Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ଟେଷ୍ଟରୁ ବାଦ୍ ପଡିଲେ ଅଧିନାୟକ ରୋହିତ ଶର୍ମା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ଆଜିର ଖବର

ପ୍ରଥମ ଟେଷ୍ଟରୁ ବାଦ୍ ପଡିଲେ ଅଧିନାୟକ ରୋହିତ ଶର୍ମା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

December 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆହତ କାରଣରୁ କ୍ୟାପଟେନ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି। ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ପ୍ରଥମ ମ୍ୟାଚରେ ଅଧିନାୟକ ହେବେ। ରୋହିତଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ଵରନ୍ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ ସୌରଭ କୁମାର ଏବଂ ନବଦୀପ ସାଇନି ମଧ୍ୟସ୍ଥାନ ପାଇଛନ୍ତି। ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ବାଦ ଅଛନ୍ତି। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି।

ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଆହତ ହୋଇଥିଲେ। ଯାହାପରେ ସେ ଭାରତ ଫେରି ଆସିଥିଲେ। ଏହି କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି। ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ଭାରତୀୟ ସିନିୟର ଚୟନ କମିଟି ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ଅଭିମନ୍ୟୁ ଈଶ୍ଵରନ୍ ଙ୍କୁ ସୁଯୋଗ ଦେଇଛି।

ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏପର୍ଯ୍ୟନ୍ତ କାନ୍ଧ ଏବଂ ଆଣ୍ଠୁରେ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି ଏବଂ ଉଭୟ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଚୟନକର୍ତ୍ତାମାନେ ଯଥାକ୍ରମେ ଶାମି ଏବଂ ଜାଡେଜାଙ୍କ ସ୍ଥାନରେ ନବଦୀପ ସାଇନି ଏବଂ ସୌରଭ କୁମାରଙ୍କୁ ଦଳରେ ସାମିଲ କରିଛନ୍ତି। ଚୟନ କମିଟି ମଧ୍ୟ ଟେଷ୍ଟ ସିରିଜ୍ ପାଇଁ ଦ୍ରୁତ ବୋଲର ଜୟଦେବ ଉନାଦକତଟଙ୍କୁ ଭାରତ ଦଳରେ ସାମିଲ କରିଛି।

ବାଂଲାଦେଶ ବିପକ୍ଷରେ ଭାରତର ଟେଷ୍ଟ ଦଳ: କେ.ଏଲ୍ ରାହୁଲ (ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଅକ୍ସର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଇଶ୍ଵରନ, ନବଦୀପ ସାଇନି, ସୌରଭ କୁମାର, ଜୟଦେବ ଉନାଦକଟ।

ପ୍ରଥମ ଟେଷ୍ଟ ବାଂଲାଦେଶ ଭାରତୀୟ ଦଳ ରୋହିତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.