Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇତିହାସ ସୃଷ୍ଟି କଲା ଭାରତୀୟ କ୍ରିକେଟ୍ ଦଳ: ବାଂଲାଦେଶକୁ ପରାସ୍ତ କରି ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ
ଆଜିର ଖବର

ଇତିହାସ ସୃଷ୍ଟି କଲା ଭାରତୀୟ କ୍ରିକେଟ୍ ଦଳ: ବାଂଲାଦେଶକୁ ପରାସ୍ତ କରି ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ

December 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଛି। ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ବାଂଲାଦେଶକୁ ଭାରତୀୟ ଦଳ ୧୨୦ ରନରେ ପରାସ୍ତ କରିଛି। ଭାରତ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହାପୂର୍ବରୁ ଭାରତ ୨୦୧୨ ଏବଂ ୨୦୧୭ ରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଜିତିଥିଲା। ପୂର୍ବତନ କ୍ରିକେଟରଙ୍କ ସମେତ ପ୍ରଶଂସକମାନେ ତୃତୀୟ ଥର ବିଶ୍ୱକପ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମ୍ୟାଚରେ ଭାରତ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଧୂଆଁଧାର ବ୍ୟାଟିଂ କରୁଥିବାବେଳେ ୨ ୱିକେଟ୍ ହରାଇ ଭାରତ ୨୭୭ ରନ୍ ସଂଗ୍ରହ କରିଥିଲା। ସୁନୀଲ ରମେଶ ଏକ ଶତକୀୟ ଇନିଂସ ଖେଳିଥିଲେ। ସେ ୬୩ ବଲରେ ୧୩୬ ରନ୍ ସ୍କୋର କରିଥିଲେ। ଏଥି ସହିତ ଅଧିନାୟକ ଅଜୟ କୁମାର ରେଡ୍ଡୀ ୫୦ ବଲରେ ୧୦୦ ରନର ଇନିଂସ ଖେଳିଥିଲେ। ଏହି ଉଭୟ ଖେଳାଳି ତୃତୀୟ ୱିକେଟ୍ ପାଇଁ ୨୪୭ ରନ୍ ର ଭାଗିଦାରୀ କରିଥିଲେ। ଏହାପୂର୍ବରୁ ଭାରତ ୨୯ ରନ୍ ରେ ୨ ଟି ୱିକେଟ୍ ହରାଇଥିଲା।

ବିଜୟ ପାଇଁ ୨୭୮ ରନ୍‌ର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୫୭ ରନ୍ ସ୍କୋର କରିପାରିଥିଲା। ଏହି ଉପାୟରେ ତାଙ୍କୁ ଏହି ଟାଇଟଲ୍ ମ୍ୟାଚ୍ ରେ ୧୨୦ ରନ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଭାରତର ବୋଲିଂ ଆଗରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଅସହାୟ ମନେ ହେଉଥିଲେ। ଟିମ୍ ଇଣ୍ଡିଆରୁ ଲଲିତ ମୀନା ଏବଂ ଅଜୟ କୁମାର ୧-୧ ୱିକେଟ୍ ନେଇଥିଲେ। ଭାରତ ଏଥର ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜନ କରିଛି। ପରବର୍ତ୍ତୀ ବିଶ୍ୱକପ ୨୦୨୪ ମସିହାରେ ପାକିସ୍ତାନରେ ଖେଳାଯିବ।

ବାଂଲାଦେଶ ବେଙ୍ଗାଲୁରୁ ଭାରତୀୟ କ୍ରିକେଟ୍ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 27, 2026

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026
Latest News

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 27, 2026

ଆଜି କାନାଡା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

February 27, 2026

ଅପରେସନ ସାଇବର କବଚ: ୨୫୫ ଅଭିଯୁକ୍ତ ଗିରଫ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.