ତୃତୀୟ ଟି -୨୦ ମ୍ୟାଚରୁ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ!, ପାଳି ଆରମ୍ଭ କରିକରନ୍ତି ଋଷଭ ପନ୍ତ

Published: Oct 3, 2022, 6:49 pm IST

ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ତୃତୀୟ ଟି-୨୦ ମ୍ୟାଚରୁ ଉପ-ଅଧିନାୟକ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦେବାକୁ ଘୋଷଣା କରିଛି। କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଅଧିନାୟକ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଆରମ୍ଭ କରିପାରନ୍ତି।

ପୂର୍ବରୁ ତୃତୀୟ ଟି-୨୦ ମ୍ୟାଚରୁ ବିରାଟ କୋହଲିଙ୍କୁ ଦଳ ବିଶ୍ରାମ ନେବାକୁ ସ୍ଥିର କରିସାରିଛି। ବିରାଟ କୋହଲିଙ୍କ ସ୍ଥାନରେ ଶ୍ରେୟସ୍ ଆୟର ଖେଳିପାରନ୍ତି। ସ୍ଥାନ ପାଇବା ପରେ ଆୟର୍ ତିନି ନମ୍ବରରେ ବ୍ୟାଟିଂ କରିପାରନ୍ତି।

କେ.ଏଲ୍ ରାହୁଲଙ୍କ ବିଶ୍ରାମ ବିଷୟରେ ଚିତ୍ର ସ୍ପଷ୍ଟ ନୁହେଁ। ଦଳର ଅନ୍ୟ କୌଣସି ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ନାହାଁନ୍ତି। ଖେଳାଳି ଏକାଦଶରେ ଶାହବାଜ ଅହମ୍ମଦ କିମ୍ବା ମହମ୍ମଦ ସିରାଜଙ୍କୁ କେ.ଏଲ୍ ରାହୁଲଙ୍କ ସ୍ଥାନରେ ସୁଯୋଗ ଦିଆଯାଇପାରେ। ସିରାଜଙ୍କ ଖେଳିବାର ସମ୍ଭାବନା ମଧ୍ୟ ଅଧିକ। କାରଣ ବୁମ୍ରା ଫିଟ୍ ନ ହେଲେ ସେ ବିଶ୍ୱକପ୍ ଦଳରେ ସ୍ଥାନ ପାଇପାରିବେ।

ଜସପ୍ରୀତ ବୁମ୍ରାଙ୍କ ଆଘାତ ପରେ ହିଁ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ଦଳ ପରିଚାଳନା ସିରାଜଙ୍କୁ ବିଶ୍ୱକପ ପୂର୍ବରୁ ମ୍ୟାଚ୍ ଅଭ୍ୟାସ ପାଇଁ ସୁଯୋଗ ଦେବାକୁ ଚାହୁଁଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ସିରାଜଙ୍କୁ ମଧ୍ୟ ଦଳରେ ଚୟନ କରାଯାଇଛି। ଏହାର ଅର୍ଥ ହେଉଛି ଯେ, ସିରାଜ ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆ ସହିତ ଅଷ୍ଟ୍ରେଲିଆ ଯିବେ ନାହିଁ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିବା ପରେ ହିଁ ଅଷ୍ଟ୍ରେଲିଆରେ ପହଞ୍ଚିବେ।

ସେହିଭଳି ୟୁଜଭେନ୍ଦ୍ର ଚହଲଙ୍କୁ ମଧ୍ୟ ଅନ୍ତିମ ଟି-୨୦ ରେ ସାମିଲ କରାଯାଇପାରେ। ଚହଲଙ୍କୁ ଏପର୍ଯ୍ୟନ୍ତ ଏହି ସିରିଜରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ।

Related posts