ଭାରତୀୟ ଅଲିମ୍ପିକ୍ ଆସୋସିଏସନର ପ୍ରଥମ ମହିଳା ସଭାପତି ହେଲେ ପିଟି ଉଷା

Published: Dec 10, 2022, 5:59 pm IST

ନୂଆଦିଲ୍ଲୀ: ବରିଷ୍ଠ ଧାବିକା ପି.ଟି ଉଷା ଆଜି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ପ୍ରଥମ ମହିଳା ସଭାପତି ଭାବରେ ନିର୍ବାଚିତ ହୋଇ ଭାରତୀୟ କ୍ରୀଡ଼ା ପ୍ରଶାସନର ଏକ ନୂତନ ଯୁଗ ଆରମ୍ଭ କରିଛନ୍ତି। ଏସିଆନ୍ ଗେମ୍ସରେ ଏକାଧିକ ପଦକ ଜିତିଥିବା ଏବଂ ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ ୪୦୦ ମିଟର ଦୌଡରେ ଚତୁର୍ଥ ସ୍ଥାନ ହାସଲ କରିଥିବା ୫୮ ବର୍ଷିୟା ଉଷାଙ୍କୁ ନିର୍ବାଚନ ପରେ ଶୀର୍ଷ ପଦବୀକୁ ମନୋନୀତ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନାଗେଶ୍ୱରା ରାଓଙ୍କ ତତ୍ତ୍ୱାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଉଷାଙ୍କୁ ସଭାପତି ଭାବେ ନିର୍ବାଚିତ ହେବା ସହିତ IOA ରେ ଦଳଗତ ରାଜନୀତି ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟ ଶେଷ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ମାସରେ ନିର୍ବାଚନ ନକଲେ IOA କୁ ସ୍ଥଗିତ ରଖିବାକୁ ଧମକ ଦେଇଥିଲା। ଡିସେମ୍ବର ୨୦୨୧ରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାରେ ସେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଗତ ମାସରେ ହିନ ଏହି ପଦବୀ ପାଇଁ ସ୍ଥିର ହୋଇଯାଇଥିଲା। ଜୁଲାଇରେ ଶାସକ ଭାରତୀୟ ଜନତା ପାର୍ଟି ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ଉଷାଙ୍କୁ କେହି ବିରୋଧ କରିନଥିଲେ।

Related posts