Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜିଓ ସିନେମାରେ ଫିଫା ଫୁଟବଲ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚ୍ ଦେଖିଲେ ରେକର୍ଡ ୩.୨ କୋଟି ଦର୍ଶକ
ଅନ୍ତରାଷ୍ଟ୍ରୀୟ

ଜିଓ ସିନେମାରେ ଫିଫା ଫୁଟବଲ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚ୍ ଦେଖିଲେ ରେକର୍ଡ ୩.୨ କୋଟି ଦର୍ଶକ

December 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କାତାର ଫିଫା ଫୁଟବଲ ବିଶ୍ୱକପ୍ ୨୦୨୨ ଶେଷ ହୋଇଥିବା ବେଳେ ଡିଜିଟାଲ ମାଧ୍ୟମରେ ମ୍ୟାଚ୍ ଦେଖିବା କ୍ଷେତ୍ରରେ ଜିଓ ସିନେମା ନୂତନ ରେକର୍ଡ ସ୍ଥାପନ କରିଛି। ପ୍ରଥମ ଥର ପାଇଁ ଟିଭି ତୁଳନାରେ ଅଧିକ ଲୋକ ଡିଜିଟାଲ୍ ମାଧ୍ୟମରେ ବିଶ୍ୱର ଏହି ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା କାର୍ଯ୍ୟକ୍ରମର ମଜା ନେଇଛନ୍ତି। ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍‌କୁ ରେକର୍ଡ ୩.୨ କୋଟି ଦର୍ଶକ ଜିଓ ସିନେମାରେ ଦେଖିଛନ୍ତି।

ଫିଫା ଫୁଟବଲ୍ ବିଶ୍ୱକପ୍‌କୁ ୧୧୦ ନିୟୁତରୁ ଅଧିକ ଦର୍ଶକ ଡିଜିଟାଲ୍ ମାଧ୍ୟମରେ ଦେଖିଛନ୍ତି। ଫଳରେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ପରିଣତ ହୋଇଛି ଫିଫା ବିଶ୍ୱକପ୍। ମ୍ୟାଚ୍‌ଗୁଡ଼ିକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ଯୋଗୁଁ ଭାରତରେ ସ୍ପୋର୍ଟସ୍‌୧୮ ଚ୍ୟାନେଲ୍ ଓ ଜିଓ ସିନେମା ଆପ୍‌ରେ ମ୍ୟାଚ୍‌ଗୁଡ଼ିକୁ ୪୦ ବିଲିଅନ ମିନିଟ୍‌ରୁ ଅଧିକ ସମୟ ଲୋକମାନେ ଦେଖିଛନ୍ତି। ଫଳରେ ଟୁର୍ଣ୍ଣାମେଂଟ୍ ଅବଧିରେ ଆଇଓଏସ୍ ଓ ଆଣ୍ଡ୍ରଏଡ୍‌ରେ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ନିଃଶୁଳ୍କ ଆପ୍‌ରେ ପରିଣତ ହୋଇଥିଲା ଜିଓ ସିନେମା।

ସ୍ମାର୍ଟଫୋନ୍ ଓ କନେକ୍ଟେଡ୍ ଟିଭିରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ଲୋକମାନେ ପସନ୍ଦ କରୁଥିବାରୁ ଜିଓ ସିନେମା ଡାଉନ୍‌ଲୋଡ୍‌ରେ ବୃଦ୍ଧି ହୋଇଛି। ଏଥିରେ ଥିବା ହାଇପ୍ ମୋଡ୍ ସିଧା ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦେଖିବା ଅନୁଭୂତିକୁ ଆହୁରି ବଢ଼ାଇ ଦେଇଛି। ଏକାଧିକ କ୍ୟାମେରା କୋଣରୁ ମ୍ୟାଚ୍‌କୁୁ ଦେଖିବା, ବାସ୍ତବ ସମୟ ତଥ୍ୟ ଓ ପରିସଂଖ୍ୟାନ ଏବଂ ଟାଇମ୍ ହ୍ୱିଲ୍ ଆଦି ମ୍ୟାଚ୍ ଦେଖିବାକୁ ଅବିସ୍ମରଣୀୟ କରିପାରିଛି। ଜିଓ ସେଟ୍‌ଟପ୍ ବକ୍ସ, ଆପଲ୍ ଟିଭି, ଆମାଜନ ଫାୟାରଷ୍ଟିକ୍‌, ସୋନି, ସାମସଙ୍ଗ, ଏଲଜି ଓ ଶାଓମି ଆଦିରେ ଲୋକମାନେ କାର୍ଯ୍ୟକ୍ରମ ଦେଖୁଥିବାରୁ ଡିଜିଟାଲ ଦର୍ଶକଙ୍କ ସଂଖ୍ୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଜିଓ ସିନେମା ଜରିଆରେ ପ୍ରଥମ ଥର ପାଇଁ ୟୁଏଚ୍‌ଡି ୪କେରେ ଦର୍ଶକମାନେ ଫୁଟ୍‌ବଲ୍ ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକର ମଜା ନେବାର ସୁଯୋଗ ପାଇଥିଲେ।

