Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟି-୨୦ ବିଶ୍ଵକପରେ ବଡ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡ, ଭାରତକୁ ଫାଇଦା
ଅନ୍ତରାଷ୍ଟ୍ରୀୟ

ଟି-୨୦ ବିଶ୍ଵକପରେ ବଡ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲ୍ୟାଣ୍ଡ, ଭାରତକୁ ଫାଇଦା

November 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ଗ୍ରୁପ୍ ବି ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ୧୩ ରନ୍ ରେ ପରାସ୍ତ କରିଛି। ଏହା ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକାର ପରାଜୟ ହେତୁ ପାକିସ୍ତାନର ସେମିଫାଇନାଲରେ ପ୍ରବେଶ କରିବାର ଆଶା ମଧ୍ୟ ବଢିଯାଇଛି।

ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୨୦ ଓଭରରେ ଚାରି ୱିକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକାର ଭଲ ଆରମ୍ଭ ହୋଇନଥିଲା। ୨୧ ରନ ସ୍କୋରରେ ଆଫ୍ରିକା ଡି କକ୍ ଙ୍କ ୱିକେଟ୍ ହରାଇଥିଲା। ଏହା ପରେ କ୍ୟାପଟେନ ବାଭୁମା ମଧ୍ୟ ୩୯ ସ୍କୋରରେ ପାଭିଲିୟନକୁ ଫେରିଥିଲେ। ଦକ୍ଷିଣ ଆଫ୍ରିକାର ଦଳ ଦ୍ରୁତ ଗତିରେ ମଧ୍ୟ ସ୍କୋର କରିପାରି ନଥିଲା। ୯.୩ ଓଭରରେ ଦକ୍ଷିଣ ଆଫ୍ରିକା ୬୪ ରେ ତୃତୀୟ ୱିକେଟ୍ ହରାଇଥିଲା।

ମାର୍କ୍ରାମ ଗୋଟିଏ ପ୍ରାନ୍ତରୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ମଧ୍ୟ ୯୦ ସ୍କୋରରେ ଆଉଟ୍ ହୋଇଥିଲେ। ଏହା ପରେ ମିଲର ମଧ୍ୟ ୧୧୨ ସ୍କୋରରେ ଆଉଟ୍ ହୋଇଥିଲେ। ୧୭.୩ ଓଭରରେ ୧୨୦ରନ୍ ସଂଗ୍ରହ କରି ଦକ୍ଷିଣ ଆଫ୍ରିକା ୭ ୱିକେଟ୍ ହରାଇଥିଲା। ଯାହାଫଳରେ ମ୍ୟାଚଟି ନେଦରଲ୍ୟାଣ୍ଡର ଅଧୀନରେ ଥିଲା। ୨୦ ଓଭର ଶେଷରେ ଦକ୍ଷିଣ ଆଫ୍ରିକା ଦଳ ୮ ଟି ୱିକେଟ୍ ହରାଇ କେବଳ ୧୪୫ ରନ୍ କରିପାରିଥିଲା। ଏହିପରି ନେଦରଲ୍ୟାଣ୍ଡ ୧୩ ରନ୍ ରେ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।

ଭାରତ ସେମିଫାଇନାଲରେ ପ୍ରବେଶ କରିଛି:

ନେଦରଲ୍ୟାଣ୍ଡ ଦଳ ସେମିଫାଇନାଲ ପାଇଁ ଦୌଡରୁ ବାହାରି ସାରିଛି। କିନ୍ତୁ ଏହି ପରାଜୟ ହେତୁ ଦକ୍ଷିଣ ଆଫ୍ରିକା ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି। ବର୍ତ୍ତମାନ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଯିଏ ବିଜେତା ହେବ ସେମିଫାଇନାଲରେ ପ୍ରବେଶ କରିବ।

ଗ୍ରୁପ୍ ବିରୁ ସେମିଫାଇନାଲରେ ପ୍ରବେଶ କରିଥିବା ଟିମ୍ ଇଣ୍ଡିଆ ପ୍ରଥମ ଦଳ ହୋଇପାରିଛି। ସେମିଫାଇନାଲରେ ଭାରତ ଇଂଲଣ୍ଡ ସହ ମୁକାବିଲା କରିବ। ଯେଉଁଠାରେ ପାକିସ୍ତାନ କିମ୍ବା ବାଂଲାଦେଶ ସହିତ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ଖେଳିବ।

ଅଷ୍ଟ୍ରେଲିଆ ଟି-20 ବିଶ୍ୱକପ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026
Latest News

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.