ଜାନୁଆରୀରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବାକୁ ଭାରତ ଆସିବ ନ୍ୟୁଜିଲ୍ୟାଣ୍ଡ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Published: Dec 8, 2022, 2:14 pm IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ମାସରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତ କରିବ। ଏହି ଭ୍ରମଣରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ସମାନ ସଂଖ୍ୟକ ମ୍ୟାଚ୍ ର ଟି -୨୦ ସିରିଜ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡର ଏହି ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ନ୍ୟୁଜିଲ୍ୟାଣ୍ଡ ଦଳର ଏହି ଯାତ୍ରା ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ। ଏଥି ସହିତ, ଏହି ଭ୍ରମଣର ଶେଷ ମ୍ୟାଚ୍ ଫେବୃଆରୀ ୧ ତାରିଖରେ ଖେଳାଯିବ।

ନ୍ୟୁଜିଲ୍ୟାଣ୍ଡ ବନାମ ଇଣ୍ଡିଆ ସିରିଜ୍ କାର୍ଯ୍ୟସୂଚୀ:

ପ୍ରଥମ ଦିନିକିଆ- ଜାନୁଆରୀ ୧୮ ତାରିଖ, ହାଇଦ୍ରାବାଦ

ଦ୍ୱିତୀୟ ଦିନିକିଆ- ଜାନୁଆରୀ ୨୧ ତାରିଖ, ରାୟପୁର।

ତୃତୀୟ ଦିନିକିଆ- ଜାନୁଆରୀ ୨୪ ତାରିଖ, ଇନ୍ଦୋର।

ପ୍ରଥମ ଟି-୨୦- ଜାନୁଆରୀ ୨୭ ତାରିଖ, ରାଞ୍ଚି।

ଦ୍ୱିତୀୟ ଟି-୨୦- ଜାନୁଆରୀ ୨୯ ତାରିଖ, ଲକ୍ଷ୍ନୌ।

ତୃତୀୟ ଟି-୨୦- ଫେବୃଆରୀ ୧ ତାରିଖ, ଅହମ୍ମଦାବାଦ।

Related posts