Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମାରେ ରେକର୍ଡ ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ

ମୁମ୍ବାଇ/ ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଅଫିସିଆଲ ଡିଜିଟାଲ୍ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଡିଜିଟାଲ୍ ମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିଛି। ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମା ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ କରିଛି। ପ୍ରଶଂସକ କୈନ୍ଦ୍ରୀକ ଉପସ୍ଥାପନା ଲାଗି ଜିଓ ସିନେମା ସହ ଦର୍ଶକମାନେ ଯୋଡ଼ିହୋଇରହିଛନ୍ତି ଏବଂ ଦର୍ଶକ ପିଛା ହାରାହାରି ଦେଖିବା ସମୟ ୬୦ ମିନିଟ୍‌କୁ ବୃଦ୍ଧି ପାଇଛି। କନେକ୍ଟେଡ୍ ଟିଭିରେ ଆଇପିଏଲ୍ ୨୦୨୩ ଏଚ୍‌ଡି ଟିଭି ତୁଳନାରେ ଦୁଇ ଗୁଣା ଅଧିକ ଦର୍ଶକଙ୍କ ପାଖରେ ପହଂଚିବାରେ ସଫଳ ହୋଇଛି।

ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ଜିଓ ସିନେମା ଅତିକ୍ରମ କରୁଥିବା ପ୍ରତିଟି ସପ୍ତାହରେ ଆହୁରି ମଜଭୁତ ହେବାରେ ଲାଗିଛି। ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକୁ ଦେଖିବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଦର୍ଶକମାନେ ନିଜ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥିବାରୁ ଏହା ସମ୍ଭବ ହୋଇଛି । ଉତ୍କୃଷ୍ଟ କ୍ରିକେଟ୍ ମ୍ୟାଚ୍ ଓ ଆମର ଦୃଢ଼ ପ୍ଲାଟଫର୍ମର ସମିଶ୍ରଣ ଏହା ପ୍ରମାଣିତ କରୁଛି ଯେ ଉଲ୍ଲେଖନୀୟ ସପ୍ତାହନ୍ତ କିଛି ବଡ଼ ହେବାର ଶୁଭାରମ୍ଭ ମାତ୍ର। ଆଇପିଏଲ୍ ଦେଖିବାରେ ଦର୍ଶକଙ୍କ ଅନଭୂତିରେ ଉନ୍ନତି ଆଣିବା ଆମେ ଜାରି ରଖିଛୁ ଏବଂ ଆମ ଉପରେ ଭରସା ପ୍ରକଟ କରିଥିବାରୁ ମୁଁ ଆମର ସମସ୍ତ ପ୍ରାୟୋଜକ, ବିଜ୍ଞାପନଦାତା ଓ ସହଯୋଗୀମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି।’’

୨୦୨୩ ଏପ୍ରିଲ୍ ୧୨ରେ ୨.୨୩ କୋଟି ଦର୍ଶକ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌କୁ ଜିଓସିନେମାରେ ଦେଖିଥିଲେ। ଏହାର ପାଂଚଦିନ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ୍‌କୁ ୨.୪ କୋଟି ଦର୍ଶକ ଜିଓ ସିନେମାରେ ଦେଖିଥିଲେ।

ବର୍ତମାନ ସୁଦ୍ଧା ମିଳିଥିବା ଜବରଦସ୍ତ ସମର୍ଥନକୁ ଦୃଷ୍ଟିରେ ରଖି ଜିଓ ସିନେମା ପକ୍ଷରୁ ଦର୍ଶକମାନଙ୍କୁ ଉଲ୍ଲସିତ କରିବା ଲାଗି ୩୬୦ ଡିଗ୍ରିରେ ଦେଖିବା ସୁବିଧା ପ୍ରଦାନ କରାଯାଇଛି। ଓଡ଼ିଆ ସମେତ ବିଭିନ୍ନ ଆଂଚଳିକ ଭାଷାରେ ଉପସ୍ଥାପନାକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି। ମଲ୍‌ଟି-କ୍ୟାମ୍‌, ହାଇପ ମୋଡ୍ ସହିତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଫାଫ୍ ଡୁ ପ୍ଲେସିସ, ରଶିଦ ଖାନ୍‌, ଡେଭିଡ୍ ମିଲରଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କ ସାକ୍ଷାତକାର ଆଦି ଖେଳ ଦେଖିବା ଅନୁଭୂତିକୁ ସମୃଦ୍ଧ କରିଛି।

ଜିଓସିନେମା ସହ ଯୋଡ଼ି ହୋଇଥିବା ବିଜ୍ଞାପନଦାତାଙ୍କ ସଂଖ୍ୟାରେ ମଧ୍ୟ ନୂଆ ରେକର୍ଡ ସ୍ଥାପନ ହୋଇଛି । ସେମାନଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଆଇପିଏଲ୍ ପାଇଁ ଜିଓସିନେମା ସହିତ ଡ୍ରିମ୍‌୧୧, ଜିଓମାର୍ଟ, ଫୋନ୍‌ପେ, ଟିଆଗୋ ଇଭି, ଜିଓ, ଆପି ଫିଜ୍‌, ଇଟି ମନି, କାଷ୍ଟ୍ରଲ୍‌, ଟିଭିଏସ୍‌, ଓରିଓ, ବିଙ୍ଗୋ, ଷ୍ଟିଙ୍ଗ, ଆଜିଓ, ହାୟର, ରୁପେ, ଲୁଇ ଫିଲିପ ଜିନ୍‌ସ, ଆମାଜନ, ରାପିଡୋ, ଅଲ୍‌ଟ୍ରାଟେକ୍ ସିମେଂଟ୍‌, ପୁମା, କମଳା ପସନ୍ଦ, କିଙ୍ଗଫିସର ପାୱାର ସୋଡା, ଜିନ୍ଦଲ ପାନ୍ଥର ଟିଏମ୍‌ଟି ରିବାର, ସାଉଦି ପର୍ଯ୍ୟଟନ, ସ୍ପଟିଫାଏ ଏବଂ ଏଏମ୍‌ଏଫ୍‌ଆଇ ଆଦି ଯୋଡ଼ିହୋଇଛନ୍ତି।

