ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ସହିତ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କାର୍ଯ୍ୟସୂଚୀ

Published: Nov 11, 2022, 11:23 am IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ରୁ ବାଦ ପଡିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ଚଳିତ ମାସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ସପ୍ତାହରେ ଦୁଇ ଦଳ ମଧ୍ୟରେ ଖେଳାଯିବ। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ନିଜର ଦଳ ଘୋଷଣା କରିସାରିଛି।

ଟି-୨୦ ସିରିଜର କାର୍ଯ୍ୟସୂଚୀ: ପ୍ରଥମ ଟି-୨୦ ନଭେମ୍ବର ୧୮ ତାରିଖରେ ୱେଲିଙ୍ଗଟନରେ ଖେଳାଯିବ। ଦ୍ୱିତୀୟ ଟି-୨୦ ନଭେମ୍ବର ୨୦ ତାରିଖରେ ମାଉଣ୍ଟ ମୋଙ୍ଗାନୁଇରେ ଏବଂ ତୃତୀୟ ଟି-୨୦ ନଭେମ୍ବର ୨୨ ତାରିଖରେ ନୋପିୟରରେ ଅନୁଷ୍ଠିତ ହେବ। ସମସ୍ତ ତିନୋଟି ମ୍ୟାଚ୍ ଭାରତୀୟ ସମୟ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ।

ଦିନିକିଆ ସିରିଜର କାର୍ଯ୍ୟସୂଚୀ: ପ୍ରଥମ ଦିନିକିଆ ନଭେମ୍ବର ୨୫ ତାରିଖରେ ଅକଲ୍ୟାଣ୍ଡରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନିକିଆ ନଭେମ୍ବର ୨୭ ତାରିଖରେ ହାମିଲଟନରେ ଏବଂ ତୃତୀୟ ଦିନିକିଆ ନଭେମ୍ବର ୩୦ ତାରିଚରେ ଖ୍ରୀଷ୍ଟଚର୍ଚରେ ଖେଳାଯିବ। ଏହି ତିନୋଟି ମ୍ୟାଚ୍ ଭାରତୀୟ ସମୟ ସକାଳ ୭ ଟାରୁ ଆରମ୍ଭ ହେବ।

ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ:
ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ, ଦୀନେଶ କାର୍ତ୍ତିକ ଏବଂ ଆର ଅଶ୍ୱିନ ମଧ୍ୟ ଏହି ଗସ୍ତର ଅଂଶ ହେବେ ନାହିଁ।

ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ।

ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ: ଶିଖର ଧାୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାଯକ, ୱିକେଟ୍ କିପର), ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶାହାବାଜ ଅହମ୍ମଦ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚହର, କୁଲଦୀପ ସେନ, ଉମରନ ମଲିକ।

Related posts