ଭାରତର ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଶଂସା କଲେ ଶ୍ରେୟସ୍ ଆୟର

Published: Nov 25, 2022, 5:22 pm IST

ନୂଆଦିଲ୍ଲୀ: ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୭ ୱିକେଟ୍ ରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି। ଏହି ମ୍ୟାଚରେ କେନ୍ ୱିଲିୟମସନ ଏବଂ ଟମ ଲାଥାମଙ୍କ ଯୋଡି ଭାରତକୁ ପରାସ୍ତ କରିଛି। ଏହି ଦୁଇଜଣଙ୍କ ମଧ୍ୟରେ ୨୨୧ ରନ୍ ର ସହଭାଗିତା ଥିଲା। ଭାରତର ପରାଜୟ ପରେ ଶ୍ରେୟସ୍ ଆୟର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡର ଖେଳାଳିଙ୍କୁ ପ୍ରଶଂସା କରିଥିଲେ।

ଆୟର ୱିଲିୟମ୍ସନ୍ ଏବଂ ଲାଥାମ୍ ଙ୍କୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ସେମାନେ ବହୁତ ଭଲ ଖେଳିଥିଲେ। ସେମାନେ ଯେଉଁଭଳି ଭାବରେ ବୋଲରମାନଙ୍କୁ ଟାର୍ଗେଟ କରିଥିଲେ ତାହା ପ୍ରଭାବଶାଳୀ ଥିଲା। ମୁଁ ଭାବୁଛି ସେମାନଙ୍କର ସହଭାଗୀତା ଖେଳର ଦୃଶ୍ୟକୁ ବଦଳାଇ ଦେଲା। ତେଣୁ ଉଭୟଙ୍କୁ ପ୍ରଶଂସା କରାଯିବା ଉଚିତ୍।

ଉଲ୍ଲେଖନୀୟ କଥା ହେଉଛି, ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନ୍ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ, ଶ୍ରେୟସ୍ ଆୟର୍ ଚମତ୍କାର ପ୍ରଦର୍ଶନ କରି ୮୦ ରନ୍ ସ୍କୋର କରିଥିଲେ। ସେ ୭୬ ବଲ୍ ର ସମ୍ମୁଖୀନ ହୋଇ ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଶୁଭମାନ ଗିଲ ୫୦ ରନ୍‌ର ଏକ ଇନିଂସ ଖେଳିଥିଲେ। ଗିଲ ୩ ଟି ଛକା ଓ ୧ ଟି ଚୌକା ମାରିଥିଲେ। ଅଧିନାୟକ ଶିଖର ଧାୱନ ୭୨ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ନ୍ୟୁଜିଲାଣ୍ଡ ୩ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।

Related posts