ସୂର୍ଯ୍ୟକୁମାର ଯାଦବ ଟି-୨୦ ର ୧ ନମ୍ବର ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ ଅନ୍ୟ ଖେଳାଳିଙ୍କ ମାନ୍ୟତା

Published: Nov 23, 2022, 5:46 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଟି-୨୦ କ୍ରିକେଟର ନମ୍ବର -୧ ବ୍ୟାଟ୍ସମ୍ୟାନ୍ ଭାବରେ ଅକ୍ଷୁର୍ଣ୍ଣ ରହିଛନ୍ତି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟି-୨୦ ର଼୍ୟାଙ୍କିଙ୍ଗରେ ସେ ଶୀର୍ଷରେ ଅଛନ୍ତି। ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ୮୯୦ ରେଟିଂ ପଏଣ୍ଟ ରହିଛି। ତାଙ୍କ ବ୍ୟତୀତ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ୮୩୬ ରେଟିଂ ପଏଣ୍ଟ ଅଛି।

ନିକଟ ଅତୀତରେ ଟି-୨୦ କ୍ରିକେଟରେ ସୁର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ତାଙ୍କ ବ୍ୟାଟ୍ ବହୁ ରନ୍ ସଂଗ୍ରହ କରିଥିଲା। ସେ ଟି-୨୦ ବିଶ୍ୱକପରେ ୨୩୯ ରନ୍ ସ୍କୋର କରିଥିଲେ। ଏହି ସମୟରେ ସେ କେବଳ ଥରେ ଆଉଟ ହୋଇଥିଲେ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ସେ ଏହି ସିରିଜରେ ୧୨୪ ରନ୍ ସ୍କୋର କରିଥିଲେ। ମାଉଣ୍ଟ ମାଉଙ୍ଗାନୁଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ରେ ସେ ୧୧୧ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ। ତା’ପରେ ତାଙ୍କର ରେଟିଂ ପଏଣ୍ଟ ୮୯୫ କୁ ଯାଇଥିଲା। କିନ୍ତୁ ଏହା ପରେ ତୃତୀୟ ତଥା ଅନ୍ତିମ ମ୍ୟାଚରେ ୧୩ ରନ୍ ସ୍କୋର କରିବା ପରେ ତାଙ୍କୁ ଆଉଟ କରାଯାଇଥିଲା। ଯେଉଁଥିପାଇଁ ତାଙ୍କୁ ୫ ଅଙ୍କ କ୍ଷତି ହୋଇଥିଲା।

ଟି-୨୦ ର ଶ୍ରେଷ୍ଠ ୧୦ ବ୍ୟାଟର୍:

ଟି-୨୦ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଟିମ୍ ଇଣ୍ଡିଆର ସୁର୍ଯ୍ୟକୁମାର ଯାଦବ ନମ୍ବର -୧ ରେ ରହିଛନ୍ତି। ଏହି ତାଲିକାରେ ପାକିସ୍ତାନର ଓପନର୍ ମହମ୍ମଦ ରିଜୱାନ୍ ୮୩୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର ଡିଭନ୍ କନୱେରେ ୭୮୮ ରେଟିଂ ପଏଣ୍ଟ ରହିଛି ଏବଂ ତୃତୀୟ ସେ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜାମ ୭୭୮ ପଏଣ୍ଟ ସହ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଆଡେନ ମାର୍କ୍ରାମ ୭୪୮ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଅଛନ୍ତି। ଏମାନଙ୍କ ବ୍ୟତୀତ ଇଂଲଣ୍ଡର ଡେଭିଡ ମାଲାନ ୭୧୯ ପଏଣ୍ଟ ସହ ଷଷ୍ଠ, ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲିପ୍ସ ୬୯୯ ପଏଣ୍ଟ ସହ ସପ୍ତମ ସ୍ଥାନରେ, ଦକ୍ଷିଣ ଆଫ୍ରିକାର ରେଲି ରୋସୋ ୬୯୩ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ୬୮୦ ପଏଣ୍ଟ ସହ ନବମ ଏବଂ ଶ୍ରୀଲଙ୍କାର ପଥୁମ ନିଶଙ୍କା ୬୭୩ ପଏଣ୍ଟ ସହିତ ଦଶମ ସ୍ଥାନରେ ରହିଛନ୍ତି।

Related posts