ଗୁଜରାଟ ଟାଇଟାନ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ ଜିଓ ସିନେମା ସହ ସ୍ୱତନ୍ତ୍ର ସହଯୋଗିତା ସ୍ଥାପନ କରିଛନ୍ତି। ଆଇପିଏଲ୍‌ର ବିଶ୍ୱ ସ୍ତରୀୟ ଉପସ୍ଥାପନା ଲାଗି ସଚିନ ତେନ୍ଦୁଲକର, ଏମ୍ ଏସ୍ ଧୋନି, ସୂର୍ଯ୍ୟ କୁମାର ଯାଦବ ଓ ସ୍ମୃତି ମନ୍ଧାନା ମଧ୍ୟ ଜିଓସିନେମା ସହ ହାତ ମିଳାଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

୭୩% ଗ୍ରାହକ ଜିଓ ସିନେମାରେ ଦେଖୁଛନ୍ତି ଆଇପିଏଲ୍‌: ସ୍କୋର ରିପୋର୍ଟ

ନୂଆଦିଲ୍ଲୀ/ ଭୁବନେଶ୍ୱର: ମୋବାଇଲ୍ ଓ କନେକ୍ଟେଡ୍ ଟିଭି ଜରିଆରେ ଜିଓ ସିନେମା ଦ୍ୱାରା କରାଯାଉଥିବା ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକର ଡିଜିଟାଲ୍ ଷ୍ଟ୍ରିମିଂକୁ ଟିଭିରେ କରାଯାଉଥିବା ପ୍ରସାରଣ ତୁଳନାରେ ଦର୍ଶକମାନେ ଅଧିକ ଦେଖୁଛନ୍ତି। “ସ୍କୋର’ ରିପୋର୍ଟ ଅନୁସାରେ ଡିଜିଟାଲ୍ ଷ୍ଟ୍ରିମିଂ ୭୩ ପ୍ରତିଶତ ଆଇପିଏଲ୍ ଦର୍ଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିଛି। ସେହି ସମୟରେ କେବୁଲ ଓ ଡିଟିଏଚ୍ ପାଖରେ ମାତ୍ର ୨୩ ପ୍ରତିଶତ ଗ୍ରାହକ ରହିଛନ୍ତି। ଆଇପିଏଲ୍‌ରେ ବିଜ୍ଞାପନ ପ୍ରଭାବକୁ ଜାଣିବା ଲାଗି ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ପକ୍ଷରୁ ଜାରି କରାଯାଇଥିବା “ସ୍କୋର’ ରିପୋର୍ଟରୁ ଏହା ଜଣାପଡ଼ିଛି।

ସ୍କୋର ରିପୋର୍ଟ ଅନୁସାରେ କେବୁଲ କିମ୍ବା ଡିଟିଏଚ୍ ତୁଳନାରେ ସ୍ମାର୍ଟ ଟିଭିରେ ଆଇପିଏଲ୍ ମ୍ୟାଚ୍‌କୁ ଷ୍ଟ୍ରିମିଂ କରି ଦେଖୁଥିବା ଦର୍ଶକମାନଙ୍କ ସଂଖ୍ୟା ବହୁତ ଅଧିକ। କନେକ୍ଟେଡ୍ ଟିଭିରେ ୬୨ ପ୍ରତିଶତ ଏବଂ କେବୁଲ/ ଡିଟିଏଚ୍ ଟିଭିରେ ମାତ୍ର ୩୮ ପ୍ରତିଶତ ଦର୍ଶକ ଆଇପିଏଲ୍ ମ୍ୟାଚ୍ ଦେଖୁଛନ୍ତି। ରିପୋର୍ଟ ଅନୁସାରେ ଟିଭିର ଦର୍ଶକ ସଂଖ୍ୟା ଲଗାତାର ଭାବେ ହ୍ରାସ ପାଉଛି।

ଦର୍ଶକମାନଙ୍କ ଆଇପିଏଲ୍ ଦେଖିବା ଢାଂଚାରେ ମଧ୍ୟ ରୋଚକ ପରିବର୍ତ୍ତନ ହୋଇଛି। ରିପୋର୍ଟ ଅନୁସାରେ ୫୨% ଲୋକ ଉଭୟ ଟିଭି ଓ ମୋବାଇଲ୍‌ରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ପସନ୍ଦ କରୁଛନ୍ତି। ୩୦ ପ୍ରତିଶତ ଦର୍ଶକ କେବଳ ମୋବାଇଲ୍‌ରେ ଆଇପିଏଲ୍ ଦେଖୁଛନ୍ତି ଏବଂ ୧୮ ପ୍ରତିଶତ ଦର୍ଶକ ଏବେ କେବଳ ଟିଭି ସହ ଯୋଡ଼ିହୋଇରହିଛନ୍ତି। ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଏକ ତୃତୀୟାଂଶ ଦର୍ଶକ ସିଧାସଳଖ ଜିଓ ସିନେମା ସହ ଯୋଡ଼ି ହୋଇଛନ୍ତି। ୫୦ ପ୍ରତିଶତରୁ ଅଧିକ ଦର୍ଶକ ଉଭୟ ମୋବାଇଲ୍ ଓ ଟିଭିରେ ଆଇପିଏଲ୍‌ର ମଜା ନେଉଛନ୍ତି।

ସିଙ୍କ୍ରୋନାଇଜ୍ ଇଣ୍ଡିଆ ଓ ୟୁନୋମୋର ସ୍କୋର ରିପୋର୍ଟ ପ୍ରସ୍ତୁତ କରିବା ଲାଗି ୟୁନୋମୋର ମାର୍କେଟ ରିସର୍ଚ୍ଚ ପ୍ଲାଟଫର୍ମରେ ଦୈନିକ ଡାଟା ସଂଗ୍ରହ କରାଯାଉଛି। ଆଇପିଏଲ୍‌ର ପ୍ରଥମ ଦୁଇ ସପ୍ତାହରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଲୁଧିଆନା ଓ ଜୟପୁରରୁ ତଥ୍ୟକୁ ସଂଗ୍ରହ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ସିନେମାର ବ୍ରାଣ୍ଡ୍ ଆମ୍ବାସାଡର ହେଲେ ରୋହିତ ଶର୍ମା

