ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରଚିଲା ଇତିହାସ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧-୦ ରେ ଜିତିଲା ସିରିଜ୍

Published: Nov 22, 2022, 5:43 pm IST

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ଟି-୨୦ ସିରିଜର ଶେଷ ମ୍ୟାଚ୍ ଟାଇ ରହିଛି। ଏହିପରି ଟିମ୍ ଇଣ୍ଡିଆ ସିରିଜକୁ ୧-୦ ରେ ଜିତି ନେଇଛି। ବାସ୍ତବରେ, ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ହେତୁ ଧୋଇ ହୋଇଯାଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬୫ ରନ୍ ବ୍ୟବଧାନରେ ପରାସ୍ତ କରିଥିଲା। ସେହିଭଳି ଅନ୍ତିମ ମ୍ୟାଚ ଆଜି ଖେଳାଯିଆଠିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ୧୯.୪ ଓଭରରେ ୧୬୦ ରନ କରି ସମସ୍ତ ୱିକେଟ ହରାଇଥିଲା।

ବର୍ଷା କାରଣରୁ ଖେଳ ବନ୍ଦ ହେବା ପୂର୍ବରୁ ଭାରତୀୟ ଦଳ ୯ ଓଭରରେ ୭୫ ରନ୍ ପାଇଁ ୪ ଟି ୱିକେଟ୍ ହରାଇଥିଲା। ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଜିତିବା ପାଇଁ ଭାରତ ୯ ଓଭରରେ ୭୬ ରନ୍ ଆବଶ୍ୟକ କରୁଥିଲା, କିନ୍ତୁ ମ୍ୟାଚ୍ ବନ୍ଦ ହେବାପରେ ଟିମ୍ ଇଣ୍ଡିଆର ସ୍କୋର ମାତ୍ର ୭୫ ରନ୍ ଥିଲା। ଏହିପରି ମ୍ୟାଚ୍ ଡ୍ରରେ ଶେଷ ହେଲା। ତେବେ ଭାରତୀୟ ଦଳ ଏହି ସିରିଜ ଜିତିବାରେ ସଫଳ ହୋଇଥିଲା। ଟିମ୍ ଇଣ୍ଡିଆ ଏହି ସିରିଜକୁ ୧-୦ ରେ ଜିତି ନେଇଛି।

ଭାରତ ପାଇଁ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂ ୪-୪ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂ ୪ ଓଭରରେ ୩୭ ରନ୍ ଦେଇ ୪ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୪ ଓଭରରେ ୧୭ ରନ୍ ଦେଇ ୪ ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ହର୍ଷଲ ପଟେଲଙ୍କୁ ୧ ଟି ସଫଳତା ମିଳିଥିଲା। ଏଥି ସହିତ ଡୱେନ କନୱେ ଏବଂ ଗ୍ଲେନ ଫିଲିପ୍ସ ନ୍ୟୁଜିଲ୍ୟାଣ୍ଡ ପାଇଁ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

Related posts