ଟି-୨୦ ବିଶ୍ୱକପରୁ ବାଦ ପଡିବା ପରେ ଜସପ୍ରୀତ ବୁମରାଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

Published: Oct 4, 2022, 11:34 am IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ ବୁମରାଙ୍କ ବିଶ୍ୱକପରୁ ବାଦ ପଡିଥିବା ନିଶ୍ଚିତ କରିଛି। ବର୍ତ୍ତମାନ ବୁମରା ଏହା ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହି ବଡ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ସେ ଏକ ସ୍ୱତନ୍ତ୍ର ଟୁଇଟ୍ କରିଛନ୍ତି।

ଜସପ୍ରୀତ ବୁମରା ଟ୍ୱିଟ୍ କରି କହିଛନ୍ତି, ମୁଁ ଦୁଃଖିତ ଯେ ମୁଁ ଏଥର ଟି-୨୦ ବିଶ୍ୱକପ୍‌ର ଅଂଶ ହେବି ନାହିଁ, କିନ୍ତୁ ମୋର ପ୍ରିୟଜନଙ୍କ ତରଫରୁ ଶୁଭେଚ୍ଛା, ଯତ୍ନ ଏବଂ ସମର୍ଥନ ପାଇଁ କୃତଜ୍ଞ। ମୁଁ ସୁସ୍ଥ ହେବା ମାତ୍ରେ ଅଷ୍ଟ୍ରେଲିଆରେ ସେମାନଙ୍କ ଅଭିଯାନ ମାଧ୍ୟମରେ ଦଳକୁ ସମର୍ଥନ କରିବି।

Related posts