ଭୁବନେଶ୍ୱର: ଜିଓ ସିନେମା ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଆଧୁନିକ ଯୁଗର ଅନ୍ୟତମ ଚମତ୍କାର କ୍ରିକେଟ ଖେଳାଳି ତଥା ହିଟ୍‌ମ୍ୟାନ୍ ଭାବେ ପରିଚିତ ରୋହିତ ଶର୍ମା ଅଧିନାୟକ ଓ ଖେଳାଳି ଭାବେ ନିଜ ନାମରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଏବେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଡିଜିଟାଲ୍ ମାଧ୍ୟମରେ ଦେଖିବା ଲାଗି ଜିଓ ସିନେମାର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ରୋହିତ ନୂଆ ପାଳି ଆରମ୍ଭ କରିବେ।

ରୋହିତ ଶର୍ମା କହିଛନ୍ତି ଯେ, “ଭାରତରେ ମୋବାଇଲ୍ ଫୋନ୍ ଓ କନେକ୍ଟେଡ୍ ଟିଭିରେ ଖେଳ ଦେଖିବାର ପଦ୍ଧତିକୁ ବଦଳାଇବାର ମାର୍ଗକୁ ପ୍ରଶସ୍ତ କରିବା ଦିଗରେ ଜିଓ ସିନେମା କାର୍ଯ୍ୟ କରୁଛି। ବିକଳ୍ପ ପ୍ରଦାନ କରିବାର ଉଲ୍ଲେଖନୀୟ ଶୃଙ୍ଖଳା ବାସ୍ତବରେ ପ୍ରଶଂସକମାନଙ୍କୁ ସଶକ୍ତ କରିଛି। ଜିଓ ସିନେମା ସହିତ ଯୋଡ଼ି ହେବା ଏବଂ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି କାରଣ ଡିଜିଟାଲ୍ ପ୍ଲାଟଫର୍ମକୁ ରୂପାନ୍ତରଣ କରିବା ଲାଗି ଏହା ସକ୍ଷମ କରୁଛି ଏବଂ ପ୍ରଶଂସକମାନଙ୍କୁ ନମନୀୟତା, ଭାବପୂର୍ଣ୍ଣ ତଥା ବ୍ୟକ୍ତିଗତ ପସନ୍ଦକୁ ସୁହାଇବା ଭଳି ସୁବିଧା ପ୍ରଦାନ କରୁଛି।’’

ବିବିଧ ଅଭିଯାନ ସମ୍ଭାର ଜରିଆରେ ଡିଜିଟାଲ୍ ମାଧ୍ୟମକୁ କ୍ରୀଡ଼ା କାର୍ଯ୍ୟକ୍ରମ ଦେଖିବାର ପରିପୂରକ କରିବା ଲାଗି ରହିଥିବା ସମାନ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ରୋହିତ ଶର୍ମା ଜିଓ ସିନେମା ସହିତ ମିଶି କାର୍ଯ୍ୟ କରିବେ। ସବୁ ପ୍ରକାର ପ୍ରିମିୟମ୍ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଜିଓ ସିନେମାର ଡିଜିଟାଲ୍ ପ୍ରଥମ ଉପସ୍ଥାପନାକୁ ସେ ସାରା ଦେଶରେ ପହଂଚାଇବ ସହିତ ପ୍ରଶଂସକଙ୍କ ସଂଖ୍ୟାକୁ ଆହୁରି ବ୍ୟାପକ କରିବେ।

ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ରୋହିତ ଶର୍ମା କ୍ରୀଡ଼ା ଭାବନା ଓ ଅତୁଳନୀୟ ନେତୃତ୍ୱର ପ୍ରତୀକ ହୋଇଥିବା ବେଳେ ଏଭଳି ମୂଲ୍ୟବୋଧ ଉପସ୍ଥାପନ କରିଛନ୍ତି ଯାହାକୁ ପ୍ରଶଂସକ ଓ ଖେଳାଳୀ ଉଭୟ ପସନ୍ଦ କରୁଛନ୍ତି। ଆମର କ୍ରୀଡ଼ା କାର୍ଯ୍ୟକ୍ରମ ଉପସ୍ଥାପନା ଓ ବର୍ତମାନ ଚାଲିଥିବା ଆଇପିଏଲ୍ ସାଙ୍ଗକୁ ପ୍ରଶଂସକମାନଙ୍କ ସହିତ ଯୋଡ଼ି ହେବା ଲାଗି ରୋହିତଙ୍କ ଦକ୍ଷତା ବଳରେ ଏହି ସହଯୋଗିତା ଭାରତରେ ଅଗ୍ରଣୀ ହେବା ଲାଗି ଆମର ଲକ୍ଷ୍ୟ ଦିଗରେ ଏକ ପ୍ରାକୃତିକ ସମ୍ପ୍ରସାରଣ ଯାହା ଏକ ଆକର୍ଷଣୀୟ ଭବିଷ୍ୟତ ପ୍ରଦାନ କରିବ।’’

ଭାରତରେ ସବୁ ଦର୍ଶକମାନଙ୍କ ଲାଗି ଜିଓ ସିନେମା ପକ୍ଷରୁ ଟାଟା ଆଇପିଏଲ୍ ୨୦୨୩ର ମାଗଣା ଷ୍ଟ୍ରିମିଂ ଯୋଗୁ ପ୍ରଥମ ଦୁଇ ସପ୍ତାହରେ ରେକର୍ଡ ୫୫୦ କୋଟିରୁ ଅଧିକ ଥର ଦର୍ଶକ ଏହାକୁ ଦେଖିପାରିଛନ୍ତି। ୨୦୨୩ ଏପ୍ରିଲ୍ ୭ରେ ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌କୁ ରେକର୍ଡ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ। ଏହାର ପାଂଚ ଦିନ ପୂର୍ବରୁ ଏପ୍ରିଲ୍ ୧୨ରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌କୁ ୨.୨ କୋଟି ଦର୍ଶକ ଦେଖିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା।

