Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଭୁବନେଶ୍ୱର-ରାଉରକେଲାରେ ହକି ବିଶ୍ୱ କପ୍‌: ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ
ଖେଳ

ଭୁବନେଶ୍ୱର-ରାଉରକେଲାରେ ହକି ବିଶ୍ୱ କପ୍‌: ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ

December 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଏହି ଅବସରରେ ୧୯୭୫ ବିଶ୍ୱକପ ବିଜେତା ହକି ଦଳର ସଦସ୍ୟ ଅଜିତ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ବ୍ରିଗେଡିୟର ଏଚଜେଏସ ଚିମନୀ, ପୂର୍ବତନ ଅଲିମ୍ପିୟାନ ହରବିନ୍ଦର ସିଂ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର (ଦିଲ୍ଲୀ ହକି ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ବାରା ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ପ୍ରଚାରପ୍ରସାର ହୋଇପାରିବ। ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀରେ ଆସି ପହଞ୍ଚିଛି। କିମ୍ବଦନ୍ତୀ ହକି ଖେଳାଳୀ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫି ଅନାବରଣ କରାଯିବା ଫଳରେ ଏହି କ୍ରୀଡ଼ାର ପ୍ରଚାରପ୍ରସାରରେ ସହାୟକ ହୋଇପାରିବ। ଶ୍ରୀ ଠାକୁର କହିଥିଲେ, ଅଲିମ୍ପିକ୍ସ ପରେ ବିଶ୍ୱକପ ହକି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା, ଏଫଆଇଏଚ ଓଡ଼ିଶା ହକି ବିଶ୍ୱକପକୁ ପ୍ରୋତ୍ସାହନ ଦେବା ଦିଗରେ ଆମେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛୁ।

ପୂର୍ବତନ ହକି ଖେଳାଳୀ ଅଶୋକ ଧ୍ୟାନ ଚାନ୍ଦ ବିଶ୍ୱକପ ଟ୍ରଫି ଟୁର୍‌ ପାଇଁ ହକି ଇଣ୍ଡିଆକୁ ପ୍ରଶଂସା କରିଥିଲେ। ଏହା ଆଗାମୀ ବିଶ୍ୱକପର ପ୍ରଚାରପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଜାନୁଆରୀ ୧୩, ୨୦୨୩ ଠାରୁ ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ ଆରମ୍ଭ ହେଉଛି। ୨୯ ଜାନୁଆରୀ ୨୦୨୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଗତ ଡିସେମ୍ବର ୫ ତାରିଖ ଠାରୁ ଦେଶବ୍ୟାପୀ ହକି ବିଶ୍ୱକପ ଟ୍ରଫି ଟୁର ଆରମ୍ଭ ହୋଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ପରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲୁଛି।

ଅନୁରାଗ ସିଂ ଠାକୁର କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ପୁରୁଷ ହକି ହକି ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ପଞ୍ଚମ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ର ଗୃହମନ୍ତ୍ରୀ

September 14, 2025
Latest News

ଯୁଦ୍ଧକ୍ଷେତ୍ର ପରେ କ୍ରିକେଟ ପିଚ୍‌ରେ ହାରିଲା ପାକିସ୍ତାନ, ଦୁବାଇରେ ଧୁଳି ଚଟାଇଲା ଭାରତ

September 15, 2025

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025

କଂଗ୍ରେସରେ ଯୋଗ ଦେଲେ ବିଜେଡି ଛାତ୍ର ନେତା ହରିଶଙ୍କର 

September 14, 2025

ଆଇଆଇଟି ଭୁବନେଶ୍ୱର ପକ୍ଷରୁ “ଚିନି, ଲୁଣ ଏବଂ ତେଲର ବ୍ୟବହାର ହ୍ରାସ କରିବା” ଶୀର୍ଷକ ବକ୍ତବ୍ୟ ଆୟୋଜିତ

September 14, 2025

ସମ୍ବଲପୁରରେ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.