ ଲିଜେଣ୍ଡ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ୬ ଟି ମ୍ୟାଚ୍ ଖେଳିଛି। ବର୍ଷା ହେତୁ ତିନୋଟି ମ୍ୟାଚର ଫଳାଫଳ ଶୂନ୍ୟ ଥିଲା, ଅବଶିଷ୍ଟ ତିନୋଟି ମ୍ୟାଚରେ ଭାରତୀୟ ଦଳ ଏକପାଖିଆ ଜିତିଥିଲା। ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଭାରତୀୟ ଦଳରେ ଯୁବରାଜ ସିଂ, ନମନ ଓଝା, ଇରଫାନ ପଠାନ ଏବଂ ୟୁସୁଫ ପଠାନ ପର୍ଯ୍ୟନ୍ତ ସମସ୍ତ ଖେଳାଳି ଏହି ସିଜନରେ ଦୃଢ ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତିରେ ଫାଇନାଲ୍ ମ୍ୟାଚ୍ ରେ ଏହି ଖେଳାଳିଙ୍କ ଠାରୁ ବହୁତ ଆଶା ମଧ୍ୟ ରହିବ।

ସେହିଭଳି ଚଳିତ ସିଜନରେ ଶ୍ରୀଲଙ୍କାର ଦଳ ମଧ୍ୟ ବହୁତ ଶକ୍ତିଶାଳୀ ହୋଇଛି। ଶ୍ରୀଲଙ୍କା ୬ ଟି ମ୍ୟାଚ ମଧ୍ୟରୁ ୫ ଟି ଜିତିଛି ଏବଂ ବର୍ଷା ହେତୁ ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ଥିଲା। ଏହି ଦଳରେ ମଧ୍ୟ ତିଳକରତ୍ନ ଦିଲଶାନ୍ ଠାରୁ ସନଥ ଜୟସୁରିଆ ପର୍ଯ୍ୟନ୍ତ ସମସ୍ତ ଖେଳାଳି ଫର୍ମରେ ଅଛନ୍ତି।

ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବେ?:

ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ଏହି ଅନ୍ତିମ ମ୍ୟାଚ୍ ଆଜି ସନ୍ଧ୍ୟା ୭.୩୦ରେ ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚର ଲାଇଭ୍ ଟେଲିକାଷ୍ଟ ସିନେପ୍ଲେକ୍ସ ଏବଂ ସ୍ପୋର୍ଟସ -୧୮ ଚ୍ୟାନେଲରେ କରାଯିବ। ଏହା ସହିତ, ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଭୁତ ଆପରେ ଦେଖିବାକୁ ମିଳିବ।

ଇଣ୍ଡିଆ ଲିଜେଣ୍ଡ୍ସରେ ଅନ୍ତର୍ଭୁକ୍ତ ଖେଳାଳି:

ସଚିନ ତେନ୍ଦୁଲକର (ଅଧିନାୟକ), ସୁରେଶ ରାଇନା, ଯୁବରାଜ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂ, ମୁନାଫ ପଟେଲ, ସୁବ୍ରମଣ୍ୟମ ବଦ୍ରିନାଥ, ଷ୍ଟୁଆର୍ଟ ବିନ୍ନି, ନମନ ଓଝା, ମନପ୍ରୀତ ଗୋନି, ପ୍ରଜ୍ଞା ଓଝା, ବିନୟ କୁମାର, ଅଭିମନ୍ୟୁ ମିଥୁନ।

Related posts