ଆଇପିଏଲ୍ ୨୦୨୩ ଷ୍ଟ୍ରିମିଂ ପାଇଁ ଜିଓ ସିନେମା ୨୩ ପ୍ରାୟୋଜକ ଘୋଷଣା କରିଛି। ଜିଓ ସିନେମା ସହିତ ସହବନ୍ଧିତ ହୋଇଥିବା ପ୍ରାୟୋଜକ ଓ ବିଜ୍ଞାପନଦାତାଙ୍କ ସଂଖ୍ୟା ଭାରତରେ ଯେକୌଣସି ଡିଜିଟାଲ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ତୁଳନାରେ ଅଧିକ। ନିଜ ପସନ୍ଦର କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକମାନେ ଆଇଓଏସ୍ ଓ ଆଣ୍ଡ୍ରଏଡ୍‌ରେ ଜିଓ ସିନେମାକୁ ଡାଉନ୍‌ଲୋଡ୍ କରିପାରିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜିଓ ସିନେମାରେ ସିଏସ୍‌କେ-ଆର୍‌ସିବି ମ୍ୟାଚ୍ ଦେଖିଲେ ରେକର୍ଡ ୨.୪ କୋଟି ଦର୍ଶକ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଋତୁରେ ଜିଓ ସିନେମାରେ ମ୍ୟାଚ୍ ଦେଖୁଥିବା ଦର୍ଶକଙ୍କ ସଂଖ୍ୟାରେ ପ୍ରତିଦିନ ନୂଆ ରେକର୍ଡ ସ୍ଥାପନ ହେଉଛି। ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ରେକର୍ଡ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି। ଆଇପିଏଲ୍ ୨୦୨୩ ଋତୁରେ ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମାରେ ଏହା ହେଉଛି ମ୍ୟାଚ୍ ଦେଖିଥିବା ସର୍ବାଧିକ ଦର୍ଶକ ସଂଖ୍ୟା। ଏହା ପୂର୍ବରୁ ୨୦୨୩ ଏପ୍ରିଲ୍ ୧୨ରେ ଜିଓ ସିନେମାରେ ଦର୍ଶକ ସଂଖ୍ୟା ୨.୨ କୋଟିରେ ପହଂଚିଥିଲା । ସେହି ରେକର୍ଡ ସିଏସ୍‌କେ-ଆର୍‌ସିବି ମ୍ୟାଚ୍ ବେଳେ ଭାଙ୍ଗିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ର ଶେଷ ଓଭରରେ ଦର୍ଶକ ସଂଖ୍ୟା ୨.୪ କୋଟିରେ ପହଂଚିଥିଲା। ସେହି ରୋମାଂଚକର ମ୍ୟାଚ୍‌କୁ ଚେନ୍ନାଇ ୮ ରନ୍‌ରେ ଜିତିଥିଲା।

ବିସିସିଆଇ ପକ୍ଷରୁ ଆଇପିଏଲ୍ ୨୦୨୩ ଋତୁର ଟିଭି ଓ ଡିଜିଟାଲ୍ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ କଂପାନିକୁ ପ୍ରଦାନ କରାଯାଇଛି। ଡିଜିଟାଲ୍‌କୁ ତାହାର ପ୍ରତ୍ୟକ୍ଷ ଲାଭ ମିଳିଛି। ଜିଓ ସିନେମା ପକ୍ଷରୁ ମାଗଣାରେ ଆଇପିଏଲ୍ ମ୍ୟାଚ୍‌ର ଷ୍ଟ୍ରିମିଂ କରାଯାଉଛି। ତାହା ଡିଜିଟାଲ୍ ପ୍ଲାଟଫର୍ମରେ ଆଇପିଏଲ୍‌ର ଦର୍ଶକ ସଂଖ୍ୟାକୁ ଆହୁରି ବଢ଼ାଇବାରେ ସହାୟକ ହୋଇଛି।

ଆଇପିଏଲ୍‌ର ୨୦୧୯ ସିଜନ୍‌ର ଫାଇନାଲ୍ ମ୍ୟାଚ୍‌କୁ ଡିଜ୍‌ନି ହଟ୍‌ଷ୍ଟାର୍‌ରେ ସର୍ବାଧିକ ୧୮.୬ ନିୟୁତ ଦର୍ଶକ ଦେଖିଥିବା ବେଳେ ଜିଓ ସିନେମାରେ ଗୋଟିଏ ଲିଗ୍ ମ୍ୟାଚ୍‌କୁ ୨.୪ କୋଟି ଲୋକ ଦେଖିଛନ୍ତି। ଆଇପିଏଲ୍ ଏବେ ଲିଗ୍ ପର୍ଯ୍ୟାୟରେ ଥିବା ବେଳେ ଜିଓ ସିନେମା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଛି। ଆଇପିଏଲ୍ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରିବା ବେଳେ ଜିଓ ସିନେମାରେ ଦର୍ଶକଙ୍କ ସଂଖ୍ୟା ନୂତନ ଶିଖର ସ୍ପର୍ଶ କରିବ ବୋଲି ଆଶା କରାଯାଉଛି। ଆଇପିଏଲ୍ ମ୍ୟାଚ୍ ଦେଖିବା ଲାଗି ପ୍ରତିଦିନ ନିୟୁତାଧିକ ନୂଆ ଦର୍ଶକ ଜିଓ ସିନେମାରେ ଯୋଡ଼ି ହେଉଛନ୍ତି।

