ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ମିଳିଲା ଦ୍ୱିତୀୟ ଧୋନି, ଜାଣନ୍ତୁ କାହାକୁ କହିଲେ ସୁରେଶ ରାଇନା

Published: Oct 16, 2022, 2:56 pm IST
Suresh Raina joins MS Dhoni, retires from international cricket

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଆଜି ଏହି ଇଭେଣ୍ଟରେ ରାଉଣ୍ଡ -୧ ମ୍ୟାଚ୍ ଖେଳାଯାଇଛି। ଏଥିରେ ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ନାମିବିୟା ମଧ୍ୟରେ ଖେଳାଯାଇଛି। ଏଥିରେ ଶ୍ରୀଲଙ୍କାକୁ ନାମିବିୟା ୫୫ ରନରେ ପରାସ୍ତ କରିଛି। ଏଥି ସହିତ ଟିମ୍ ଇଣ୍ଡିଆ ଅକ୍ଟୋବର ୨୩ ତାରିଖ ରବିବାର ଦିନ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଏହି ଖେଳାଳିଙ୍କୁ ସୂଚାଇ କହିଛନ୍ତି ଯେ, ଟି-୨୦ ବିଶ୍ୱକପ ପୂର୍ବରୁ ଦଳ ଦ୍ୱିତୀୟ ମହେନ୍ଦ୍ର ସିଂ ଧୋନି ପାଇଛି।

ରାଇନା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ନେଇଥିଲେ। ସେ କହିଛନ୍ତି ଯେ, “ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ପାୱାରପ୍ଲେରେ ବୋଲିଂ କରିବାର କ୍ଷମତା ହାର୍ଦ୍ଦିକଙ୍କୁ ଜଣେ ଖେଳାଳୀ ଭାବରେ ଅଧିକ ସ୍ୱତନ୍ତ୍ର କରିଥାଏ। ମହେନ୍ଦ୍ର ସିଂ ଧୋନିଙ୍କ ପରି ବ୍ୟାଟିଂ ଶିଖିଛନ୍ତି। ଏହି ସମୟର ଟି-୨୦ ବିଶ୍ୱକପରେ ସେ ଏହି ଦକ୍ଷତାକୁ ଏକ ଫିନିସର୍ ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳିବେ।

ରାଇନା କହିଛନ୍ତି ଯେ, ଏହି ସମୟର ଟି-୨୦ ବିଶ୍ୱକପ୍ ରେ ରୋହିତ ଶର୍ମାଙ୍କ ନେତୃତ୍ଵ ଦଳଠାରୁ ମୋର ବହୁତ ଆଶା ଅଛି। ଏହି ସମୟର ଟି-୨୦ ବିଶ୍ୱକପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନକୁ ନେଇ ମୁଁ ବହୁତ ଉତ୍ସାହିତ। ଉଭୟ ଭଲ ଫର୍ମରେ ଅଛନ୍ତି।

Related posts