Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅନ୍ତିମ ଦିନିକିଆରେ କେଏଲ ରାହୁଲ ନେବେ ନେତୃତ୍ଵ, ରୋହିତଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ?
ଅନ୍ତରାଷ୍ଟ୍ରୀୟ

ଅନ୍ତିମ ଦିନିକିଆରେ କେଏଲ ରାହୁଲ ନେବେ ନେତୃତ୍ଵ, ରୋହିତଙ୍କ ସ୍ଥାନରେ କାହାକୁ ମିଳିବ ସୁଯୋଗ?

December 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଡିସେମ୍ବର ୧୦ ତାରିଖରେ ଚଟଗ୍ରାମ୍ ରେ ଖେଳାଯିବ। ଏହି ସିରିଜରେ ବାଂଲାଦେଶ ୨-୦ ଅଗ୍ରଣୀ ହାସଲ କରିସାରିଛି। ଏଭଳି ପରିସ୍ଥିତିରେ ଭାରତ ଏହି ମ୍ୟାଚରେ ନିଜର ପ୍ରତିଷ୍ଠା ବଞ୍ଚାଇବାକୁ ଚେଷ୍ଟା କରିବ। ଟିମ୍ ଇଣ୍ଡିଆ ପାଇଁ ବଡ ଝଟକା ହେଉଛି ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ବାଦ ପଡିଛନ୍ତି। ଏଭଳି ପରିସ୍ଥିତିରେ ଉପ ଅଧିନାୟକ କେ.ଏଲ୍ ରାହୁଲ ଦଳର ନେତୃତ୍ଵ ନେବେ। ଏଥି ସହିତ ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନ, ରଜତ ପାଟିଦାର କିମ୍ବା ରାହୁଲ ତ୍ରିପାଠୀ ଭାରତୀୟ ଦଳର ଏକାଦଶରେ ସୁଯୋଗ ପାଇପାରିବେ।

ରୋହିତଙ୍କ ଅନୁପସ୍ଥିତିରେ ଦଳ ପାଇଁ କିଏ ବ୍ୟାଟିଂ ଆରମ୍ଭ କରିବ, ସେ ନେଇ ନିରନ୍ତର ଆଲୋଚନା ହେଉଛି। ଖବର ଅନୁଯାୟୀ, ରୋହିତ ଆହତ ହେବା ପରେ ଦଳର ଏକାଦଶରେ ଇଶାନ କିଶନ, ରଜତ ପାଟିଦାର କିମ୍ବା ରାହୁଲ ତ୍ରିପାଠୀ ଦଳର ଏକାଦଶର ସୁଯୋଗ ପାଇପାରନ୍ତି। ଗୋଟିଏ ପଟେ ଇଶାନ କିଶନଙ୍କ ନାମ ଏହି ସ୍ଥାନ ପାଇଁ ଶୀର୍ଷରେ ଚାଲିଥିବାବେଳେ ରାହୁଲ ତ୍ରିପାଠୀ ଏବଂ ରଜତ ପାଟିଦାର ମଧ୍ୟ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଅଧିନାୟକ କେ.ଏଲ୍ ରାହୁଲ ରୋହିତ ଶର୍ମାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ, ତାହା ଦେଖିବା ମଜାଦାର ହେବ।

ରୋହିତ ଶର୍ମାଙ୍କ ବ୍ୟତୀତ ଭାରତୀୟ ଦ୍ରୁତ ବୋଲର କୁଲଦୀପ ସେନ ଏବଂ ଦୀପକ ଚହର ମଧ୍ୟ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଛନ୍ତି। ଉଭୟ ଖେଳାଳି ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ତୃତୀୟ ଦିନିକିଆରେ ଶାହବାଜ ଅହମ୍ମଦଙ୍କୁ ସୁଯୋଗ ଦେଇପାରେ। ପ୍ରକାଶ ଯେ, ଏହି ସିରିଜର ପ୍ରଥମ ମ୍ୟାଚରେ ଶାହାବାଜ ଅକ୍ସର ପଟେଲଙ୍କ ସ୍ଥାନରେ ଖେଳି ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହା ବ୍ୟତୀତ ତୃତୀୟ ଦିନିକିଆରେ ବିରାଟ କୋହଲି ଶିଖର ଧାୱନଙ୍କ ସହ ଟିମ୍ ଇଣ୍ଡିଆ ପାଇଁ ଓପନିଂ ଦାୟିତ୍ଵ ସମ୍ଭାଳି ପାରନ୍ତି।

ଅନ୍ତିମ ଦିନିକିଆ କେଏଲ ରାହୁଲ ବାଂଲାଦେଶ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026
Latest News

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026

ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 20, 2026

୨୪ ଘଣ୍ଟା ମଧ୍ୟରେ ଭାରତ ମାଧ୍ୟମରେ ପାକିସ୍ତାନକୁ ତିନୋଟି ଝଟକା: ଜାଣନ୍ତୁ….

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.