ପ୍ରାୟୋଜକ ଓ ବିଜ୍ଞାପନଦାତାଙ୍କ ଦୃଷ୍ଟିରୁ ମଧ୍ୟ ଜିଓ ସିନେମା ରେକର୍ଡ ସ୍ଥାପନ କରିଛି। ଶ୍ରେଷ୍ଠ ବିଶ୍ୱସ୍ତରୀୟ ଓ ଭାରତୀୟ ବ୍ରାଣ୍ଡ୍‌ଗୁଡ଼ିକ ଜିଓ ସିନେମା ପ୍ରତି ଆକର୍ଷିତ ହୋଇଛନ୍ତି। ଟିଭିକୁ ପଛରେ ପକାଇ ଜିଓ ସିନେମା ୨୩ଟି ପ୍ରମୁଖ ପ୍ରାୟୋଜକଙ୍କ ସହ ସହଯୋଗିତା ସ୍ଥାପନ କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ଜିଓ-ସିନେମାର ରେକର୍ଡ: ଧୋନିଙ୍କ ଛକା ଦେଖିଲେ ୨.୨ କୋଟି ଦର୍ଶକ 

ଭୁବନେଶ୍ୱର: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଲକ୍ଷ୍ୟର ପିଛା କରୁଥିବା ବେଳେ ଯେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନି ଛକା ବର୍ଷା କରୁଥିଲେ ସେତେବେଳେ ଜିଓ ସିନେମାରେ ଏହାକୁ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ୨.୨ କୋଟି ଟପିଯାଇଥିଲା। ଚଳିତ ଆଇପିଏଲ ୨୦୧୩ ସିଜିନରେ ଟୁର୍ନାମେଣ୍ଟର ଅନଲାଇନ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମାରେ ଏପର୍ଯ୍ୟନ୍ତର ସର୍ବାଧିକ ଦର୍ଶକ ଧୋନିଙ୍କ ଏହି ଇନିଂସ ଦେଖିଥିଲେ।

ଶେଷ ବଲ୍ ପର୍ଯ୍ୟନ୍ତ, ଦର୍ଶକମାନେ ଉତ୍କଣ୍ଠାର ସହିତ ମ୍ୟାଚର ଉତ୍ଥାନ-ପତନକୁ ଦେଖୁଥିଲେ। ମହେନ୍ଦ୍ର ସିଂ ଧୋନି ପୁଣି ଥରେ ପୁରୁଣା ଦିନର ଝଲକ ଦେଖାଇଥିଲେ। ଉତ୍ତମ ଫିନିସର ଭାବେ ପରିଚିତ ଧୋନି ଶେଷ ଓଭରରେ ଲଗାତାର ଦୁଇଟି ଛକା ମାରି ମ୍ୟାଚକୁ ଆହୁରି ରୋମାଞ୍ଚକର କରିଦେଇଥିଲେ। ଯଦିଓ ରାଜସ୍ଥାନ ରୟାଲ୍ସର ବୋଲର ସନ୍ଦୀପ ଶର୍ମା ଶେଷ ବଲରେ ମାତ୍ର ଏକ ରନ ଦେବା ଫଳରେ ଚେନ୍ନାଇ ସୁପର କିଙ୍ଗସ ତିନି ରନରେ ପରାସ୍ତ ହୋଇଥିଲା ତେବେ ଧୋନି ୧୮୮ ଷ୍ଟ୍ରାଇକ ରେଟରେ ୧୭ ବଲ୍ରୁ ୩୨ ରନ କରି ଅପରାଜିତ ରହିଥିଲେ।

ଟାଟା ଆଇପିଏଲ ୨୦୨୩ ର ଡିଜିଟାଲ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଗତ ସପ୍ତାହନ୍ତରେ ଚମତ୍କାର ପ୍ରଦର୍ଶନ କରିଛି। ପ୍ରଥମ ସପ୍ତାହନ୍ତର ଭିଡିଓ ଭିଉ ସଂଖ୍ୟା ଗତ ବର୍ଷର ପୁରା ସିଜ଼ନର ଭିଡିଓ ଭିଉ ସଂଖ୍ୟାକୁ ଅତିକ୍ରମ କରିଥିଲା। ଜିଓ ସିନେମାରେ ଭିଡିଓ ରେକର୍ଡ ୧୪୭ କୋଟିରୁ ଅଧିକ ଥର ଦେଖାଯାଇଛି। ଜିଓ ସିନେମାରେ ପ୍ରତି ଭିଡିଓ ପ୍ରତି ମ୍ୟାଚ ଦେଖାଯାଉଥିବା  ସମୟରେ ୬୦ ପ୍ରତିଶତ ବୃଦ୍ଧିପାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର

ଜିଓ ସିନେମା ପକ୍ଷରୁ ପ୍ରଥମ ୪ ଜଣ ଜିତୋ ଧନ୍ ଧନା ଧନ୍ କାର୍ ବିଜେତାଙ୍କ ନାମ ଘୋଷିତ

ଭୁବନେଶ୍ୱର: ଗତ ସପ୍ତାହାନ୍ତରେ ଦର୍ଶକଙ୍କ ପାଇଁ ଜିତୋ ଧନ୍ ଧନା ଧନ୍ କାର୍ ପ୍ରତିଯୋଗିତାର ଶୁଭାରମ୍ଭ କରିବା ପରେ ଜିଓ ସିନେମା ପକ୍ଷରୁ ଏପ୍ରିଲ ୮ ଓ ୯ ତାରିଖରେ ଖେଳାଯାଇଥିବା ୪ଟି ଟାଟା ଆଇପିଏଲ୍ ୨୦୨୩ ମ୍ୟାଚ୍ ସମୟରେ ଗୋଟିଏ ଲେଖାଏଁ କାର୍ ଜିତିଥିବା ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ରରୁଆଁ ସହର ନିବାସୀ ଭୀମସେନ ମହନ୍ତ ଓ ପାଲି ନିବାସୀ ମହେନ୍ଦ୍ର ସୋନି ଗତ ଏପ୍ରିଲ ୮ ତାରିଖରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଏବଂ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ଚେନ୍ନାଇ ସୁପର୍ କିଙ୍ଗ୍‌ସ ମ୍ୟାଚ୍ ସମୟରେ ପ୍ରତିଯୋଗିତା ମାଧ୍ୟମରେ ଗୋଟିଏ ଲେଖାଏଁ କାର୍ ଜିତିଛନ୍ତି।

