Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଳା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଳା ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

October 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆନ୍ତଃଜାର୍ତୀୟ ଫୁଟବଲ ଫେଡ଼େରେସନ୍ ସଂଗଠନ (ଫିଫା) ଦ୍ୱାରା ଆୟୋଜିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଗୋଟି ଜିଲ୍ଳାରେ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଳାରେ ଖୋର୍ଦ୍ଧା ଷ୍ଟାଡ଼ିୟମ୍‌ରେ ଆଜି ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି।

ଜିଲ୍ଳା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନସ୍ପଦ ଅତିଥି ଭାବେ ଖୋର୍ଦ୍ଧାର ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ ନାରାୟଣ ରାଓ, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଡ଼ଃ ଅମୃତ ପ୍ରୀତିନନ୍ଦା, ସ୍ନିଗ୍ଧା ମିଶ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ଃ ନିରଂଜନ ମହାନ୍ତି, ସନାତନ ଜାଲି, ନଳିନୀକାନ୍ତ ମହାନ୍ତି, ସଧ୍ୟାରାଣୀ ରାଉତ, ରଶ୍ମିବାଳା ପରିଡ଼ା ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ବି.ଜେ.ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ଗୋହର ଅଲ୍ଲୀ ଓ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ପଠାଣି ଆଗ୍ରାସିଂହ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଭରତ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ଉଦ୍‌ଘାଟନପରେ ଫିପା ସଂଗଠନ ଦ୍ୱାରା ପ୍ରଦତ୍ତ ୧୩୮୦ ଗୋଟି ଫୁଟବଲ ଜିଲ୍ଳାପାଳ, ବିଧାୟକ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ଦ୍ୱାରା ହାଇସ୍କୁଲ ସମୂହଙ୍କୁ ବଣ୍ଟନ କରାଯାଇଥିଲା। ଆଜିର ପ୍ରତିଯୋଗିତାରେ ଭୁବନେଶ୍ୱର ମହାନଗର ନିଗମର ଉଭୟ ବାଳକ ଓ ବାଳିକା ଦଳ ବାଣପୁର ବ୍ଲକର ବାଳକ ଓ ବାଳିକାଦଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିପରି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉଭୟ ଜଟଣୀର ବାଳକ ଓ ବାଳିକା ଦଳ ଚିଲିକା ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।

ଆସନ୍ତା କାଲି ଟାଙ୍ଗି ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ବାଲିଅନ୍ତା ବ୍ଲକର ଉଭୟ ବାଳକ ଓ ବାଳିକା ଦଳଙ୍କୁ ସମ୍ମୁଖୀନ ହେବେ। ସେହିପରି ଅପରାହ୍ଣରେ ବାଲିପାଟଣା ବ୍ଲକର ଉଭୟ ବାଳକ ଓ ବାଳିକା ଦଳ ଖୋରଧା ବ୍ଲକର ବାଳକ ଓ ବାଳିକା ଦଳଙ୍କୁ ସମ୍ମୁଖୀନ ହେବେ।
ଆସନ୍ତା ତା ୧୬.୧୦.୨୦୨୨ ରିଖ ଦିନ ଟୁର୍ଣ୍ଣାମେଣ୍ଟର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇ ଉଭୟ ବାଳକ ଓ ବାଳିକା ବିଜୟୀ ଦଳଙ୍କୁ ଚମ୍ପିୟାନ୍ ସିଲ୍ ଓ ରନରସ୍ ଅପ୍ କପ୍ ପ୍ରଦାନ କରାଯିବ ।

ଓଡିଶା କେ. ସୁଦର୍ଶନ ଚକ୍ରବର୍ତ୍ତୀ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Latest News

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.