Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ ବିଶ୍ଵକପ୍: ପାକିସ୍ତାନ ଏଥର ସେମିଫାଇନାଲରେ ପ୍ରବେଶ କରିପାରିବ କି? ଜାଣନ୍ତୁ ସମୀକରଣ
ଅନ୍ତରାଷ୍ଟ୍ରୀୟ

ଟି-୨୦ ବିଶ୍ଵକପ୍: ପାକିସ୍ତାନ ଏଥର ସେମିଫାଇନାଲରେ ପ୍ରବେଶ କରିପାରିବ କି? ଜାଣନ୍ତୁ ସମୀକରଣ

October 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ଗତକାଲି ଟିମ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଫଳାଫଳ ପାକିସ୍ତାନ ଦଳ ଉପରେ ସବୁଠାରୁ ବଡ ପ୍ରଭାବ ପକାଇଛି। ଭାରତର ଏହି ପରାଜୟ ପରେ ପାକିସ୍ତାନ ପାଇଁ ସେମିଫାଇନାଲ ଆଶା ମଉଳିଯାଇଛି। ବର୍ତ୍ତମାନ ଏହି ଦଳକୁ ସେମିଫାଇନାଲ ଟିକେଟ୍ ପାଇବା ପାଇଁ ଆଗାମୀ ମ୍ୟାଚରେ କିଛି ବିପର୍ଯ୍ୟୟର ଆଶା କରିବାକୁ ପଡିବ।

ଏହି ତିନୋଟି ସମୀକରଣ ଉପରେ ପାକିସ୍ତାନର ଭରସା ଅଛି:

୧- ସର୍ବପ୍ରଥମେ ପାକିସ୍ତାନକୁ ଏହାର ଶେଷ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶକୁ ପାକିସ୍ତାନ ଖେଳିବା ବାକି ଅଛି। ଏହି ଦୁଇଟି ବିଜୟ ପରେ ପାକିସ୍ତାନ ଦଳର ମୋଟ ପଏଣ୍ଟ ୬ ହେବ।

୨- ପାକିସ୍ତାନକୁ ପ୍ରାର୍ଥନା କରିବାକୁ ପଡ଼ିବ ଯେ, ନେଦରଲ୍ୟାଣ୍ଡ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରୁ। ଯଦି ଏହା ଘଟେ ତେବେ ଦକ୍ଷିଣ ଆଫ୍ରିକା କେବଳ ୫ ପଏଣ୍ଟ ସହିତ ରହିଯିବ। ଏଭଳି ପରିସ୍ଥିତିରେ ପାକିସ୍ତାନ ଦଳ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକାଠାରୁ ଉର୍ଦ୍ଧ୍ଵରେ ରହିବ।

୩- ଯଦିଓ ଦକ୍ଷିଣ ଆଫ୍ରିକା ଦଳ ନେଦରଲ୍ୟାଣ୍ଡକୁ ହରାଇପାରିବ ନାହିଁ, ତଥାପି ପାକିସ୍ତାନକୁ ଏକ ସୁଯୋଗ ମିଳିବ। ଯଦି ବାଂଲାଦେଶ ଦଳ ଭାରତକୁ ପରାସ୍ତ କରେ ଏବଂ ଭାରତୀୟ ଦଳ ଜିମ୍ବାୱେକୁ ପରାସ୍ତ କରେ, ତେବେ ଏହି ପରିସ୍ଥିତିରେ ପାକିସ୍ତାନ ଦଳ ପଏଣ୍ଟ ଟେବୁଲରେ ଭାରତ, ଜିମ୍ବାୱେ ଏବଂ ବାଂଲାଦେଶଠାରୁ ଊର୍ଦ୍ଧ୍ଵରେ ରହି ସେମିଫାଇନାଲରେ ପ୍ରବେଶ କରିପାରିବ।

ଗ୍ରୁପ୍-୨ ର ପଏଣ୍ଟ୍ ଟେବୁଲ୍:

ଦକ୍ଷିଣ ଆଫ୍ରିକା- ମ୍ୟାଚ୍ ୩- ବିଜୟୀ ୨- ପରାସ୍ତ ୦- ପଏଣ୍ଟ ୫- ନେଟ୍ ରନ୍ ରେଟ୍ ୨.୭୭୨

ଭାରତ- ମ୍ୟାଚ୍ ୩- ବିଜୟୀ ୨- ପରାସ୍ତ ୧- ପଏଣ୍ଟ ୪- ନେଟ୍ ରନ୍ ରେଟ୍ ୦.୮୪୪

ବାଂଲାଦେଶ- ମ୍ୟାଚ୍ ୩- ବିଜୟୀ ୨- ପରାସ୍ତ ୧- ପଏଣ୍ଟ ୪- ନେଟ୍ ରନ୍ ରେଟ୍ (-)୧.୫୩୩

ଜିମ୍ବାୱେ- ମ୍ୟାଚ୍ ୩- ବିଜୟୀ ୧- ପରାସ୍ତ ୧- ପଏଣ୍ଟ ୩- ନେଟ୍ ରନ୍ ରେଟ୍ (-)୦.୦୫୦

ପାକିସ୍ତାନ- ମ୍ୟାଚ୍ ୩- ବିଜୟୀ ୧- ପରାସ୍ତ ୨- ପଏଣ୍ଟ ୨- ନେଟ୍ ରନ୍ ରେଟ୍ ୦.୭୬୫

ନେଦରଲ୍ୟାଣ୍ଡ- ମ୍ୟାଚ୍ ୩- ବିଜୟୀ ୦- ପରାସ୍ତ ୩- ପଏଣ୍ଟ ୦ ନେଟ୍ ରନ୍ ରେଟ୍ (-)୧.୯୪୮

ଜାଣନ୍ତୁ ସମୀକରଣ ପାକିସ୍ତାନ ସେମିଫାଇନାଲ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026
Latest News

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.