ସେହିପରି ଗତ ଏପ୍ରିଲ ୯ ତାରିଖରେ ଗୁଜରାଟ ଟାଇଟାନ୍ସ ବନାମ କୋଲ୍‌କାତା ନାଇଟ୍ ରାଇଡର୍ସ ମ୍ୟାଚ୍ ସମୟରେ  କଟକର ସିଦ୍ଧାର୍ଥ ସାହୁ ଏହି ଗ୍ରାଣ୍ଡ ପୁରସ୍କାର ଜିତିଥିବା ବେଳେ ଲାଖିସରାଇ, ବିହାର୍‌ର ଧୀରେନ୍ଦ୍ର କୁମାର ଗତ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ୨ୟ ମ୍ୟାଚ୍ ବେଳେ ଜିତୋ ଧନ୍ ଧନା ଧନ୍‌ ଖେଳି କାର୍ ଜିତିଥିଲେ।

ସ୍ପିନର୍ ରସିଦ୍ ଖାନ୍ ଓ ଗୁଜରାଟ ଟାଇଟାନ୍ସର ବଡ ପ୍ରଶଂସକ ତଥା ଜିତୋ ଧନ୍ ଧନା ଧନ୍‌ର ପ୍ରଥମ ବିଜେତା ଭୀମସେନ ମହନ୍ତ ଓଡିଶାର ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଅଟନ୍ତି। ୩୬ ବର୍ଷୀୟ ଭୀମସେନ ରରୁଆଁ ନାମକ ଏକ ଛୋଟ ସହରରେ ଓଡିଶା ପୁଲିସ୍‌ରେ କାର୍ଯ୍ୟରତ ଅଛନ୍ତି।

ମହନ୍ତ କହିଛନ୍ତି, ‘ମୁଁ ବିଶ୍ୱାସ କରିପାରୁନାହିଁ ଯେ, ମୁଁ ଜିଓସିନେମାର ଜିତୋ ଧନ୍ ଧନାଧନ୍ ମାଧ୍ୟମରେ ଏକ କାର୍ ଜିତିଛି। ମୁଁ ଜିଓସିନେମାର ହିନ୍ଦୀ ଓ ଓଡିଆ ଫିଡ୍‌ରେ ମୋର ପସନ୍ଦର ଟିମ୍ ଗୁଜରାଟ ଟାଇଟାନ୍ସର ମ୍ୟାଚ୍ ଦେଖୁଥିଲି କିନ୍ତୁ ଜିଓସିନେମାରେ ଟାଟା ଆଇପିଏଲ୍ ଦେଖିବାର ସବୁଠାରୁ ଉତ୍ସାହଜନକ କଥା ହେଉଛି ପ୍ରତ୍ୟେକ୍ ମ୍ୟାଚ୍‌କୁ ଦେଖିବା ଓ ପୁରସ୍କାର ଜିତିବା।’

ଆଇନ୍ ଛାତ୍ର ମହେନ୍ଦ୍ର ସୋନି ଉତ୍ସାହିତ ହୋଇଥିଲେ ଏବଂ ସେ ମୁମ୍ବାଇ ଇଣ୍ଡିଆନ୍‌ସ ବିରୋଧରେ ନିଜ ପସନ୍ଦର ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍‌ର ମ୍ୟାଚ୍ ଦେଖିବା ସମୟରେ ଏକ କାର୍ ଜିତିବେ ବୋଲି ବିଶ୍ୱାସ କରିପାରିନଥିଲେ। ସେ କହିଥିଲେ, ‘ ମଲ୍ଟି-କ୍ୟାମେରା ଭ୍ୟୁ ମୋତେ ଅନୁଭବ କରାଇଥିଲା ଯେ, ମୁଁ ଷ୍ଟାଡିୟମରେ ବସି ଖେଳ ଦେଖୁଛି କିନ୍ତୁ ମୋ ଘରର ଆରାମରେ ରହି।’  କଟକ ନିବାସୀ ସିଦ୍ଧାର୍ଥ ସାହୁଙ୍କ କୋଲ୍‌କାତା ନାଇଟ ରାଇଡର୍ସର ଫ୍ୟାନ୍‌ଡମ୍ ଏହାଠାରୁ ଉନ୍ନତ ଭାବେ ପୁରସ୍କୃତ ହୋଇପାରିନଥାନ୍ତା କାରଣ ସେ କେକେଆର୍‌ର ରିଙ୍କୁ ସିଂହ  ଗୁଜରାଟ ଟାଇଟାନ୍ସ ବିରୋଧରେ ବିଜୟ ହାସଲ କରିବାକୁ ପ୍ରୟାସ କରୁଥିବା ବେଳେ ସେ ଏକ କାର୍ ଜିତିଥିଲେ। ସାହୁ କହିଥିଲେ, ‘ମୋ ମାତୃଭାଷା ଓଡିଆରେ କମେଂଟାରୀ ମାଗଣାରେ ଉପଲବ୍ଧ ହେବା ମୋତେ ଜିଓସିନେମା ସହ ଜଡିତ ରଖିଥିଲା।’

ମୁମ୍ବାଇ ଇଣ୍ଡିଆନ୍‌ସର ପ୍ରଶଂସକ କୁମାର  ଜଳିତ ସିଜନରେ ଡିଜିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ଏବଂ ସେ ନିଜର ଏହି ନିଷ୍ପତିକୁ ନେଇ ଖୁବ୍ ଖୁସି ଯାହା ତାଙ୍କୁ ଆଜି ଏକ କାର୍ ଜିତାଇଛି। କୁମାର କହିଛନ୍ତି, ‘ମୁଁ ପୂର୍ବରୁ ଟିଭିରେ ମ୍ୟାଚ୍ ଦେଖୁଥିଲି କିନ୍ତୁ ଏହାକୁ ଡିଜିଟାଲ ମାଧ୍ୟମରେ ଦେଖିବା ଏକ ନୂଆ ଅନୁଭୂତି ଏବଂ  ଭିନ୍ନ ଭିନ୍ନ କ୍ୟାମେରା ଆଙ୍ଗେଲ ବାସ୍ତବରେ ଉପଭୋଗ୍ୟ ଅଟେ।’

