Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଲେ ମହମ୍ମଦ ଶାମି, ଅଷ୍ଟ୍ରେଲିଆ ଯିବେ ସିରାଜ-ଶାର୍ଦ୍ଦୁଲ
ଆଜିର ଖବର

ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଲେ ମହମ୍ମଦ ଶାମି, ଅଷ୍ଟ୍ରେଲିଆ ଯିବେ ସିରାଜ-ଶାର୍ଦ୍ଦୁଲ

October 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମହମ୍ମଦ ଶାମି
ମହମ୍ମଦ ଶାମିଙ୍କୁ SIR ଯାଞ୍ଚ ସମ୍ପର୍କରେ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ: କାରଣ କ’ଣ?

ନୂଆଦିଲ୍ଲୀ: ମହମ୍ମଦ ଶାମି ଟି-୨୦ ବିଶ୍ୱକପ ଖେଳିବେ। ତାଙ୍କୁ ଜସପ୍ରୀତ ବୁମ୍ରାଙ୍କ ସ୍ଥାନରେ ଦଳରେ ସ୍ଥାନ ଦିଆଯାଇଛି। ପିଠିରେ ଆଘାତ ଲାଗିଥିବାରୁ ବୁମରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ନିକଟରେ ଶାମି ଏନସିଏରେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୁଧବାର ଅଷ୍ଟ୍ରେଲିଆ ଯାଇଥିଲେ। ବିଶ୍ୱକପ୍‌ର ମ୍ୟାଚ୍ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଛି। ଅକ୍ଟୋବର ୨୩ ତାରିଖରେ ଭାରତକୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ। ଗତ ଟି-୨୦ ବିଶ୍ୱକପରେ ଶାମି ମଧ୍ୟ ଭାରତୀୟ ଦଳର ଅଂଶ ହୋଇଥିଲେ। ଏଥର ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଯାଉଛି। ଏଥର ମୋଟ ୧୬ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି।

ବିସିସିଆଇ ଦ୍ଵାରା ଜାରି ଏକ ବିବୃତ୍ତିରେ ସଚିବ ଜୟ ଶାହା କହିଛନ୍ତି ଯେ, ବୁମରାଙ୍କ ବଦଳରେ ଚୟନ କମିଟି ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ଦେଇଛନ୍ତି। ସେ ଅଷ୍ଟ୍ରେଲିଆରେ ପହଞ୍ଚି ୱାର୍ମ ଅପ୍ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗଦେବେ। ଏହା ବ୍ୟତୀତ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ବ୍ୟାକଅପ୍ ଭାବରେ ଯୋଡି ଦିଆଯାଇଛି। ଉଭୟ ଦ୍ରୁତ ବୋଲର ଶୀଘ୍ର ଅଷ୍ଟ୍ରେଲିଆ ଯିବେ।

ତେବେ ଶାମି ଗତ ୩ ମାସ ଧରି ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି। ଏଭଳି ପରିସ୍ଥିତିରେ ସେ ୨ ଟି ୱାର୍ମ ଅପ୍ ମ୍ୟାଚ୍ ରୁ ଫର୍ମ ହାସଲ କରିବାକୁ ଚାହାଁନ୍ତି। ଅକ୍ଟୋବର ୧୭ ତାରିଖରେ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ରେ ଦଳକୁ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ପଡିବ। ଏଥି ସହିତ ଦଳ ଅକ୍ଟୋବର ୧୯ ତାରିଖରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଭାରତୀୟ ଦଳ ଅତୀତରେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ୨ ଟି ୱାର୍ମ ଅପ୍ ମ୍ୟାଚ୍ ଖେଳିଛି। ଗୋଟିଏରେ ଦଳ ଜିତିଥିବା ବେଳେ ଗୋଟିଏରେ ଦଳ ହାରିଛି। ଅନେକ ବଡ ଖେଳାଳି ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହାଁନ୍ତି।

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିମ୍ନଲିଖିତ ଅଟେ:

୫ ବ୍ୟାଟ୍ସମ୍ୟାନ୍: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଦୀପକ ହୁଡା ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ

୨ ୱିକେଟ୍ କିପର: ଦୀନେଶ କାର୍ତ୍ତିକ, ଋଷଭ ପନ୍ତ

୨ ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ

୨ ସ୍ପିନ୍ ବୋଲର: ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ

୪ ଦ୍ରୁତ ବୋଲର: ମହମ୍ମଦ ଶାମି, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ

ଅଷ୍ଟ୍ରେଲିଆ ଟି-20 ବିଶ୍ୱକପ ମହମ୍ମଦ ଶାମି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.