କାଲିଠୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍: କେତେବେଳେ ମ୍ୟାଚ୍ ଏବଂ କେଉଁଥିରେ ଦେଖିବେ ଲାଇଭ୍

Published: Dec 3, 2022, 4:41 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବାଂଲାଦେଶ ଗସ୍ତରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ପ୍ରଥମ ଦିନିକିଆ ଆସନ୍ତାକାଲି ଖେଳାଯିବ, ଦ୍ୱିତୀୟ ଦିନିକିଆ ଡିସେମ୍ବର ୭ ତାରିଖ ଏବଂ ତୃତୀୟ ଦିନିକିଆ ଡିସେମ୍ବର ୧୦ ତାରିଖରେ ଖେଳାଯିବ। ଏହା ବ୍ୟତୀତ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହେବ। ଯାହା ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

କେଉଁ ଚ୍ୟାନେଲରେ ଲାଇଭ୍ ଟେଲିକାଷ୍ଟ ହେବ?:

ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ସିଧା ପ୍ରସାରଣ ସୋନି ସ୍ପୋର୍ଟସ ନେଟୱାର୍କରେ ହେବ।

କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ ହେବ:

ଭାରତର ପ୍ରଶଂସକମାନେ ସୋନି ଲାଇଭ ଆପରେ ଭାରତ-ବାଂଲାଦେଶ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ।

ଦିନିକିଆ ମ୍ୟାଚ୍ କେଉଁ ସମୟରେ ଆରମ୍ଭ ହେବ?:

ଭାରତୀୟ ସମୟ ଅନୁଯାୟୀ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜର ମ୍ୟାଚ୍ ସକାଳ ୧୧.୩୦ ରେ ଆରମ୍ଭ ହେବ। ଏହା ବ୍ୟତୀତ ଟେଷ୍ଟ ସିରିଜର ମ୍ୟାଚ୍ ସକାଳ ୯ ଟାରୁ ଆରମ୍ଭ ହେବ।

ଦିନିକିଆ ସିରିଜ୍ ପାଇଁ ବାଂଲାଦେଶ ଦଳ: ଲିଟନ୍ ଦାସ (ଅଧିନାୟକ), ଅନମୁଲ ହକ ବିଜୋୟ, ଶାକିବ ଅଲ ହାସନ, ମୁଶଫିକୁର ରହୀମ, ଆଫିଫ ହୋସେନ, ୟାସିର ଅଲି, ମେହିଦି ହାସନ ମିରାଜ, ମୁସ୍ତାଫିଜୁର ରହମାନ, ତସ୍କିନ୍ ଅହମ୍ମଦ, ହସନ ମହମୁଦ, ଇବାଦତ ହୁସେନ୍, ନସୁମ୍ ଅହମ୍ମଦ, ମହମୁଦୁଲ୍ଲାହ, ନଜମୁଲ ହୁସେନ୍ ଶଣ୍ଟୋ, କାଜି, ନୁରୁଲ ହାସନ ସୋହନ।

ଭାରତ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ଶାହବାଜ ଅହମ୍ମଦ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, କୁଲଦୀପ ସେନ୍।

ଭାରତର ଟେଷ୍ଟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶୁବମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ରବୀନ୍ଦ୍ର ଜାଡେଜା।

Related posts