ଜିତୋ ଧନ୍ ଧନା ଧନ୍ ଜିଓ ସିନେମାରେ ଟାଟା ଆଇପିଏଲ୍ ଦେଖିବା ସମୟରେ ଦର୍ଶକଙ୍କ ଅନୁଭୂତିକୁ ଉନ୍ନତ କରିବାକୁ  ଲକ୍ଷ୍ୟ ରଖିଛି। ଏହି ପ୍ରତିଯୋଗିତା ଦର୍ଶକଙ୍କୁ ସ୍ମାର୍ଟୱାଚ୍‌, ବ୍ଲୁଟୁଥ୍ ସ୍ପିକର୍‌, ବ୍ଲୁଟୁଥ୍ ନେକ୍‌ବ୍ୟାଣ୍ଡ ଓ ୱାୟାରଲେସ୍ ଇୟରଫୋନ୍ ଓ ଅନ୍ୟାନ୍ୟ ପୁରସ୍କାର ସମେତ ପ୍ରତ୍ୟେକ ମ୍ୟାଚ୍ ସମୟରେ ଏକ କାର୍ ଜିତିବାର ଏକ ସୁଯୋଗ ପ୍ରଦାନ କରୁଛି।

ଦର୍ଶକଙ୍କୁ ଫୋନ୍‌କୁ ପୋର୍ଟ୍ରେଟ୍ ମୋଡ୍‌ରେ ହୋଲ୍ଡ କରିବାକୁ ହେବ। ସ୍କ୍ରିନ୍‌ର ତଳ ଭାଗରେ ଏକ ଚାଟ୍ ବକ୍ସରେ ପ୍ରତ୍ୟେକ ଓଭର୍ ପୂର୍ବରୁ ୪ଟି ବିକଳ୍ପ ସହ ଏକ ପ୍ରଶ୍ନ ଦେଖାଯିବ। ମ୍ୟାଚ୍ ସମୟରେ ସବୁଠାରୁ ସଠିକ୍ ପ୍ରଶ୍ନର ଉତର ଦେଇଥିବା ଦର୍ଶକମାନେ ଏକ କାର୍ ଜିତିବାର ସୁଯୋଗ ପାଇପାରିବେ।

ଦର୍ଶକମାନେ ଜିଓସିନେମା (ଆଇଓଏସ୍ ଓ ଆଣ୍ଡ୍ରଏଡ୍‌) ଡାଉନ୍‌ଲୋଡ୍ କରି ନିଜ ପସନ୍ଦର ସ୍ପୋର୍ଟସ୍ ଦେଖିବା ଜାରି ରଖିପାରିବେ। ନୂତନ ଅପ୍‌ଡେଟ୍‌, ନ୍ୟୁଜ୍‌, ସ୍କୋର୍ ଓ ଭିଡିଓ ପାଇଁ ପ୍ରଶଂସକମାନେ ସ୍ପୋର୍ଟସ୍‌୧୮ ଓ ଜିଓସିନେମା କୁ ସୋସିଆଲ ମିଡିଆରେ ଫଲୋ କରିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଜିଓ ସିନେମାରେ ଫିଫା ଫୁଟବଲ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚ୍ ଦେଖିଲେ ରେକର୍ଡ ୩.୨ କୋଟି ଦର୍ଶକ

ଭୁବନେଶ୍ୱର: କାତାର ଫିଫା ଫୁଟବଲ ବିଶ୍ୱକପ୍ ୨୦୨୨ ଶେଷ ହୋଇଥିବା ବେଳେ ଡିଜିଟାଲ ମାଧ୍ୟମରେ ମ୍ୟାଚ୍ ଦେଖିବା କ୍ଷେତ୍ରରେ ଜିଓ ସିନେମା ନୂତନ ରେକର୍ଡ ସ୍ଥାପନ କରିଛି। ପ୍ରଥମ ଥର ପାଇଁ ଟିଭି ତୁଳନାରେ ଅଧିକ ଲୋକ ଡିଜିଟାଲ୍ ମାଧ୍ୟମରେ ବିଶ୍ୱର ଏହି ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା କାର୍ଯ୍ୟକ୍ରମର ମଜା ନେଇଛନ୍ତି। ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍‌କୁ ରେକର୍ଡ ୩.୨ କୋଟି ଦର୍ଶକ ଜିଓ ସିନେମାରେ ଦେଖିଛନ୍ତି।

ଫିଫା ଫୁଟବଲ୍ ବିଶ୍ୱକପ୍‌କୁ ୧୧୦ ନିୟୁତରୁ ଅଧିକ ଦର୍ଶକ ଡିଜିଟାଲ୍ ମାଧ୍ୟମରେ ଦେଖିଛନ୍ତି। ଫଳରେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ପରିଣତ ହୋଇଛି ଫିଫା ବିଶ୍ୱକପ୍। ମ୍ୟାଚ୍‌ଗୁଡ଼ିକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ଯୋଗୁଁ ଭାରତରେ ସ୍ପୋର୍ଟସ୍‌୧୮ ଚ୍ୟାନେଲ୍ ଓ ଜିଓ ସିନେମା ଆପ୍‌ରେ ମ୍ୟାଚ୍‌ଗୁଡ଼ିକୁ ୪୦ ବିଲିଅନ ମିନିଟ୍‌ରୁ ଅଧିକ ସମୟ ଲୋକମାନେ ଦେଖିଛନ୍ତି। ଫଳରେ ଟୁର୍ଣ୍ଣାମେଂଟ୍ ଅବଧିରେ ଆଇଓଏସ୍ ଓ ଆଣ୍ଡ୍ରଏଡ୍‌ରେ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ନିଃଶୁଳ୍କ ଆପ୍‌ରେ ପରିଣତ ହୋଇଥିଲା ଜିଓ ସିନେମା।

