Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ୭୦୦ରୁ ଅଧିକ ଜିଲ୍ଲାର ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡାଯିବ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଭାରତର ୭୦୦ରୁ ଅଧିକ ଜିଲ୍ଲାର ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡାଯିବ: ଧର୍ମେନ୍ଦ୍ର ପ୍ରଧାନ

October 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ। ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏ ସମ୍ପର୍କୀତ ବୈଠକରେ ଯୋଗଦେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ୍ ପରମାଣିକ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ୟୁନିସ୍କୋ, ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ, ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଦେଶରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବା ଖୁସିର ବିଷୟ । ଦେଶରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଓ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଏ ଦିଗରେ ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ। ଏଥିପାଇଁ ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି।

ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲର ବ୍ୟାପକ ନେଟଓ୍ୱାର୍କକୁ ଦୃଷ୍ଟିରେ ରଖି ଦେଶରେ ଥିବା ୭୦୦ରୁ ଉର୍ଦ୍ଧ୍ୱ ଜିଲ୍ଲାକୁ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମରେ ଯୋଡ଼ିବା ପାଇଁ ନିଷ୍ପତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନବୋଦୟ ବିଦ୍ୟାଳୟ ସଂଗଠନ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଫିଫା, ଏଆଇଏଫଏଫ ଓ ୟୁନିସ୍କୋ ଦେଶର ୧୦ ହଜାର ସ୍କୁଲକୁ ୧୦୦ ଲେଖାଁଏ ଫୁଟବଲ ଯୋଗାଇ ଦେବ। ଜାତୀୟ ଶିକ୍ଷା ନୀତି -୨୦୨୦ର ଉଦ୍ଦେଶ୍ୟକୁ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମକୁ ସହାୟକ ହେବା ସହ କ୍ରୀଡ଼ା ଆଧାରିତ ପାଠପଢ଼ାକୁ ପ୍ରୋତ୍ସାହନ ଦିଆଯିବ। ଏହି ପଦକ୍ଷେପ ଦେଶରେ କ୍ରୀଡ଼ା ସଂସ୍କୃତିକୁ ଗତି ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶ କରାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଭାରତ କ୍ରୀଡ଼ାର ମହାଶକ୍ତି ହେବା ସହ ଫିଟ୍ ଇଣ୍ଡିଆକୁ ସୁନିଶ୍ଚିତ କରି ବିକଶିତ ଭାରତ ଗଢ଼ିବାରେ ଶିକ୍ଷା ମନ୍ତ୍ରଣାଳୟ, ଯୁବ  ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଏଆଇଏଫ୍ଏଫ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ଫୁଟବଲକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ,ସ୍କୁଲ ସ୍ତରରେ ଫୁଟବଲକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେଉଥିବାରୁ ଭାରତ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଫିଫାର ସେକ୍ରେଟାରୀ ଜେନେରାଲ ଧନ୍ୟବାଦ ଜଣାଇଛନ୍ତି। ସେହିପରି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ସ୍ତରରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କ୍ରୀଡା ରାଷ୍ଟ୍ରମନ୍ତ୍ରୀ ପରମାଣିକ ପ୍ରେସମିଟରେ କହିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026
Latest News

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.