ଭାୟାକମ୍ ୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “କାତାର ଫିଫା ବିଶ୍ୱକପ୍ ୨୦୨୨କୁ ବିଶ୍ୱସ୍ତରୀୟ ଢଙ୍ଗରେ ଦର୍ଶକମାନଙ୍କ ପାଖରେ ପହଂଚାଇବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଏବଂ ସେହି ଅନୁସାରେ ଭାରତ ଅଂଶଗ୍ରହଣ କରିନଥିବା କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା ବିଶ୍ୱସ୍ତରୀୟ କ୍ରୀଡ଼ା ଟୁର୍ଣ୍ଣାମେଂଟ୍‌ରେ ତାହା ପରିଣତ ହୋଇଥିଲା। ଏହା ହେଉଛି ଡିଜିଟାଲର ଶକ୍ତି ଏବଂ ନିଜ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକ ଏବଂ କ୍ରୀଡ଼ାପ୍ରେମୀମାନେ ନିଜ ପସନ୍ଦ ବିଷୟରେ ଜଣାଇଛନ୍ତି ଯେଉଁମାନେ ଏବେ ପ୍ୟାରିସ ସେଂଟ୍‌-ଜର୍ମାନ ସାଥୀ ଖେଳାଳି ଏବଂ ଫିଫା ବିଶ୍ୱକପ୍‌୍‌ର ଗୋଲ୍‌ଡେନ୍ ବୁଟ୍ ବିଜେତା କିଲିଆନ୍ ଏମ୍‌ବାପେ ଏବଂ ଫିଫା ବିଶ୍ୱକପ୍ ଓ ଗୋଲ୍‌ଡେନ୍ ବୁଟ୍ ବିଜେତା ଲିଓନେଲ୍ ମେସିଙ୍କୁ ଲିଗ୍‌ରେ ଯୋଗ ଦେବାର ଦେଖିପାରିବେ।’’

ୱେନ ରୁନି, ଲୁଇସ୍ ଫିଗୋ, ରବର୍ଟ ପିରେସ, ଗିଲବର୍ଟୋ ସିଲ୍‌ଭା ଏବଂ ସୋଲ୍ କ୍ୟାମ୍ପବେଲ୍‌ଙ୍କ ଭଳି ବିଶ୍ୱକପ୍ ହିରୋମାନେ ସ୍ପୋର୍ଟସ୍‌୧୮ ଓ ଜିଓ ସିନେମାର ବିଶ୍ୱସ୍ତରୀୟ ଷ୍ଟୁଡିଓରେ କ୍ରୀଡ଼ା ପ୍ରେମୀଙ୍କ ସହ ଯୋଡ଼ି ହୋଇଥିଲେ।

କେବଳ କ୍ରୀଡ଼ାପ୍ରେମୀ ନୁହନ୍ତି, ଏହି ସବୁଠୁ ସମ୍ମାନଜନକ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ପାଇଁ ଜିଓସିନେମା ଓ ସ୍ପୋର୍ଟ୧୮ ସହ ଯୋଡ଼ି ହୋଇଥିବା ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ ଅଧିକ ଲୋକଙ୍କ ପାଖରେ ପହଂଚିପାରିଥିଲେ। ଇ-କମର୍ସ, ବ୍ୟାଙ୍କିଙ୍ଗ, ଆର୍ଥିକ ସେବା, ଅଟୋମୋବାଇଲ୍‌, ଫେସନ, ହସ୍ପିଟାଲିଟି ଓ ଫିନ୍‌ଟେକ୍ କ୍ଷେତ୍ରର ୫୦ରୁ ଅଧିକ ବ୍ରାଣ୍ଡ୍ ଏହା ଜରିଆରେ ନିଜ ସମ୍ଭାବ୍ୟ ଗ୍ରାହକଙ୍କ ପାଖରେ ପହଂଚିପାରିଛନ୍ତି।

କାତାର ଜିଓ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026
Latest News

ଆଜି ଏପ୍ରିଲ ୧୩ ତାରିଖ ସୋମବାରରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ଭାଗ୍ୟଶାଳି

April 13, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.