ସ୍ମାର୍ଟଫୋନ୍ ଓ କନେକ୍ଟେଡ୍ ଟିଭିରେ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ଲୋକମାନେ ପସନ୍ଦ କରୁଥିବାରୁ ଜିଓ ସିନେମା ଡାଉନ୍‌ଲୋଡ୍‌ରେ ବୃଦ୍ଧି ହୋଇଛି। ଏଥିରେ ଥିବା ହାଇପ୍ ମୋଡ୍ ସିଧା ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଦେଖିବା ଅନୁଭୂତିକୁ ଆହୁରି ବଢ଼ାଇ ଦେଇଛି। ଏକାଧିକ କ୍ୟାମେରା କୋଣରୁ ମ୍ୟାଚ୍‌କୁୁ ଦେଖିବା, ବାସ୍ତବ ସମୟ ତଥ୍ୟ ଓ ପରିସଂଖ୍ୟାନ ଏବଂ ଟାଇମ୍ ହ୍ୱିଲ୍ ଆଦି ମ୍ୟାଚ୍ ଦେଖିବାକୁ ଅବିସ୍ମରଣୀୟ କରିପାରିଛି। ଜିଓ ସେଟ୍‌ଟପ୍ ବକ୍ସ, ଆପଲ୍ ଟିଭି, ଆମାଜନ ଫାୟାରଷ୍ଟିକ୍‌, ସୋନି, ସାମସଙ୍ଗ, ଏଲଜି ଓ ଶାଓମି ଆଦିରେ ଲୋକମାନେ କାର୍ଯ୍ୟକ୍ରମ ଦେଖୁଥିବାରୁ ଡିଜିଟାଲ ଦର୍ଶକଙ୍କ ସଂଖ୍ୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଜିଓ ସିନେମା ଜରିଆରେ ପ୍ରଥମ ଥର ପାଇଁ ୟୁଏଚ୍‌ଡି ୪କେରେ ଦର୍ଶକମାନେ ଫୁଟ୍‌ବଲ୍ ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକର ମଜା ନେବାର ସୁଯୋଗ ପାଇଥିଲେ।

ଭାୟାକମ୍ ୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “କାତାର ଫିଫା ବିଶ୍ୱକପ୍ ୨୦୨୨କୁ ବିଶ୍ୱସ୍ତରୀୟ ଢଙ୍ଗରେ ଦର୍ଶକମାନଙ୍କ ପାଖରେ ପହଂଚାଇବାକୁ ଆମେ ପ୍ରତିଶ୍ରୁତି ଦେଇଥିଲୁ ଏବଂ ସେହି ଅନୁସାରେ ଭାରତ ଅଂଶଗ୍ରହଣ କରିନଥିବା କ୍ରୀଡ଼ା କାର୍ଯ୍ୟକ୍ରମ ଭାବେ ଡିଜିଟାଲ ମାଧ୍ୟମରେ ସର୍ବାଧିକ ଲୋକ ଦେଖିଥିବା ବିଶ୍ୱସ୍ତରୀୟ କ୍ରୀଡ଼ା ଟୁର୍ଣ୍ଣାମେଂଟ୍‌ରେ ତାହା ପରିଣତ ହୋଇଥିଲା। ଏହା ହେଉଛି ଡିଜିଟାଲର ଶକ୍ତି ଏବଂ ନିଜ ଲୋକପ୍ରିୟ କାର୍ଯ୍ୟକ୍ରମକୁ ଦେଖିବା ଲାଗି ଦର୍ଶକ ଏବଂ କ୍ରୀଡ଼ାପ୍ରେମୀମାନେ ନିଜ ପସନ୍ଦ ବିଷୟରେ ଜଣାଇଛନ୍ତି ଯେଉଁମାନେ ଏବେ ପ୍ୟାରିସ ସେଂଟ୍‌-ଜର୍ମାନ ସାଥୀ ଖେଳାଳି ଏବଂ ଫିଫା ବିଶ୍ୱକପ୍‌୍‌ର ଗୋଲ୍‌ଡେନ୍ ବୁଟ୍ ବିଜେତା କିଲିଆନ୍ ଏମ୍‌ବାପେ ଏବଂ ଫିଫା ବିଶ୍ୱକପ୍ ଓ ଗୋଲ୍‌ଡେନ୍ ବୁଟ୍ ବିଜେତା ଲିଓନେଲ୍ ମେସିଙ୍କୁ ଲିଗ୍‌ରେ ଯୋଗ ଦେବାର ଦେଖିପାରିବେ।’’

ୱେନ ରୁନି, ଲୁଇସ୍ ଫିଗୋ, ରବର୍ଟ ପିରେସ, ଗିଲବର୍ଟୋ ସିଲ୍‌ଭା ଏବଂ ସୋଲ୍ କ୍ୟାମ୍ପବେଲ୍‌ଙ୍କ ଭଳି ବିଶ୍ୱକପ୍ ହିରୋମାନେ ସ୍ପୋର୍ଟସ୍‌୧୮ ଓ ଜିଓ ସିନେମାର ବିଶ୍ୱସ୍ତରୀୟ ଷ୍ଟୁଡିଓରେ କ୍ରୀଡ଼ା ପ୍ରେମୀଙ୍କ ସହ ଯୋଡ଼ି ହୋଇଥିଲେ।

କେବଳ କ୍ରୀଡ଼ାପ୍ରେମୀ ନୁହନ୍ତି, ଏହି ସବୁଠୁ ସମ୍ମାନଜନକ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ପାଇଁ ଜିଓସିନେମା ଓ ସ୍ପୋର୍ଟ୧୮ ସହ ଯୋଡ଼ି ହୋଇଥିବା ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ ଅଧିକ ଲୋକଙ୍କ ପାଖରେ ପହଂଚିପାରିଥିଲେ। ଇ-କମର୍ସ, ବ୍ୟାଙ୍କିଙ୍ଗ, ଆର୍ଥିକ ସେବା, ଅଟୋମୋବାଇଲ୍‌, ଫେସନ, ହସ୍ପିଟାଲିଟି ଓ ଫିନ୍‌ଟେକ୍ କ୍ଷେତ୍ରର ୫୦ରୁ ଅଧିକ ବ୍ରାଣ୍ଡ୍ ଏହା ଜରିଆରେ ନିଜ ସମ୍ଭାବ୍ୟ ଗ୍ରାହକଙ୍କ ପାଖରେ ପହଂଚିପାରିଛନ୍ତି।