Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ଥାନ ଠାରୁ ଦକ୍ଷିଣ ଆଫ୍ରିକାର ପରାଜୟ ପରେ କ’ଣ ହେବ ଭାରତର ସ୍ଥିତି?: ଜାଣନ୍ତୁ ସମୀକରଣ
ଅନ୍ତରାଷ୍ଟ୍ରୀୟ

ପାକିସ୍ଥାନ ଠାରୁ ଦକ୍ଷିଣ ଆଫ୍ରିକାର ପରାଜୟ ପରେ କ’ଣ ହେବ ଭାରତର ସ୍ଥିତି?: ଜାଣନ୍ତୁ ସମୀକରଣ

November 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ସୁପର-୧୨ ରେ ମୋଟ ଚାରିଟି ମ୍ୟାଚ ଖେଳିଛି। ଦଳ ଚାରିଟି ମ୍ୟାଚ ମଧ୍ୟରୁ ତିନୋଟି ଜିତିଛି। ଏଥି ସହିତ ଟିମ୍ ଇଣ୍ଡିଆ ଏହାର ପରବର୍ତ୍ତୀ ତଥା ଶେଷ ମ୍ୟାଚ୍ ସୁପର-୧୨ର ମେଲବୋର୍ଣ୍ଣରେ ଜିମ୍ବାୱେ ବିପକ୍ଷରେ ନଭେମ୍ବର ୬ ତାରିଖ ଦିନ ଖେଳିବ। ସମ୍ପ୍ରତି ଟିମ୍ ଇଣ୍ଡିଆ ୬ ଟି ପଏଣ୍ଟ ସହ ନିଜ ଗ୍ରୁପରେ ଏକ ନମ୍ବର ସ୍ଥାନରେ ଅଛି। ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୩୩ ରନରେ ଜିତିଛି। ପାକିସ୍ତାନର ଏହି ବିଜୟ ଭାରତୀୟ ଦଳକୁ ଟେବୁଲ ଉପରେ ରହିବାକୁ ସାହାଯ୍ୟ କରିଛି।

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ପାକିସ୍ତାନ ବିପକ୍ଷରେ ଆଫ୍ରିକା ଚତୁର୍ଥ ମ୍ୟାଚ୍ ଖେଳିଥିଲା। ଯଦି ଆଫ୍ରିକା ଏହି ମ୍ୟାଚରେ ଜିତିଥାନ୍ତା ତେବେ ୭ ପଏଣ୍ଟ ସହ ଟେବୁଲରେ ଏକ ନମ୍ବର ସ୍ଥାନକୁ ଆସିଥାନ୍ତା। କିନ୍ତୁ ଆଫ୍ରିକାକୁ ପରାସ୍ତ କରି ପାକିସ୍ତାନ ଏହା ଘଟିବାକୁ ଦେଇନଥିଲା। ଏବେ ଆଫ୍ରିକା ନଭେମ୍ବର ୬ ତାରିଖ ଦିନ ନେଦରଲ୍ୟାଣ୍ଡ ବିପକ୍ଷରେ ସୁପର-୧୨ର ପରବର୍ତ୍ତୀ ଏବଂ ଶେଷ ମ୍ୟାଚ୍ ଖେଳିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ଏହାର ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତେ, ତା’ହେଲେ ଭାରତର ମୋଟ ୮ ପଏଣ୍ଟ ହେବ, ଯାହା ଗ୍ରୁପର ଯେକୌଣସି ଦଳ ଠାରୁ ସର୍ବାଧିକ ହେବ। ଗ୍ରୁପରେ ଉପସ୍ଥିତ ଥିବା ସମସ୍ତ ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। ଏଥି ସହିତ ଦକ୍ଷିଣ ଆଫ୍ରିକା ୪ ଟି ମ୍ୟାଚରେ ୫ ପଏଣ୍ଟ ଏବଂ ୪ ଟି ମ୍ୟାଚରେ ଭାରତୀୟ ଦଳ ୬ ପଏଣ୍ଟ ପାଇଛି।

ଯଦି ଉଭୟ ଆଫ୍ରିକା ଏବଂ ଭାରତ ଶେଷ ମ୍ୟାଚ୍ ଜିତନ୍ତି ତେବେ ଭାରତୀୟ ଦଳ ୮ ପଏଣ୍ଟ ହାସଲ କରୁଥିବାବେଳେ ଆଫ୍ରିକା ମାତ୍ର ୭ ପଏଣ୍ଟ ପାଇବ। ତେଣୁ ଟିମ୍ ଇଣ୍ଡିଆ ଗ୍ରୁପ୍‌ର ଶୀର୍ଷରେ ରହିବ ଏବଂ ସେମିଫାଇନାଲରେ ପ୍ରବେଶ କରିବ।

ଜିମ୍ବାୱେ ଟି -୨୦ ବିଶ୍ୱକପ-୨୦୨୨ ଦକ୍ଷିଣ ଆଫ୍ରିକା ପାକିସ୍ଥାନ ଭାରତୀୟ ଦଳ ମେଲବୋର୍ଣ୍ଣ ସମୀକରଣ ସୁପର-୧୨
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.