ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ବିସିସିଆଇର ୩୬ ତମ ସଭାପତି ନିଯୁକ୍ତ ହେଲେ ରୋଜର ବିନ୍ନି

Published: Oct 18, 2022, 2:21 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ତଥା ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ୩୬ ତମ ସଭାପତି ହୋଇଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନି ସ୍ଥାନ ପାଇଛନ୍ତି। ମୁମ୍ବାଇରେ ଚାଲିଥିବା ବିସିସିଆଇର ବାର୍ଷିକ ସାଧାରଣ ସଭାରେ ରୋଜର ବିନ୍ନି ବିସିସିଆଇର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି।

ଏହା ସହ ବିସିସିଆଇରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଯାତ୍ରା ଶେଷ ହୋଇଛି। ଅକ୍ଟୋବର ୨୦୧୯ ରେ ସୌରଭ ଗାଙ୍ଗୁଲି ପ୍ରଥମ ଥର ପାଇଁ ବିସିସିଆଇର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ମାତ୍ର ୯ ମାସ ଥିଲା। କିନ୍ତୁ ସଭାପତି ପଦବୀ ସମ୍ପର୍କରେ କୋର୍ଟରେ ଥିବାରୁ ସେ ତିନି ବର୍ଷ ଧରି ବିସିସିଆଇର ସଭାପତି ରହିଥିଲେ।

Related posts